ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋରେ ଦେଖାଦେଇଥିବା ସଙ୍କଟ ସପ୍ତମ ଦିନରେ ପ୍ରବେଶ କରିଛି। ସୋମବାର କମ୍ପାନିର ୫୬୨ଟି ବିମାନର ଉଡ଼ାଣ ବାତିଲ ହୋଇଛି। କେବଳ ବେଙ୍ଗାଲୁରୁରେ ୧୫୦ଟି ଉଡ଼ାଣ ବାତିଲ କରାଯାଇଛି। ଦିଲ୍ଲୀରେ ୧୪୩, ମୁମ୍ବାଇରେ ୯୮, ହାଇଦ୍ରାବାଦରେ ୧୧୨, କୋଲକାତାରେ ୨ ଓ ଚେନ୍ନାଇରେ ୫୮ଟି ବିମାନର ଉଡ଼ାଣକୁ କମ୍ପାନି ବାତିଲ କରିଛି। ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ସଂଘର୍ଷ କରୁଥିବା ଇଣ୍ଡିଗୋ ଗତ ମଙ୍ଗଳବାରଠାରୁ ପ୍ରତିଦିନ ଶହ ଶହ ବିମାନର ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହେଉଛି। ଫଳରେ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି।
Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
ଇଣ୍ଡିଗୋକୁ ସରକାର ନାଲି ଆଖି ଦେଖାଇଛନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ସଂସଦରେ କହିଛନ୍ତି ଯେ ପାଇଲଟ୍ ରୋଷ୍ଟର୍କୁ ଠିକ୍ ଭାବେ ଇଣ୍ଡିଗୋ ପରିଚାଳନା କରି ନଥିବାରୁ ଏଭଳି ସମସ୍ୟା ଦେଖାଦେଲା। ନୂଆ ନିୟମକୁ ଲାଗୁ କରିବା ଲାଗି କମ୍ପାନିକୁ ଏକ ମାସ ସମୟ ଦିଆଯାଇଥିଲା। ନିୟମିତ ବ୍ୟବଧାନରେ ବିମାନ କମ୍ପାନିଗୁଡ଼ିକ ସହ ବୈଠକ ହେଉଥିଲା। ଏଭଳିକି ଚଳିତ ମାସ ୧ ତାରିଖରେ ମଧ୍ୟ ବୈଠକ ହୋଇଥିଲା। କିନ୍ତୁ ଇଣ୍ଡିଗୋ ଏହି ସମସ୍ୟା ସମ୍ପର୍କରେ ବୈଠକରେ କିଛି ବି କହିନଥିଲା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତାହାର ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯାହା ସମଗ୍ର ବିମାନ ଚଳାଚଳ କ୍ଷେତ୍ର ପାଇଁ ଉଦାହରଣ ପାଲଟିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡ଼ୁ କହିଛନ୍ତି।
ପ୍ରତିଦିନ ଛଅଟି ମେଟ୍ରୋ ସହରରୁ ଇଣ୍ଡିଗୋର ୨୩୦୦ଟି ବିମାନ ଉଡ଼ାଣ କରିଥାଏ। କମ୍ପାନି ଦେଶ ଭିତରେ ୯୦ଟି ଓ ଅନ୍ତର୍ଜାତୀୟ ସ୍ତରରେ ୪୦ଟି ବିମାନବନ୍ଦରକୁ ସେବା ଯୋଗାଉଛନ୍ତି। ଆଜି କେନ୍ଦ୍ର ସରକାର ସୂଚନା ଦେଇଥିଲେ ଯେ ଇଣ୍ଡିଗୋ ୧୮୦୨ଟି ବିମାନ ଉଡ଼ାଣ କରିବାକୁ ଓ ୫୦୦ଟିର ଉଡ଼ାଣ ବାତିଲ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ବାତିଲ ବିମାନ ସଂଖ୍ୟା ସରକାରଙ୍କ ଆକଳନଠାରୁ ଅଧିକ ରହିଛି।
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ
ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
କମ୍ପାନି ହରାଇଲା ୩୭ ହଜାର କୋଟି
ବର୍ତ୍ତମାନର ସଙ୍କଟ ଇଣ୍ଡିଗୋ ସେୟାର ମୂଲ୍ୟକୁ ଗୁରୁତର ପ୍ରଭାବିତ କରିଛି। ଗତ ଛଅ ଦିନ ମଧ୍ୟରେ ଏହାର ସେୟାର ପିଛା ଦାମ୍ ୧୬ ପ୍ରତିଶତ ହ୍ରାସ ପାଇ ୪୮୪୨ ଟଙ୍କାକୁ ଖସିଆସିଛି। ଫଳରେ କମ୍ପାନି ୩୭ ହଜାର କୋଟି ଟଙ୍କାରୁ ଅଧିକ ବଜାର ପୁଞ୍ଜି ହରାଇଛି। ୨୦୨୨ ଫେବ୍ରୁଆରି ପରେ କମ୍ପାନି ଏଭଳି ଗମ୍ଭୀର ସ୍ଥିତିକୁ ପ୍ରଥମ ଥର ସାମ୍ନା କରିଛି। ପ୍ରତିଦିନ କମ୍ପାନି ସହ ସହ ବିମାନର ଉଡ଼ାଣ ବାତିଲ କରୁଥିବାରୁ ଏହାର ସେୟାରକୁ ଆନାଲିଷ୍ଟମାନେ ‘ବିକ୍ରି’ ବର୍ଗରେ ସାମିଲ କରିଛନ୍ତି। ଏହି ତ୍ରୈମାସିକରେ କମ୍ପାନିର ଆୟ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
ଗତ ଶନିବାରଠାରୁ ଇଣ୍ଡିଗୋ ସ୍ଥିତିରେ ସାମାନ୍ୟ ସୁଧାର ଆରମ୍ଭ ହୋଇଥିଲା। ସେହିଦିନ କମ୍ପାନି ୧୫୦୦ଟି ବିମାନର ଉଡ଼ାଣ କରିଥିଲା। ରବିବାର ଦିନ ସେହି ସଂଖ୍ୟା ୧୬୫୦କୁ ବଢ଼ିଥିଲା। ସମୟାନୁବର୍ତ୍ତିତା ହାର ମଧ୍ୟ ୩୦ ପ୍ରତିଶତ ଭଳି ନିମ୍ନ ସ୍ତରରୁ ଉପରକୁ ଉଠି ୭୦ ପ୍ରତିଶତରେ ପହଞ୍ଚିଥିଲା। ଆସନ୍ତା ବୁଧବାର ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ଇଣ୍ଡିଗୋ ପ୍ରତିଶ୍ରୁତି ଦେଇଛି। ବିଭ୍ରାଟରେ ସୁଧାର ଆଣିବା ଲାଗି କମ୍ପାନି ଏକ ଉଚ୍ଚସ୍ତରୀୟ ସଙ୍କଟ ପରିଚାଳନା ଟିମ୍ ଗଠନ କରିଛି। ସେଥିରେ ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟ୍ଟା, ବୋର୍ଡ ସଦସ୍ୟ ଗ୍ରେଗ ସାରେଟ୍ସ୍କି, ମାଇକ୍ ହ୍ବିଟେକର୍, ଅମିତାଭ କାନ୍ତ ଓ ସିଇଓ ପିଟର ଏଲବର୍ସ ସଦସ୍ୟ ରହିଛନ୍ତି।
ଅନ୍ୟ ପକ୍ଷରେ ଇଣ୍ଡିଗୋ ବିଭ୍ରାଟକୁ ନେଇ ରୁଜୁ ହୋଇଥିବା ମାମଲାର ଜରୁରୀକାଳୀନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କହିଥିଲେ ଯେ ଘଟଣା ସମ୍ପର୍କରେ ଆମେ ଜାଣିଛୁ। ସରକାର ମଧ୍ୟ ସ୍ଥିତି ସମ୍ପର୍କରେ ଅବଗତ ଅଛନ୍ତି ଓ ତାହାର ସମାଧାନ ଲାଗି ପଦକ୍ଷେପ ନେଉଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି ଆସନ୍ତା ୧୦ରେ କରିବାକୁ କୋର୍ଟ ସ୍ଥିର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/indigo-2025-12-05-12-43-42.jpg)