Flight Services: ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରିଲା ଇଣ୍ଡିଗୋ

Advertisment

ଘରୋଇ ବିମାନ ସେବା ପ୍ରଦାନକାରୀ କଂପାନି ଇଣ୍ଡିଗୋ ଶୀତକାଳୀନ ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରି ଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ନିର୍ଦ୍ଦେଶାବଳୀ ପରିପ୍ରେକ୍ଷୀରେ ଇଣ୍ଡିଗୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

ଘରୋଇ ବିମାନ ସେବା ପ୍ରଦାନକାରୀ କଂପାନି ଇଣ୍ଡିଗୋ ଶୀତକାଳୀନ ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରି ଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ନିର୍ଦ୍ଦେଶାବଳୀ ପରିପ୍ରେକ୍ଷୀରେ ଇଣ୍ଡିଗୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

Indigo

ନୂଆଦିଲ୍ଲୀ: ଘରୋଇ ବିମାନ ସେବା ପ୍ରଦାନକାରୀ କଂପାନି ଇଣ୍ଡିଗୋ ଶୀତକାଳୀନ ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରି ଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ନିର୍ଦ୍ଦେଶାବଳୀ ପରିପ୍ରେକ୍ଷୀରେ ଇଣ୍ଡିଗୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁ ୭୧୭ଟି ସ୍ଲଟ୍‌ରୁ ଇଣ୍ଡିଗୋ ଓହରିଯାଇଛି ସେଥିମଧ୍ୟରେ ୩୬୪ଟି ସ୍ଲଟ୍‌ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି ୬ଟି ମେଟ୍ରୋର ବିମାନବନ୍ଦରରେ ରହିଛି। ତେଣୁ ଏସବୁ ବିମାନବନ୍ଦରରେ ଇଣ୍ଡିଗୋର ବିମାନ ସେବା ପ୍ରଭାବିତ ହେବ। ଇଣ୍ଡି‌ଗୋ ସବୁଠୁ ଅଧିକ ସ୍ଲଟ୍‌ ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଛାଡ଼ିଛି।

ଉଲ୍ଲେଖଯୋଗ୍ୟ, ସ୍ଲଟ୍‌ କହିଲେ ଏକ ସମୟକୁ ବୁଝାଏ ଯେଉଁ ସମୟରେ ଗୋଟିଏ ଏୟାରଲାଇନ୍‌ର ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରେ କିମ୍ବା ଅବତରଣ କରେ। ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଇଣ୍ଡିଗୋ ଏହି ସ୍ଲଟ୍‌ରୁ ଓହରିବ।

ଆହୁରି ପଢ଼ନ୍ତୁ: Cyber Fraud: ସରକାର, ସିବିଆଇ ସହ ଆରବିଆଇକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍

୧୫୦୧୪ ବିମାନ ଉଡ଼ାଣ ଅନୁମତି

୨୦୨୫-୨୬ ଶୀତକାଳୀନ ସୂଚୀ ଅନୁଯାୟୀ, ଇଣ୍ଡିଗୋକୁ ସପ୍ତାହରେ ୧୫୦୧୪ ବିମାନ ଉଡ଼ାଣ ଅନୁମତି ରହିଥିଲା। ଅର୍ଥାତ୍‌ ଦିନକୁ ୨୧୪୪ଟି ସ୍ଲଟ୍‌। କିନ୍ତୁ ୧୦ ପ୍ରତିଶତ ହ୍ରାସ ଫଳରେ ଦୈନିକ ଏହି ସଂଖ୍ୟା ୧୯୩୦କୁ ହ୍ରାସ ପାଇବ। ସରକାର ନୂଆ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ୍ସ (ଏଫ୍‌ଡିଟିଏଲ୍‌) କାର୍ଯ୍ୟକାରୀ କରିବା ପରେ ଇଣ୍ଡି‌ଗୋ ଠିକ୍‌ ଢଙ୍ଗରେ ପାଇଲଟ୍‌ ଓ କ୍ରୁମାନଙ୍କ ପରିଚାଳନା କରିପାରି ନଥିଲା। ଏଥିଯୋଗୁ ପ୍ରତିଦିନ ଇଣ୍ଡିଗୋକୁ ଶହ ଶହ ସଂଖ୍ୟାରେ ଉଡ଼ାଣ ବାତିଲ କରିବାକୁ ପଡ଼ିଥିଲା। ବହୁ ବିମାନର ଉଡ଼ାଣ ବିଳମ୍ବ ମଧ୍ୟ ହୋଇଥିଲା। ଏଥିଯୋଗୁ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଡିଜିସିଏ କଠୋର ପଦକ୍ଷେପ ନେବାକୁ ଯାଇ କମ୍ପାନିର ସ୍ଲଟ୍‌ କମାଇ ଦେଇଥିଲା। ଇଣ୍ଡି‌ଗୋଠାରୁ ଅଣାଯାଇଥିବା ସ୍ଲଟ୍‌ଗୁଡ଼ିକୁ ସରକାର ଅନ୍ୟ ଏୟାରଲାଇନ୍ସଗୁଡ଼ିକୁ ପ୍ରଦାନ କରିଛନ୍ତି। ବିମାନ ଯୋଗାଯୋଗ ଯେଭଳି ଠିକ୍‌ ରହିବ ଏବଂ ଯାତ୍ରୀଙ୍କ ଉଡ଼ାଣ ବ୍ୟାହତ ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ସ୍ଲଟ୍‌ ବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: NEET PG Medical: ନିଟ୍‌ ପିଜି: ଖାଲି ପଡ଼ିଛି ଦେଶରେ ୧୮,୦୦୦ରୁ ଅଧିକ ପିଜି ମେଡିକାଲ ସିଟ୍‌, ନେଗେଟିଭ୍‌ ୪୦ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ମିଳିବ ଆଡମିସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe