Gutka Chips Can Delaytrains: ଚିପ୍ସ ଓ ଗୁଟଖା ଜରି ଟ୍ରେନ୍ ବିଳମ୍ବର ଏକ କାରଣ: ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ

ଅନେକ ସମୟରେ ଯାଞ୍ଚ ବେଳେ ସିଗନାଲରୁ ପାଉଚ (ଗୁଟଖା, ଚିପ୍ସ ଓ ବିସ୍କୁଟ ଆଦି ଜରି) ବାହାରିଥାଏ।   ଏହା ଟ୍ରେନ ବିଳମ୍ବର କାରଣମାନଙ୍କ ମଧ୍ୟରୁ ଗୋଟିଏ ରହିଥିବା ନେଇ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

Untitled-19

gutka-and-chips-can-delay-trains Photograph: (sambad.in)

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଯାତ୍ରୀମାନେ ଟ୍ରେନ ବିଳମ୍ବ ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥା଼ଆନ୍ତି। ଅନେକ ସମୟରେ ଶୁଣିବାକୁ ମିଳିଥାଏ କି ସିଗନାଲ ମିଳି ପାରୁନାହିଁ ତେଣୁ ଟ୍ରେନ୍ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ କରୁଛି।  ଏହି ବିଳମ୍ବ ପାଇଁ ଅନେକ କାରଣ ରହିଥାଏ। ସେଥିମଧ୍ୟରୁ ଚିପ୍ସ ଓ ଗୁଟଖା ଜରି ହେଉଛି ଗୋଟିଏ। ଏହା ଆମେ କହୁନାହୁଁ ଏ ତଥ୍ୟ ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସାରା ଦେଶରେ ରେଳ ନେଟୱାର୍କ ୭୦,୦୦୦କିଲୋମିଟରରୁ ଅଧିକ ବ୍ୟାପିଛି। କେବଳ ଯାତ୍ରୀବାହୀ ଟ୍ରେନ କଥା କହିବା ତେବେ ଏହା ୧୩,୦୦୦ ରୁ ଅଧିକ ରହିଛି। ଏଥିମଧ୍ୟରୁ ପ୍ରାୟ ୪,୦୦୦ ପ୍ରିମିୟମ୍ ଟ୍ରେନ (ଯେପରିକି ବନ୍ଦେ ଭାରତ, ଶତାବ୍ଦୀ ଏବଂ ରାଜଧାନୀ) ଏବଂ ମେଲ୍ ଏକ୍ସପ୍ରେସ୍ ଟ୍ରେନ ରହିଛି। ଟ୍ରେନଗୁଡ଼ିକ ପ୍ରାୟତଃ ଯାତ୍ରୀଙ୍କ ଦାୟିତ୍ୱହୀନ ଆଚରଣ ଯୋଗୁଁ ବିଳମ୍ବ ହୋଇଥାଏ। ଆସନ୍ତୁ ଏହାର ଏକ କାରଣ ଜାଣିବାର।

ଅଧିକପଢ଼ନ୍ତୁ:ମା’ ସବୁବେଳେ ଗୋଟିଏ କଥା୍ କହୁଥିଲା ପାଠପଢ଼ା ଛାଡ଼ିବୁ ନାହିଁ ଏହା ହେଉଛି ତୋର ଅସ୍ତ୍ର: ଆଇଏଏସ ଅଧିକାରୀ

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଯାତ୍ରୀମାନେ ଯାତ୍ରା କରିବା ସମୟରେ ପ୍ରାୟତଃ ଗୁଟଖା ଖାଇ ଥାଆନ୍ତି। ଏହାପରେ ଜରିକୁ ଟ୍ରେନ ଝରକା ବା ଦ୍ବାର ଦେଇ ବାହାରକୁ ଫିଙ୍ଗି ଦେଇଥାଆନ୍ତି  ।ଏହି ସମୟରେ ସେ ଗୁଟଖା ଜରି ହେଉ କି ଚିପ୍ସ ଜରି ତାହା ପବନରେ ଉଡ଼ିଉଡ଼ି କେତେକ ସମୟରେ ସିଗନାଲରେ ଫସିଯାଇଥାଏ। ଯାହା ଫଳରେ ସିଗନାଲ ନମିଳିବା ହେତୁ ଟ୍ରେନ୍ ଅନେକ ସମୟ ଧରି ଧାରଣାରେ ଛିଡା ହୋଇରହିଥାଏ। 

ଏହାପରେ ଲୋକୋ ପାଇଲଟ୍ ନିକଟସ୍ଥ ଷ୍ଟେସନ ମାଷ୍ଟରଙ୍କୁ ସିଗନାଲ କ୍ଲିୟର ପାଇଁ ସୂଚିତ କରିଥାଆନ୍ତି। ଏହି ସୂଚନା ପାଇବା ପରେ ଷ୍ଟେସନ ମାଷ୍ଟର ନିଜେ ଯାଆନ୍ତି କିମ୍ବା ନିକଟସ୍ଥ ଗେଟମ୍ୟାନଙ୍କୁ ଘଟଣାସ୍ଥଳକୁ ପଠାଇଥାଆନ୍ତି।

ଅନେକ ସମୟରେ ଯାଞ୍ଚ ବେଳେ ସିଗନାଲରୁ ପାଉଚ (ଗୁଟଖା, ଚିପ୍ସ ଓ ବିସ୍କୁଟ ଆଦି ଜରି) ବାହାରିଥାଏ।  ଷ୍ଟେସନ ମାଷ୍ଟର ସିଗନାଲରୁ ପାଉଚ କ୍ଲିୟର କରିବା ପରେ ସିଗନାଲ କାମ କରିବା ଆରମ୍ଭ କରେ ଏବଂ ଟ୍ରେନ ଆଗକୁ ବଢ଼ିଥାଏ। 

ଅଧିକପଢ଼ନ୍ତୁ:୧୩ ଶୀତଳଭଣ୍ଡାର ପାଇଁ କାମ ଆରମ୍ଭ ହୋଇଛି: ଉପମୁଖ୍ୟମନ୍ତ୍ରୀ

Indian Railways gutkachips delaytrains

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe