ପିଜ୍ଜା ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ପୁଣେର ପିମ୍ପରି-ଚିଞ୍ଚୱାଡରେ ବସବାସ କରୁଥିବା ଅରୁଣ କାପସେ ମାଗାଇଥିବା ପିଜ୍ଜାରୁ ବାହାରିଲା ଛୁରୀ। ପିଜ୍ଜା ଆଉଟଲେଟ ମ୍ୟାନେଜର ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ ନକରିବା ପାଇଁ ଗ୍ରାହକଙ୍କୁ କଲେ ଅନୁରୋଧ।

sdas

ନୂଆଦିଲ୍ଲୀ: ଅନଲାଇନରୁ ଖାଦ୍ୟ ମଗାଇ ଖାଇବା ସୁବିଧା ସୁଆଦିଆ ଯେତିକି ସେତିକି କ୍ଷତିକାରଣ ମଧ୍ୟ। ଅନେକ ସମୟ‌ରେ ଅନଲାଇନରୁ ଖାଦ୍ୟ ଘରେ ପହଞ୍ଚିବା ପରେ ସେଥିରୁ କୀଟପତଙ୍ଗ ସହିତ ଛୁଞ୍ଚି, ନଖ ଓ ମଣିଷ ଚର୍ମ ଭଳି ଜିନିଷ ବାହାରିଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ନିକଟରେ ମହାରାଷ୍ଟ୍ର ପୁଣେରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। 

ଅଧିକପଢ଼ନ୍ତୁ:ଏହି ଦେଶରେ ୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡ, ୭୦ମୃତ୍ୟୁକୁ ଅପେକ୍ଷା କରିଛନ୍ତି

ପୁଣେର ପିମ୍ପରି-ଚିଞ୍ଚୱାଡରେ ବସବାସ କରୁଥିବା ଅରୁଣ କାପସେ ସ୍ପାଇନ ରୋଡସ୍ଥିଜ ଜୟ ଗଣେଷ ଏମ୍ପାୟରରେ ଥିବା  ଡୋମିନୋଜ ଆଉଟଲେଟରୁ  ୫୯୬ଟଙ୍କା ଦେଇ ପିଜ୍ଜା ମଗାଇଥିଲେ। ଘରେ ଆଣି ଉକ୍ତ ପିଜ୍ଜାଆ ଖାଇବା ସମୟରେ ସେ ଏକ ଧାରୁଆ ବସ୍ତୁ ସେଥିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ନୀରିଖି ଦେଖିଲା ବେଳକୁ ତାହା ଏକ ଛୁରୀର ଖଣ୍ଡ ଥିଲା। ସୌଭାଗ୍ୟବଶତଃ ସେ ଉକ୍ତ ଛୁରୀ ଖଣ୍ଡକୁ ଗିଳି ନାହାନ୍ତି। ନଚେତ ତାଙ୍କ ସହିତ କ’ଣ ଘଟଣା ଘଟିଥାଆନ୍ତା ତାହା ଆପଣମାନେ ସ୍ପଷ୍ଟ ଭାବେ ବୁଝିପାରୁଥିବେ। 

ଅଧିକପଢ଼ନ୍ତୁ:ବିଜେପି ନେତାଙ୍କ ବୟାନ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଅରୁଣ ଏହି ବିପଦପୂର୍ଣ୍ଣ ଘଟଣାର ଶିକାର ହେବାପରେ ତୁରନ୍ତ ପିଜ୍ଜା ଆଣିଥିବା ଆଉଟଲେଟର ମ୍ୟାନେଜରଙ୍କୁ ଫୋନ କରିଥି‌ଲେ। ପ୍ରଥମେ ମ୍ୟାନେଜର ଘଟଣାକୁ ସ୍ବୀକାର କରି ନଥିଲେ। ପରେ ନିଜର ଦୋଷ ସ୍ବୀକାର କରି ସୋସିଆଲ ମିଡିଆରେ ଏହି ଘଟଣାକୁ ପୋଷ୍ଟ ନକରିବାକୁ ଅନୁରୋଧ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe