ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ)କୁ ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଦୃଢ଼ ସମର୍ଥନ କରିଛନ୍ତି। ଭାରତ ସହିତ ବହୁ ପ୍ରତୀକ୍ଷିତ ରାଜିନାମା ହାସଲ ହୋଇଛି। ଏହି ସଫଳତା ଦ୍ବାରା ନିଯୁକ୍ତି, ଆୟ ଓ ରପ୍ତାନି ବୃଦ୍ଧି ପାଇବ ବୋଲି ଲକ୍ସନ ଦୃଢ଼ୋକ୍ତି ବାଢ଼ିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଏ ନେଇ ଏକ ପୋଷ୍ଟ୍‌ କରିଛନ୍ତି। ସେଥିରେ ଲକ୍ସନ କହିଛନ୍ତି ଯେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସେ ଦେଇଥିବା ଏକ ପ୍ରମୁଖ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି। ଏହାଦ୍ବାରା ବିଶ୍ବର ଏକ ବଡ଼ ଖାଉଟି ବଜାର ଭାରତରେ ନ୍ୟୁଜିଲାଣ୍ଡ ତାର ପହଞ୍ଚକୁ ସଂପ୍ରସାରିତ କରିପାରିବ। ଭାରତର ୧୪୦ କୋଟି ଗ୍ରାହକଙ୍କ ପାଇଁ ନ୍ୟୁଜିଲାଣ୍ଡର ଦ୍ବାର ଖୋଲିପାରିବ। ଦୀର୍ଘିମିଆଦୀ ଅଭିବୃଦ୍ଧି ପାଇଁ ଏହି ରାଜିନାମା ମୂଳଦୁଆ ପକାଇଛି। ମୂଳକୁ ଠିକ୍‌ କରାଯାଇଛି ଏବଂ ଭବିଷ୍ୟତକୁ ନିର୍ମାଣ କରାଯାଇଛି ବୋଲି ଲକ୍ସନ କହିଛନ୍ତି। 

Advertisment

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ଚଳିତ ସପ୍ତାହରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଘୋଷଣା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଏହା ‌ହୋଇଥିଲା। ଆସନ୍ତା ୫ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଦୁଇଗୁଣା ହେବ ବୋଲି ଉଭୟ ନେତା ଆଶାବ୍ୟକ୍ତ କରିଥିଲେ। ଏଥିସହିତ ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତରେ ନ୍ୟୁଜିଲାଣ୍ଡର ନିବେଶ ୨୦ ବିଲିଅନ ଡଲାରର ହେବ ବୋଲି କୁହାଯାଇଥିଲା।  
ତେବେ ଏହି ରାଜିନାମାକୁ ଶାସକ ମେଣ୍ଟର ନେତା ତଥା ନ୍ୟୁଜିଲାଣ୍ଡର ବିଦେଶ ମନ୍ତ୍ରୀ ୱିନଷ୍ଟନ ପିଟର୍ସ ସମାଲୋଚନା କରି ବିତର୍କ ସୃଷ୍ଟି କରିଥିଲେ। ଏହି ରାଜିନାମା ମୁକ୍ତ କିମ୍ବା ପାତରଅନ୍ତରବିହୀନ ନୁହେଁ ବୋଲି ସେ କହିଥିଲେ। ପିଟର୍ସ ନ୍ୟୁଜିଲାଣ୍ଡ ଫାଷ୍ଟ୍‌ ପାର୍ଟିର ନେତୃତ୍ବ ନେଉଛନ୍ତି। ତାଙ୍କର ଉଦ୍‌ବେଗ ସେ ସିଧାସଳଖ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଜଣାଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆସିଛି।

Memorable 25: ମନେରହିବ ୨୫: ଲୋକ ସାଧାରଣ କାମ ଅସାଧାରଣ