Advertisment

Having Multiple Bank Accounts?: ଏକାଧିକ ବ୍ୟାଙ୍କ୍‌ ଆକାଉଣ୍ଟ କେତେ ଭଲ କେତେ ମନ୍ଦ!

Advertisment

ଆଗରୁ ନିଜର ସେଭିଂ ପାଇଁ ଲୋକମାନେ ଗୋ‌ଟିଏ ଆକାଉଣ୍ଟ ରଖୁଥିଲେ। ହେଲେ ‌ଏବେ ଲୋକଙ୍କ ପାଖରେ ମାଳମାଳ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ। ଅର୍ଥାତ୍‌ ସେମାନେ ଏବେ ଏକାଧିକ ବ୍ୟାଙ୍କ୍‌ରେ ଖାତାଧାରକ।

ଆଗରୁ ନିଜର ସେଭିଂ ପାଇଁ ଲୋକମାନେ ଗୋ‌ଟିଏ ଆକାଉଣ୍ଟ ରଖୁଥିଲେ। ହେଲେ ‌ଏବେ ଲୋକଙ୍କ ପାଖରେ ମାଳମାଳ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ। ଅର୍ଥାତ୍‌ ସେମାନେ ଏବେ ଏକାଧିକ ବ୍ୟାଙ୍କ୍‌ରେ ଖାତାଧାରକ।

Untitled-27

କହନ୍ତି, ନିଜର ସବୁ ପୁଞ୍ଜି ଗୋଟିଏ ଜାଗାରେ ଠୁଳ କରି ରଖନ୍ତୁ ନାହିଁ। ଆଗରୁ ନିଜର ସେଭିଂ ପାଇଁ ଲୋକମାନେ ଗୋ‌ଟିଏ ଆକାଉଣ୍ଟ ରଖୁଥିଲେ। ହେଲେ ‌ଏବେ ଲୋକଙ୍କ ପାଖରେ ମାଳମାଳ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ। ଅର୍ଥାତ୍‌ ସେମାନେ ଏବେ ଏକାଧିକ ବ୍ୟାଙ୍କ୍‌ରେ ଖାତାଧାରକ। ତେବେ ଏକା‌ଧିକ ଆକାଉଣ୍ଟଧାରୀଙ୍କ ପାଇଁ ଟଙ୍କା ସାଇତିବା ଏକପ୍ରକ‌ାରେ ସହଜ ଓ ଲାଭଦାୟକ ମଧ୍ୟ ସାବ୍ୟସ୍ତ ହୋଇଥାଏ।

କେମିତି ଓ କାହିଁକି?

୧- ଉତ୍ତମ ଆର୍ଥିକ ସଂଗଠନ: ଏକାଧିକ ସଞ୍ଚୟ ଖାତା ରଖିବା ଦ୍ବାରା ଆପଣ ଆପଣଙ୍କ ଟଙ୍କାକୁ ସଠିକ୍‌ ଭ‌ାବେ ଉପଯୋଗ କରିପାରିବେ। ଅର୍ଥାତ୍‌ ଆପଣଙ୍କ ସମ୍ପୂର୍ଣ୍ଣ ଅର୍ଥର କିଛି ପରିମାଣ ନିଜ ଘରଭଡ଼ା, ‌ସଉଦା, ଅ‌ାୟକର, ଅନ୍ୟାନ୍ୟ ଦୈନିକ ଖର୍ଚ୍ଚ କିମ୍ବା ସଞ୍ଚୟ ପାଇଁ ଅଲଗା ଅଲଗା ଆକାଉଣ୍ଟରେ ଟଙ୍କା ଭାଗ କରି ସାଇତି ରଖିପାରିବେ। ଏହାଦ୍ବାରା ଆପଣ କେତେ ଟଙ୍କା କୁଆଡ଼େ ଖର୍ଚ୍ଚ କରୁଛନ୍ତି କିମ୍ବା ବଦ୍‌ଖର୍ଚ୍ଚ କରୁଛନ୍ତି ତା’ର ଟିକିନିଖି ହିସାବ କରିବା ସହଜ ହୋଇଥାଏ।
୨- ଜରୁରୀକାଳୀନ ପାଣ୍ଠି ସୁରକ୍ଷା: ଅପ୍ରତ୍ୟାଶିତ ଖର୍ଚ୍ଚ ପାଇଁ ଏକ ଜରୁରୀକାଳୀନ ପାଣ୍ଠି ରଖିବା ହେଉଛି ଏକ ସୁରକ୍ଷା କବଚ ସଦୃଶ। ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ପୃଥକ୍‌ ଆକାଉଣ୍ଟ ରହିବା ଦ୍ବାରା ଆପଣଙ୍କ ଯାବତୀୟ ଅନାବଶ୍ୟକ ଖଚଚ୍ର୍ କରିବାର ପରିମାଣ କମ୍‌ ହୋଇଯାଇପାରେ।
୩- ସୁଧରେ ବୃଦ୍ଧି: କିଛି ସଞ୍ଚୟ ଖାତା ଅନ୍ୟ ବ୍ୟାଙ୍କ୍‌ମାନଙ୍କ ତୁଳନାରେ ଅଧିକ ସୁଧ ପ୍ରଦାନ କରିଥାଏ। ଏଣୁ ବିଭିନ୍ନ ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ରଖିବା ଦ୍ବାରା ଆପଣ ଅଧିକ ସୁଧ ପାଇପାରିବେ। 
୪- ଗୋଟିଏ ବ୍ୟାଙ୍କ୍‌ ଉପରେ କମ୍‌ ନିର୍ଭରଯୋଗ୍ୟ: ବର୍ତ୍ତମାନ ପ୍ରତିଟି ବ୍ୟାଙ୍କ୍‌ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ଅର୍ଥାତ୍‌ ବ୍ୟାଙ୍କ୍‌ର ସବୁ କାମ ଯେପରିକି ତଥ୍ୟ ଅପ୍‌ଡେଟ୍‌, ତଥ୍ୟ ସୁରକ୍ଷା, ପାସ୍‌ବୁକ୍‌ ଅପ୍‌ଡେଟ୍‌, ଟଙ୍କା ଜମା ଅାଦି ଯାବତୀୟ କାମ ଇଣ୍ଟର୍‌ନେଟ୍‌ ଦ୍ବାରା ହୋଇଥାଏ। ସର୍ଭର ସମ୍ବନ୍ଧୀୟ ସମସ୍ୟା ବା ଲିଙ୍କ୍‌ ଫେଲ୍‌ ପରି ସମସ୍ୟାର ସମାଧାନ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ଗୋଟିଏ ଅାକାଉଣ୍ଟ ଥିଲେ ଆପଣଙ୍କୁ ଜରୁରି ସେବା ହୁଏତ ବ୍ୟାହତ ହୋଇପାରେ। ଯଦି ଏକାଧିକ ବ୍ୟାଙ୍କ୍‌ ଅାକାଉଣ୍ଟ ଥିବ ତେବେ ଆପଣ ଏପରି ଅସୁବିଧାର କମ୍‌ ସମ୍ମୁଖୀନ ହେବେ।

ଆହୁରି ପଢ଼ନ୍ତୁ- ୬ ରାଜ୍ୟରେ ବଢିଲା SIR ସମୟସୀମା, ପଶ୍ଚିମବଙ୍ଗରେ ଆଜି ଶେଷତାରିଖ

ଏକାଧିକ ଆକାଉଣ୍ଟ ପାଇଁ କ’ଣ ଜରୁରି?

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ସେମିତି କିଛି ବିଶେଷ ନିୟମ କି କୌଣସି ଯୋଗ୍ୟତା ସର୍ତ୍ତ ନାହିଁ। ଆପଣ ଯେତେଟା ଆକାଉଣ୍ଟ ଚାହିଲେ ଖୋଲିପାରିବେ। ଏଥିପାଇଁ ବ୍ୟାଙ୍କ୍‌ର କିଛି ଆବଶ୍ୟକୀୟ ନିୟମାବଳୀ ପୂରଣ କରିବାକୁ ପଡ଼ିବ।
-ବୟସ: ଆପଣଙ୍କ ସର୍ବନିମ୍ନ ବୟସ ୧୮ବର୍ଷ ହୋଇଥିବା ଆବଶ୍ୟକ। ଯଦି ଆପଣ ନାବାଳକ ହୋଇଥିବେ, ତେବେ ଆପଣଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଦ୍ବାରା ଆପଣଙ୍କ ଆକାଉଣ୍ଟ ପରିଚାଳିତ ହେବ।
-ନାଗରିକତା: ଆପଣ ନିଶ୍ଚିତ ଭାବରେ ଭାରତର ନାଗରିକ  କିମ୍ବା ଜଣେ ପ୍ରବାସୀ ଭାରତୀୟ ହୋଇଥିବା ଜରୁରି।
-କେୱାସି ଅନୁପାଳନ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ସମସ୍ତ କେୱାସି ନିର୍ଦ୍ଦେଶାବଳୀକୁ ପାଳନ କରିବା ବିଧେୟ।

ଆହୁରି ପଢ଼ନ୍ତୁ- ସବୁପ୍ରକାର ଚେଷ୍ଟା ପରେ ବି ଦେଇଥିବା ଟଙ୍କା ନମିଳିବାରୁ ଜୀବନ ହାରିଦେଲେ ଯୁବକ

ଏହାବାଦ୍‌ ଆପଣଙ୍କୁ ପ୍ରଥମେ ଆପଣଙ୍କ ମୋଟ୍‌ ଆୟ ଅନୁସାରେ ଏକ ବଜେଟ୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ଆପଣ କେତେ ଖର୍ଚ୍ଚ କରିବେ ଓ କେ‌ତେ ସଞ୍ଚୟ କରିବେ ଏହାର ସଂପୂର୍ଣ୍ଣ ହିସାବ ରଖିବା ନିହାତି ଜରୁରି। ନହେଲେ ଏତେଗୁଡ଼ିଏ ବ୍ୟାଙ୍କ୍‌ ଆକାଉଣ୍ଟ ପରିଚାଳନା କରିବା ହୁଏତ ଆପଣଙ୍କ ପକ୍ଷରେ ଅସୁବିଧାଜନକ ହୋଇପା‌େର ଏବଂ ଏହାସହିତ ବିଭିନ୍ନ ବ୍ୟାଙ୍କ୍‌ ଦ୍ବାରା ଲଗାଯାଉଥିବା ରକ୍ଷଣାବେକ୍ଷଣ ଦେୟ, ସୁଧ ଓ ଅନ୍ୟାନ୍ୟ ଚାର୍ଜ ଲାଗି ଆପଣଙ୍କ ପକେଟ୍‌ରୁ ଅଧିକ ଟଙ୍କା ବି ଯାଇପାରେ। ଏବେ ୟୁପିଆଇ ବ୍ୟାଙ୍କ୍‌ ଅାକାଉଣ୍ଟ ସହିତ ଯୋଡ଼ି ହୋଇଥିବାରୁ ଅନ୍‌ଲାଇନ୍‌ ପେମେଣ୍ଟ ନିୟମ ଆଧାରରେ ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣରେ ସର୍ବାଧିକ ଟଙ୍କା ଉଠାଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe