Meta: ମେଟା ବିରୋଧରେ ଅଭିଯୋଗ: ହ୍ବାଟସ୍‌ଆପ୍‌ ମେସେଜ୍‌ ଗୋପନୀୟ ଦାବି ମିଛ

Advertisment

ହ୍ବାଟସ୍‌ଆପ୍‌ ମେସେଜ୍‌ ସଂପୂର୍ଣ୍ଣ ସୁରକ୍ଷିତ। ଏହାକୁ କେବଳ ପଠାଉଥିବା ବ୍ୟକ୍ତି ଏବଂ ପାଉଥିବା ବ୍ୟକ୍ତି ପଢ଼ିପାରିବେ ବା ବ୍ୟବହାର କରିପାରିବେ। ୨୦୧୪ ମସିହାରେ ହ୍ବାଟସ୍‌ଆପ୍‌କୁ କିଣିଥିବା ମେଟା କମ୍ପାନି ଏଭଳି ଦାବି ବା ପ୍ରଚାର କରି ଆସୁଛି।

ହ୍ବାଟସ୍‌ଆପ୍‌ ମେସେଜ୍‌ ସଂପୂର୍ଣ୍ଣ ସୁରକ୍ଷିତ। ଏହାକୁ କେବଳ ପଠାଉଥିବା ବ୍ୟକ୍ତି ଏବଂ ପାଉଥିବା ବ୍ୟକ୍ତି ପଢ଼ିପାରିବେ ବା ବ୍ୟବହାର କରିପାରିବେ। ୨୦୧୪ ମସିହାରେ ହ୍ବାଟସ୍‌ଆପ୍‌କୁ କିଣିଥିବା ମେଟା କମ୍ପାନି ଏଭଳି ଦାବି ବା ପ୍ରଚାର କରି ଆସୁଛି।

25bbs_32_25012026_112

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ମେସେଜ୍‌ ସଂପୂର୍ଣ୍ଣ ସୁରକ୍ଷିତ। ଏହାକୁ କେବଳ ପଠାଉଥିବା ବ୍ୟକ୍ତି ଏବଂ ପାଉଥିବା ବ୍ୟକ୍ତି ପଢ଼ିପାରିବେ ବା ବ୍ୟବହାର କରିପାରିବେ। ୨୦୧୪ ମସିହାରେ ହ୍ବାଟସ୍‌ଆପ୍‌କୁ କିଣିଥିବା ମେଟା କମ୍ପାନି ଏଭଳି ଦାବି ବା ପ୍ରଚାର କରି ଆସୁଛି। କିନ୍ତୁ ଏହି ଦାବି ମିଛ ବୋଲି କେତେକ ଅଭିଯୋଗକାରୀ ଯୁକ୍ତି ବାଢ଼ିଛନ୍ତି। ସେମାନେ ମେଟାକୁ ଏଥିପାଇଁ କାଠଗଡ଼ାରେ ଛିଡ଼ା କରାଇଛନ୍ତି।

ସାନ୍‌ ଫ୍ରାନ୍‌ସିସ୍‌କୋର ଜିଲ୍ଲା କୋର୍ଟରେ ଏ ନେଇ ଅଭିଯୋଗ କରାଯାଇଛି। ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ ମେଟାର ଗୋପନୀୟତା ଦାବି ମିଛ। ସେମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମେଟା ଏବଂ ହ୍ବାଟସ୍‌ଆପ୍‌ ମେସେଜ୍‌କୁ ରଖି ପାରୁଛନ୍ତି, ବିଶ୍ଳେଷଣ କରି ପାରୁଛନ୍ତି ଏବଂ ବସ୍ତୁତଃ ସବୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଯୋଗାଯୋଗକୁ ଆକ୍ସେସ୍‌ କରି ପାରୁଛନ୍ତି। ବିଶ୍ବର କୋଟିକୋଟି ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କୁ କମ୍ପାନି ଏବଂ ଏହାର ଅଧିକାରୀମାନେ ଠକୁଛନ୍ତି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Iran Bunker: ବଙ୍କରରେ ଲୁଚିଛନ୍ତି ଖେମିନି: ପୁଅ ମୁଣ୍ଠରେ ଶାସନ ଭାର

ତେବେ ମେଟାର ଜଣେ ପ୍ରବକ୍ତା ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଆବେଦନକାରୀଙ୍କ ବିରୋଧରେ ମେଟା କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ସେ କହିଛନ୍ତି। ହ୍ବାଟସ୍‌ଆପ୍‌ ମେସେଜ୍‌ ଏନକ୍ରିପ୍ଟେଡ ନୁହେଁ ବୋଲି କରାଯାଉଥିବା ଦାବି ସଂପୂର୍ଣ୍ଣ ଭାବେ ମିଛ ବୋଲି ପ୍ରବକ୍ତା ଆଣ୍ଡି ଷ୍ଟୋନ୍‌ ଏକ ଇ-ମେଲ୍‌ ଜରିଆରେ କହିଛନ୍ତି। ମେଟା ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିମାନେ ଅଷ୍ଟ୍ରେିଲିଆ, ବ୍ରାଜିଲ, ଭାରତ, ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକାର। ହ୍ବାଟସ୍‌ଆପ୍‌ରେ ବ୍ୟବହାରକାରୀଙ୍କ ମଧ୍ୟରେ ହେଉଥିବା ଯୋଗାଯୋଗକୁ କମ୍ପାନି ରଖିପାରୁଛି। କର୍ମଚାରୀମାନେ ସେଗୁଡ଼ିକୁ ପାଇ ପାରୁଛନ୍ତି। ଏଭଳି ତଥ୍ୟ ସାମ୍‌ନାକୁ ଆଣିବାରେ ହ୍ବିସଲବ୍ଲୋୟର ସହାୟକ ହୋଇଛନ୍ତି। ତେବେ ସେମାନେ କିଏ ତାହାର ସୂଚନା ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ: Indias Crude Basket: ରୁଷ୍‌ରୁ ଅଶୋଧିତ ତେଲ ଆମଦାନି କମୁଛି, ମଧ୍ୟପ୍ରାଚ୍ୟରୁ ବଢ଼ୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe