ନୂଆଦିଲ୍ଲୀ: ମଣିଷର ଇଚ୍ଛାଶକ୍ତି ଓ ନିଜ ଉପରେ ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ଲାଗି ନଥାଏ। ମହାରାଷ୍ଟ୍ରର ଏକ ଛୋଟିଆ ଗାଁରେ ଜନ୍ମିତ ରମେଶ ଘୋଲାପଙ୍କ ସଂଘର୍ଷ କାହାଣୀ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲା ଓ ରହିଛି ମଧ୍ୟ। ରମେଶ ଘୋଲାପ ଦେଖିଥିବା ଆଇଏଏସ ସ୍ବପ୍ନକୁ ପୂରା କରିବା ପାଇଁ ଦାରିଦ୍ର୍ୟ, ଅସହାୟତା ଏବଂ ପୋଲିଓ ଭଳି ରୋଗ ସହିତ ଲଢ଼େଇ କରିଥିଲେ। ଶେଷରେ ବିଜୟୀ ହୋଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି।
ପିଲାଟି ବେଳୁ ରମେଶଙ୍କ ବାମ ଗୋଡ ପୋଲିଓ ରୋଗରେ ଆକ୍ରାନ୍ତ ହେବା ସହିତ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଖରାପ ଥିଲା। ରମେଶଙ୍କ ବାପାଙ୍କର ଏକ ଛୋଟ ସାଇକେଲ ଦୋକାନ ଥିଲା। କିନ୍ତୁ ତାଙ୍କ ବାପାଙ୍କ ମଦ ନିଶା ସବୁକିଛିକୁ ନଷ୍ଟ କରିଦେଇଥିଲା। ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ତାଙ୍କ ମାଆଙ୍କୁ ରାସ୍ତାରେ ଚୁଡ଼ି ବିକିବାକୁ ପଡିଥିଲା। ରମେଶ ବି ତାଙ୍କ ପୋଲିଓ ଆକ୍ରାନ୍ତ ଗୋଡ ସହିତ ମା’ଙ୍କ ସାଙ୍ଗରେ ବସି ଚୁଡ଼ି ବିକ୍ରି କରିବା ଆରମ୍ଭ କରିଥିଲେ। ମା’ ସହିତ ଚୁଡ଼ି ବିକ୍ରି କରି ଘରକୁ ଯିବା ପରେ ସେ ତାଙ୍କର ପାଠପଢ଼ା ଆରମ୍ଭ କରିଥାଆନ୍ତି।
ଅଧିକପଢ଼ନ୍ତୁ:ହକି ବିଶ୍ବକପ ପାଇଁ ଭାରତ ଆସିବନି ପାକିସ୍ତାନ
ରମେଶ ତାଙ୍କ ଗାଁରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିବା ପରେ ଶିକ୍ଷକ ହେବା ପାଇଁ ଡିପ୍ଲୋମା ହାସଲ କରିଥିଲେ ଏବଂ ଗାଁର ପିଲାମାନଙ୍କୁ ପାଠପଢ଼ାଇବା ଆରମ୍ଭ କରିଥିଲେ। ଏହା ପରିବାର ପ୍ରତିପୋଷଣ କରିବାରେ ସାହାଯ୍ୟ କରିଥିଲା। ଏହାରି ଭିତରେ ସେ ତାଙ୍କର ବିଏ ଡିଗ୍ରି ମଧ୍ୟ ସମାପ୍ତ କରି ଦେଇଥିଲେ। ଜଣେ ଆଇଏଏସ୍ ଅଧିକାରୀ ହେବା ପାଇଁ ରମେଶଙ୍କ ସ୍ୱପ୍ନ ଥିଲା । ତେଣୁ ସେ ୟୁପିଏସସି ପରୀକ୍ଷା ପାଇଁ ନିଷ୍ଠାର ସହିତ ପ୍ରସ୍ତୁତ ଆରମ୍ଭ କରି ଦେଇଥିଲେ। ୨୦୧୦ ମସିହାରେ ରମେଶ ୟୁପିଏସସି ପରୀକ୍ଷାରେ ବିଫଳ ହୋଇଯାଇଥିଲେ।
ରମେଶ କୁହନ୍ତି, ‘ୟୁପିଏସସି ପରୀକ୍ଷାରେ ମୁଁ ବିଫଳ ହେବାପରେ ପାଠପଢ଼ା ଛାଡ଼ିଦେବି ବୋଲି ସ୍ଥିର କରିଥିଲି। ଏହି ସମୟରେ ମା’ମୋତେ ଅନେକଥର ବୁଝାଇ କହିଥିଲେ, ‘ଯେତେ ବାଧାବିଘ୍ନ ଆସିଲେ ବି ପାଠପଢ଼ା କେବେ ଛାଡ଼ିବୁ ନାହିଁ। କାରଣ ଏହା ହେଉଛି ତୋର ଅସ୍ତ୍ର। ଏହାକୁ ମାଧ୍ୟମ କରି ନିଶ୍ଚୟ ଦିନେ ତୁ ତୋର ସ୍ବପ୍ନକୁ ପୂରା କରି ପାରିବୁ।’
ଗ୍ରାମବାସୀଙ୍କ ଠାରୁ ମା’ ଋଣ ନେଇ ମୋତେ କୋଚିଂ ପାଇଁ ପୁଣେ ପଠାଇଥିଲେ। ମୁଁ ପୁଣେରେ ପହଞ୍ଚିବା ପରେ ବିନା କୋଚିଂରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ପ୍ରତିଦିନ ୧୨ ରୁ ୧୪ ଘଣ୍ଟା ପାଠପଢ଼ିଥାଏ। ମା’ କୁହନ୍ତି କଠିନ ପରିଶ୍ରମ ହିଁ ଦାରିଦ୍ର୍ୟକୁ ଦୂର କରିବାର ଏକମାତ୍ର ଉପାୟ।’
କଠିନ ପରିଶ୍ରମ ଏବଂ ସଂଘର୍ଷ ପରେ ରମେଶ ୨୦୧୨ ମସିହାରେ ୟୁପିଏସସି ପରୀକ୍ଷାରେ ପାସ୍ କରିଥିଲେ। ସେ ୨୮୭ତମ ରାଙ୍କ ଆଇଏଏସ ଅଧିକାରୀ ଭାବରେ ମନୋନୀତ ହୋଇଥିଲେ।
ଅଧିକପଢ଼ନ୍ତୁ:୨୫ରେ ଅବପାତର ରୂପ ନେବ ଲଘୁଚାପ, ୨୭ ସକାଳେ ନେଇପାରେ ବାତ୍ୟାର ରୂପ
UPSC ias-upsc-success-story
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/untitled-4-2025-10-24-14-44-44.jpg)