ନୂଆଦିଲ୍ଲୀ: ଯଦି ଆପଣ କୌଣସି ସରକାରୀ କମ୍ପାନିରେ ପରୀକ୍ଷା ବିନା କାମ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। 

Advertisment

ଭାରତୀୟ ରେଳକ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ହସପିଟାଲିଟି ମନିଟର୍ସ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଛି। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି। 

ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.irctc.com ମାଧ୍ୟମରେ ଆବେଦନ କରିପାରିବେ। ଚୟନ ପାଇଁ ଆପଣଙ୍କୁ ଏକ ୱାକ୍-ଇନ୍ ସାକ୍ଷାତକାରରେ ଅଂଶଗ୍ରହଣ କରିବାକୁ ପଡିବ। ଏଥିରେ କୌଣସି ପ୍ରକାର ପରୀକ୍ଷା ହେବ ନାହିଁ।

ଅଧିକପଢ଼ନ୍ତୁଖୁବଶୀଘ୍ର ବଡ଼ ପରଦାରେ ଏକାଠି ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଗୋବିନ୍ଦା ଏବଂ ସଲମାନଙ୍କ ଯୋଡ଼ି!

ଆଇଆରସିଟିସି ହେଉଛି ଭାରତୀୟ ରେଳବାଇର ଏକ ସାର୍ବଜନୀନ କ୍ଷେତ୍ର କମ୍ପାନି, ଯାହା ଯାତ୍ରୀମାନଙ୍କୁ ଅନଲାଇନ୍ ଟିକେଟ୍ ବୁକିଂ, କ୍ୟାଟରିଂ ଏବଂ ପର୍ଯ୍ୟଟନ ସେବା ପ୍ରଦାନ କରେ। ଆପଣ ଏହି କମ୍ପାନିରେ ଚାକିରି ପାଇପାରିବେ।

ଶିକ୍ଷାଗତ ଯୋଗ୍ୟତା;

ଏହି ପଦବୀ ପାଇଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହସପିଟାଲିଟି (ଆତିଥ୍ୟ ଶିକ୍ଷା) ଏବଂ ହୋଟେଲ ପ୍ରଶାସନରେ ବିଏସସି କିମ୍ବା ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ କୁଲିନାରି ଇନଷ୍ଟିଚ୍ୟୁଟରୁ ବିବିଏ/ଏମବିଏ କିମ୍ବା ହୋଟେଲ ମ୍ୟାନେଜମେଣ୍ଟ ଏବଂ କ୍ୟାଟରିଂରେ ବିଏସସି/ ଏମବିଏ ଡିଗ୍ରି ହାସଲ କରିଥିବା ଆବଶ୍ୟକ। ଏଥିସହିତ ଦୁଇ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥବା ମଧ୍ୟ ଆବଶ୍ୟକ ରହିଛି। 

ବୟସ ସୀମା: ଅସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ବୟସ ୨୦୨୫ ଅକ୍ଟୋବର ୧ ସୁଦ୍ଧା ୨୮ ବର୍ଷ ହୋଇଥିବା ଆବଶ୍ୟକ। ଏସସି/ଏସଟି/ଓବିସି/ପିଡବ୍ଲୁଡି/ ନିୟମ ଅନୁଯାୟୀ ଛାଡ଼ ପାଇବେ।

ପୋଷ୍ଟିଂ ସ୍ଥାନ: ପ୍ରାର୍ଥୀମାନଙ୍କୁ ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ରାଜ୍ୟରେ ପୋଷ୍ଟିଂ କରାଯିବ। ଏଥିସହିତ ସେମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ପୋଷ୍ଟିଂ ମଧ୍ୟ  କରାଯାଇପାରିବ।

ଦରମା ଏବଂ ସୁବିଧା: ମାସିକ ୩୦,୦୦୦ ଦରମା ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ, ଯେଉଁଥିରେ ଦୈନିକ ୩୫୦ଟଙ୍କା ଭତ୍ତା, ବାହାର ଷ୍ଟେସନରେ ରାତ୍ରୀଯାପନ ପାଇଁ ୨୪୦ଟଙ୍କା ରହଣି ଶୁଳ୍କ, ଜାତୀୟ ଛୁଟିଦିନରେ କାମ କରିବା ପାଇଁ ୩୮୫ଟଙ୍କା ଏବଂ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପାଇଁ ମାସିକ୧୪୦୦ ଟଙ୍କା ଏବଂ ୩୬ ରୁ ୫୦ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିଙ୍କ ପାଇଁ ମାସିକ ୨୦୦୦ଟଙ୍କା ର ଚିକିତ୍ସା ବୀମା ଅନ୍ତର୍ଭୁକ୍ତ ରହିଛି।

କିପରି ଆବେଦନ କରିବେ?

ନିଯୁକ୍ତି ବିଜ୍ଞପ୍ତିରେ ଆବେଦନ ଫର୍ମାଟ୍ ପ୍ରଦାନ କରାଯାଇଛି। ଏଥିରେ ଆପଣଙ୍କ ନାମ, ପିତାଙ୍କ ନାମ, ଠିକଣା, ଇମେଲ୍ ଆଇଡି, ଅଭିଜ୍ଞତା ଇତ୍ୟାଦି ସମସ୍ତ ବିବରଣୀ ହାତରେ ପୂରଣ କରିବେ। ଉପଯୁକ୍ତ ସ୍ଥାନରେ ଆପଣଙ୍କର ପାସପୋର୍ଟ ଆକାରର ଫଟୋଗ୍ରାଫ୍ ଦେବାକୁ ଭୁଲିବେ ନାହିଁ। ତାରିଖ ଲେଖି ସ୍ୱାକ୍ଷର କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସଂଲଗ୍ନ କରିବା ପରେ ସାକ୍ଷାତକାର ତାରିଖରେ ଯାଇ ପଞ୍ଚିବାକୁ ହେବ।

ଏହି ନିଯୁକ୍ତି ପାଇଁ ସାକ୍ଷାତକାର ନଭେମ୍ବର ୮ ତାରିଖରେ କେରଳର ତ୍ରିଭେନ୍ଦ୍ରମରେ, ନଭେମ୍ବର ୧୨ ତାରିଖରେ କର୍ଣ୍ଣାଟକରେ, ନଭେମ୍ବର ୧୫ ତାରିଖରେ ଚେନ୍ନାଇରେ ଏବଂ ନଭେମ୍ବର ୧୮ ତାରିଖରେ ତାମିଲନାଡୁର ଥୁଭାକୁଡିରେ ଅନୁଷ୍ଠିତ ହେବ। ଆପଣଙ୍କୁ ସେଠାରେ ପହଞ୍ଚିବାକୁ ପଡିବ।

 ଏହି ନିଯୁକ୍ତି ସହିତ ଜଡିତ ଅନ୍ୟ କୌଣସି ସୂଚନା ପାଇଁ, ପ୍ରାର୍ଥୀମାନେ ଆଇଆରସିଟିସିର ସରକାରୀ ୱେବସାଇଟ୍ ପରିଦର୍ଶନ କରିପାରିବେ।

ଅଧିକପଢ଼ନ୍ତୁସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା... ବଢୁଛି ପବନ, କାକିନାଡ଼ାରୁ ୧୫୦ କିମି ଦୂରରେ ବାତ୍ୟା

Irctc