ନୂଆଦିଲ୍ଲୀ: ପାଇଲଟମାନଙ୍କ ବିଶ୍ରାମ ନେଇ ସରକାର ନୂଆ ନିୟମ କାର୍ଯ୍ୟକାରୀ କରିବା ପରେ ଦେଶରେ ଇଣ୍ଡିଗୋର ବିମାନସେବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ଥିତି ସୁଧୁରୁଥିଲେ ମଧ୍ୟ ଏହା ଭାରତୀୟ ଅର୍ଥନୀତିର କେତେକ ଦୁର୍ବଳ ଦିଗକୁ ସାମନାକୁ ଆଣିଛି। ବଡ଼ ପ୍ରଶ୍ନ ହେଉଛି ଗୋଟିଏ କମ୍ପାନି ପାଇଁ ବିଶ୍ବର ତୃତୀୟ ବୃହତ୍ ବିମାନସେବା ବଜାର କିଭଳି ଭୁଶୁଡ଼ି ପଡ଼ିବ। ବଜାରରେ ପ୍ରତିଯୋଗିତାର ଅଭାବ ଏହାର ଏକ ବଡ଼ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଇଣ୍ଡିଗୋ ବଜାରରେ ଜବରଦସ୍ତ ସଫଳତା ହାସଲ କରିଛି। ଘରୋଇ ବିମାନ ସେବା ବଜାରରେ ଏହାର ୬୪ ପ୍ରତିଶତରୁ ଅଧିକ ବଜାରଅଂଶ ରହିଛି। ଏହା ପଛକୁ ଏୟାର ଇଣ୍ଡିଆ ନିକଟରେ ୨୫ ପ୍ରତିଶତ ବଜାରଅଂଶ ଅଛି।
ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ
ଦ୍ବିତୀୟ ଦିନ ପାଇଁ ୨୦୦୦ରୁ ଅଧିକ ବିମାନ ଉଡ଼ାଣ
ନୂଆଦିଲ୍ଲୀ: ଅନ୍ୟପକ୍ଷରେ ଇଣ୍ଡିଗୋର ବିମାନ ଚଳାଚଳ ସ୍ବାଭାବିକ ହୋଇଛି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ଇଣ୍ଡିଗୋର ବିମାନ ଉଡ଼ାଣ ୨୦୦୦ରୁ ଅଧିକ ରହିଛି। ୧୨ ତାରିଖରେ କମ୍ପାନି ୨୦୫୦ରୁ ଅଧିକ ବିମାନ ଉଡ଼ାଣ କରିଛି। କେବଳ ୨ଟି ବିମାନ ବାତିଲ ହୋଇଥିଲା। କମ୍ପାନିର ସମସ୍ତ ୧୩୮ଟି ସ୍ଥାନକୁ ବିମାନ ସଂଯୋଗ ସ୍ଥାପନ କରାଯାଇଛି ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି।
ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ କାରଣରୁ ଯାତ୍ରୀମାନେ ସାଂଘାତିକ ଅସୁବିଧାର ସମ୍ମୁଖୀନ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡ଼ୁ କହିଥିଲେ ଯେ କମ୍ପାନି ଯେତେବଡ଼ ହେଉ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତରେ ବିମାନ ଯାତ୍ରାର ଚାହିଦା ଦ୍ରୁତ ଗତିରେ ବଢ଼ୁଛି। ଏଥିପାଇଁ ୫ ବଡ଼ ଏୟାରଲାଇନ୍ସର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିମାନସେବା କ୍ଷେତ୍ରରେ କିଛି କମ୍ପାନିଙ୍କ ପାଖରେ ଅଧିକ ବଜାରଅଂଶ ରହିବା କାରଣରୁ ସେମାନେ ପୂରା ବ୍ୟବସ୍ଥାକୁ ସହଜରେ ଅକ୍ତିଆରକୁ ନେଇଯାଇ ପାରୁଛନ୍ତି। ବିମାନସେବା ଭଳି ଦେଶର ଟେଲିକମ୍, ଇ-କମର୍ସ, ବନ୍ଦର, ବିମାନବନ୍ଦର ଆଦି କ୍ଷେତ୍ରରେ ହାତ ଗଣତି କେତୋଟି କମ୍ପାନି ସେମାନଙ୍କ ଦବ୍ଦବା ରଖିଛନ୍ତି। କମ୍ପାନିଗୁଡ଼ିକର ଏକଚାଟିଆ କାରବାର କମାଇବା ପାଇଁ ପ୍ରତିଯୋଗିତା ଆୟୋଗ ଥିଲେ ବି ଏହା ନିକଟରେ ସେତେଟା କ୍ଷମତା ନାହିଁ। କମ୍ପାନିର ଆକାର ବୃଦ୍ଧିକୁ ରୋକିବା କିମ୍ବା ଏକଚାଟିଆ କାରବାର କ୍ଷମତାକୁ ସଂକୁଚିତ କରିବାରେ ଏହା ସଫଳ ହୋଇନାହିଁ।
Messi's event: ମେସିଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ: ଚୌକି, ଟେବୁଲ ଭାଙ୍ଗି ଷ୍ଟାଡିୟମ୍କୁ ଫିଙ୍ଗିଲେ
ବିମାନସେବା କ୍ଷେତ୍ରକୁ ଦେଖିଲେ ୨ଟି କମ୍ପାନି ପାଖରେ ପାଖାପାଖି ୯୦ ପ୍ରତିଶତ ବଜାରଅଂଶ ରହିଛି। ୩ଟି କମ୍ପାନି ପାଖରେ ୯୪ ପ୍ରତିଶତ ଏବଂ ୫ଟି କମ୍ପାନି ପାଖରେ ୧୦୦ ପ୍ରତିଶତ ବଜାରଅଂଶ ରହିଛି। ସେହିଭଳି ୟୁପିଆଇ କ୍ଷେତ୍ରରେ ଫୋନପେ ଓ ଗୁଗଲ୍ପେ ନିକଟରେ ୮୪ ପ୍ରତିଶତ ବଜାରଅଂଶ ଅଛି। ଟେଲିକମ୍ କ୍ଷେତ୍ରରେ ଜିଓ ଓ ଏୟାରଟେଲ ପାଖରେ ୭୫ ପ୍ରତିଶତ ବଜାରଅଂଶ, ବିମାନବନ୍ଦର କ୍ଷେତ୍ରରେ ଆଦାନୀ ଓ ଜିଏମ୍ଆର୍ ପାଖରେ ୬୪ ପ୍ରତିଶତ ଅଂଶ, ଡିଟିଏଚ୍ କ୍ଷେତ୍ରରେ ଟାଟା ପ୍ଲେ ଓ ଏୟାରଟେଲ ନିକଟରେ ୬୦ ପ୍ରତିଶତ ଅଂଶଧନ ରହିଛି। ଅଧିକାଂଶ କ୍ଷେତ୍ରରେ ପ୍ରାୟ ୪ରୁ୫ଟି କମ୍ପାନି ସଂପୂର୍ଣ୍ଣ ବଜାରକୁ ନିଜ କବ୍ଜାରେ ରଖିଛନ୍ତି। ଏଥିରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି ବୋଲି ଇଣ୍ଡିଗୋ ସମସ୍ୟା ପରେ ମତ ପ୍ରକାଶ ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/r6wWb4VymDn0ZgfpgOy4.jpg)