ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ସ୍ତରକୁ ଖସିଯାଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗ୍ରାମାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୧.୮୫ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ତାହା ୦.୨୬ ପ୍ରତିଶତ ରହିଛି। ଦରଦାମ କ୍ଷେତ୍ରରେ ଜାତୀୟ ହାରଠାରୁ ଭଲ ସ୍ଥିତିରେ ଓଡ଼ିଶା ରହିଛି। ଜାତୀୟ ସ୍ତରରେ ମୁଦ୍ରାସ୍ଫୀତି ହାର ୦.୭୧ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ତାହା ୦.୧୦ ପ୍ରତିଶତ ଓ ସହରାଞ୍ଚଳରେ ୧.୪୦ ପ୍ରତିଶତ ରହିଛି। ଏହି ସଂଖ୍ୟାଗୁଡ଼ିକ ଏହା ଇଙ୍ଗିତ କରୁଛି ଯେ ଗତ ନଭେମ୍ବର ମାସରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳବାସୀଙ୍କ ଉପରେ ଦରଦାମ୍‌ର ଚାପ ଅଧିକ ଥିଲା। 

Advertisment

Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍‌!

ଗ୍ରାମାଞ୍ଚଳରେ ପ୍ରମୁଖ ଫସଲଗୁଡ଼ିକର ଅମଳ ସମୟ ଚାଲିଛି। ଏଥି ସହିତ ପନିପରିବା ଓ ଅନ୍ୟାନ୍ୟ ଫସଲ ମଧ୍ୟ ଭଲ ହୋଇଛି। ତେଣୁ ଗ୍ରାମୀଣ ଲୋକମାନଙ୍କୁ ଅଧିକ ଜିନିଷ କିଣିବାକୁ ପଡ଼ିନାହିଁ। ସେଥିପାଇଁ ଦରଦାମ୍ ସ୍ଥିତି ସେଠାରେ ଅପେକ୍ଷାକୃତ ନିୟନ୍ତ୍ରଣରେ ରହିଛି। ଗତ ଅକ୍ଟୋବରେ ଦେଶରେ ମୁଦ୍ରାସ୍ଫୀତି ହାର ୦.୨୫ ପ୍ରତିଶତ ଥିଲା। ନଭେମ୍ବରରେ ପନିପରିବା, ପ୍ରୋଟିନ ଜାତୀୟ ଖାଦ୍ୟ ଓ ଇନ୍ଧନ ମହଙ୍ଗା ହେବାରୁ ‌ସେଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଲଗାତାର ଦଶମ ମାସରେ ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତ ସ୍ତରଠାରୁ କମ୍ ରହିଛି। ତେଣୁ ଆଗାମୀ ଦିନରେ ସୁଧ ହାରରେ ଆହୁରି ହ୍ରାସର ସମ୍ଭାବନା ରହିଛି। କିଛି ଦିନ ପୂର୍ବେ ଏହା ରେପୋ ହାର‌ରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା। ନଭେମ୍ବର ମାସରେ ଖାଦ୍ୟ ଓ ପନିପରିବା ଦର କମ୍ ହୋଇଥିବା ବେଳେ ଇନ୍ଧନ ଓ ଆଲୋକ ସାମଗ୍ରୀର ଦାମ୍ ବଢ଼ିଥିଲା। ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। କିନ୍ତୁ ସେଥିରେ ସେଭଳି ବଡ଼ ଧରଣର ବୃଦ୍ଧି ଘଟିନାହିଁ। ତାହାର କାରଣ ସମ୍ପର୍କରେ ସେମାନେ କହିଛନ୍ତି ଯେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ କରାଯାଇଥିବା ସଂସ୍କାର ପ୍ରଭାବରେ ବିଭିନ୍ନ ଜିନିଷର ଦାମ୍ ଶସ୍ତା ହେବାରୁ ଦରଦାମ୍‌ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହଜ ହୋଇଥିଲା।

Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ