ଜିଓ ଦିୱାଲୀ ଅଫର: ବର୍ଷକ ପାଇଁ ମାଗଣା ସେବା

Advertisment

ଦିୱାଲୀ ଧମାକା ଅଫର ଜିଓ ଏୟାରଫାଇବର ପାଇଁ ଲଞ୍ଚ କରିଛି। ଏହି ଅଫର ରିଲାଏନ୍ସ ଡିଜିଟାଏରେ କିଣିଲେ ଆପଣଙ୍କୁ ଲାଭ ମିଳି ପାରିବ। ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ଏହି ଅଫର ନଭେମ୍ବର ୩ ପର୍ଯ୍ୟନ୍ତ ଜାରି ରହିବ।

ଦିୱାଲୀ ଧମାକା ଅଫର ଜିଓ ଏୟାରଫାଇବର ପାଇଁ ଲଞ୍ଚ କରିଛି। ଏହି ଅଫର ରିଲାଏନ୍ସ ଡିଜିଟାଏରେ କିଣିଲେ ଆପଣଙ୍କୁ ଲାଭ ମିଳି ପାରିବ। ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ଏହି ଅଫର ନଭେମ୍ବର ୩ ପର୍ଯ୍ୟନ୍ତ ଜାରି ରହିବ।

dsfweg


ନୂଆଦିଲ୍ଲୀ: ଜିଓ ପୁଣି ଥରେ କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି। ବାସ୍ତବରେ, କମ୍ପାନୀ ଦିୱାଲୀ ଅବସରରେ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ଜିଓ ନିଜର ଦିୱାଲୀ ଅଫର ଲଞ୍ଚ କରି ଦେଇଛି। ଏହି ଅଫର ଜରିଆରେ ଗ୍ରାହକଙ୍କୁ ବର୍ଷକ ପାଇଁ ସେବା ମାଗଣାରେ ମିଳିବ।

ସୂଚନାଯୋଗ୍ୟ, ଦିୱାଲୀ ଧମାକା ଅଫର ଜିଓ ଏୟାରଫାଇବର ପାଇଁ ଲଞ୍ଚ କରିଛି। ଏହି ଅଫର ରିଲାଏନ୍ସ ଡିଜିଟାଏରେ କିଣିଲେ ଆପଣଙ୍କୁ ଲାଭ ମିଳି ପାରିବ। ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ଏହି ଅଫର ନଭେମ୍ବର ୩ ପର୍ଯ୍ୟନ୍ତ ଜାରି ରହିବ। ଏହାର ଫାଇଦା ମହଜୁତ ଥିବା ଜିଓ ଫାଇବର ଓ ନୂଆ ଜିଓ ଫାଇବର ଉଭୟ ବ୍ୟବହାରକାରୀଙ୍କୁ ମିଳିବ।

ଏହି ଅଫରର ଲାଭ ଉଠାଇବାକୁ  ହେଲେ ଗ୍ରାହକଙ୍କୁ ରିଲାଏନ୍ସ ଡିଜିଟାଲରୁ ୨୦ହଜାର ଟଙ୍କାର ପର୍ଯ୍ୟନ୍ତ କ୍ରୟ କରିବାକୁ ପଡ଼ିବ। ନଚେତ ଜିଓ ଏୟାର ଫାଇବରର ନୂଆ କନେକସନ ନେବାକୁ ପଡ଼ିବ। ନୂଆ ଗ୍ରାହକଙ୍କୁ ଦୀପାବଳି ପ୍ଲାନ କିଣିବାକୁ ହେବ। ଯାହାର ମୂଲ୍ୟ ୨,୨୨୨ଟଙ୍କା ରହିଛି।  ମହଜୁଦ ଗ୍ରାହକ ଏହାର ଲାଭ ୱାନ ଟାଇମ ଆଡଭାନ୍ସ ରିଚାର୍ଜ ଜରିଆରେ ଉଠାଇ ପାରିବେ। 
ଏହି ଅଫର ଜରିଆରେ କମ୍ପାନି ୧୨ମାସ ପାଇଁ କୁପନ ଦେବ।  ଯାହାକି ଏୟାରଫାଇବର ପ୍ଲାନର ଭେଲ୍ୟୁ ମୂଲ୍ୟର ରହିବ। ଏହି କୁପନକୁ ୩୦ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡ଼ିବ। ଏଥି ସହିତ, ରିଲାଏନ୍ସ ଡିଜିଟାଲ୍, ମାଇଜିଓ ଷ୍ଟୋର, ଜିଓପଏଣ୍ଟ ଷ୍ଟୋର୍ କିମ୍ବା ଜିଓମାର୍ଟ ଡିଜିଟାଲ୍ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ରେ ୧୫,୦୦୦ରୁ ଅଧିକ ଟଙ୍କା କ୍ରୟ ସମୟରେ ଏହି କୁପନ୍‌ଗୁଡ଼ିକୁ ମୁକ୍ତ କରାଯାଇପାରିବ।

ଏଭଳି ଅଫରକୁ ନେଇ  କମ୍ପାନି କହିଛି ଯେ ଏହି ଅଫର ମାଧ୍ୟମରେ ଗ୍ରାହକଙ୍କୁ ଦିୱାଲୀ ସପିଂ ସମୟରେ ଏକ ଉତ୍ତମ ଅଭିଜ୍ଞତା ଦେବାର ଲକ୍ଷ୍ୟ ରହିଛି। ଏହା ବ୍ୟତୀତ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହିତ କରିବା ବି କମ୍ପାନିର ଉଦ୍ଦେଶ୍ୟ ରହିଛି।

ସମ୍ପ୍ରତି ଜିଓ ଏୟାର ଫାଇବର ତିନିମାସ ପାଇଁ ଉପଲବ୍ଧ । ଯାହାର ମୂଲ୍ୟ ୨୧୨୦ ଟଙ୍କା ରହିଛି। ଏଥିରେ ୩୦ଏମବିପିଏସର ସ୍ପିଡ ଡାଟା ମିଳୁଛି।

 ଅଧିକପଢ଼ନ୍ତୁ: ତ୍ରୁଟି ସୁଧାରି ଦେଇଛି କ୍ଷମା କରିଦେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe