ନୂଆଦିଲ୍ଲୀ: ବଡ଼ ପରଦାରେ ସୁପରଷ୍ଟାର ଗୋବିନ୍ଦା ଏବଂ ସଲମାନ ଖାନଙ୍କ ଯୋଡ଼ିକୁ ଦେଖିବା ପାଇଁ ଅନେକ ଦିନ ଧରି ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଖୁସି ଖବର।ପ୍ରାୟ ଦୁଇ ଦଶନ୍ଧି ପରେ ଦର୍ଶକ ସେମାନଙ୍କର ଦୁଇ ପ୍ରିୟ ଅଭିନେତା ଗୋବିନ୍ଦା ଏବଂ ସଲମାନଙ୍କୁ ପରଦାରେ  ପୁଣି ଥରେ ଏକାଠି ଦେଖିବାର ସୁଯୋଗ ପାଇବେ।

Advertisment

ବଡ଼ପରଦାରେ ଏକାଠି ନଜର ଆସିବେ ଗୋବିନ୍ଦା ଏବଂ ସଲମାନ

ବଲିଉଡ୍ ହଙ୍ଗାମା ରିପୋର୍ଟ ଅନୁଯାୟୀ, "ସଲମାନ ଖାନ ଏବଂ ଗୋବିନ୍ଦା ଏକ ପ୍ରୋଜେକ୍ଟ ପାଇଁ ପୁଣି ଏକାଠି ହୋଇଛନ୍ତି। ଫିଲ୍ମଟି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହାର ଟାଇଟଲ୍ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ତଥାପି ସଲମାନ ଓ ଗୋବିନ୍ଦାଙ୍କ ଅଭିନୟ ପୁଣି ଦେଖିବାକୁ ମିଳିବାର ଖବର ପାଇବା ପରେ ଦର୍ଶକ ବେଶ ଉତ୍ସାହିତ ହୋଇଯାଇଛନ୍ତି।

ଅଧିକପଢ଼ନ୍ତୁ:ଉନ୍ମୋଚନ ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ଅସନ୍ତୋଷ ହେଲେ ଲୋକେ

'ପାର୍ଟନର୍'ରେ ଦୁଇଷ୍ଟାର ଶେଷଥର ପାଇଁ ଏକାଠି ନଜର ଆସିଥିଲେ

ଡେଭିଡ୍ ଧାୱନଙ୍କ ୨୦୧୯ର ବ୍ଲକବଷ୍ଟର ଫିଲ୍ମ 'ପାର୍ଟନର୍'ରେ ସଲମାନ ଖାନ ଏବଂ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଏକାଠି ସ୍କ୍ରିନ୍ ସେୟାର କରିଥିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବଲିଉଡର ସବୁଠାରୁ ସଫଳ କମେଡି ମଧ୍ୟରୁ ଗୋଟିଏ । ଯାହା ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ହୋଇ ରହିଛି।

ନିକଟରେ ଗୋବିନ୍ଦା ସୂଚନା ଦେଇ କହିଥିଲେ ଯେ ସେ "ଏକ ନୂତନ ଇନିଂସ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ"। 

ଅଧିକପଢ଼ନ୍ତୁ:ତୃତୀୟ ଥର ରାଷ୍ଟ୍ରପତି ହେବାକୁ ଟ୍ରମ୍ପଙ୍କ ଇଚ୍ଛା

Salman Govinda bollywood