ମୋର ଦୁଇବର୍ଷର ପୁଅ ବିମାନରେ ଖାଉଥିବା ଆମଲେଟରୁ ବାହାରିଲା ଅସରପା

Advertisment

ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀଙ୍କ ଦୁଇବର୍ଷର ପୁଅ ଖାଉଥିବା ଆମଲେଟରୁ ବାହାରିଲା ଅସରପା। ଭିଡିଓ ଭାଇରାଲ ପରେ କମ୍ପାନି ଦେଲା ପ୍ରତିକ୍ରିୟା।

ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀଙ୍କ ଦୁଇବର୍ଷର ପୁଅ ଖାଉଥିବା ଆମଲେଟରୁ ବାହାରିଲା ଅସରପା। ଭିଡିଓ ଭାଇରାଲ ପରେ କମ୍ପାନି ଦେଲା ପ୍ରତିକ୍ରିୟା।

୬୪୫୬

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ଖାଦ୍ୟରେ ଅସରପା ବାହାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରି ଏୟାର ଇଣ୍ଡିଆର ମୁଖପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ ଏକ୍ସରେ ଜଣେ ଯାତ୍ରୀ ଅଭିଯୋଗ କରି କହିଛନ୍ତି, ‘ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ବିମାନରେ ପରସା ଯାଉଥିବା ଆମଲେଟରେ ଅସରପା ବାହାରି ଥିବା ସେ ଦେଖିବାକୁ ପାଇଥି‌ଲେ। ଯେତେବେଳେ ଏହି ଘଟଣା ଘଟିଥିଲା। ସେତେବେଳକୁ ମୋର ଦୁଇବର୍ଷର ପୁଅର ଆମଲେଟ ଅଧାରୁ ଅଧିକ ଖାଇ ସାରିଥାଏ। ଯାହାର ପରିଣାମ ସ୍ବରୂପ ସେ ଅସୁସ୍ଥ ହୋଇପଡ଼ିଲା।’

ଉକ୍ତ ଯାତ୍ରୀ ଜଣକ ବିମାନରେ ପରସା ଯାଇଥିବା ଖାଦ୍ୟ ପଦାର୍ଥର ଏକ ‌ଛୋଟ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏଥିସହିତ ଏହି ପୋଷ୍ଟକୁ ଏୟାର ଇଣ୍ଡିଆ ବିମାନ ପରିଚାଳକ ଓ ନାଗରିକ ଉଡାଣ ମନ୍ତ୍ରୀ ରାମମୋହନ ନାଏଡୁଙ୍କୁ ଟ୍ୟାଗ କରିଛନ୍ତି।  

ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, କମ୍ପାନି ଏହି ଘଟଣାରେ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଚିନ୍ତିତ ଓ ଦୁଃଖୀତ। ଖାଦ୍ୟପନୀୟ ସେବା ପ୍ରଦାନ କରୁଥିବା ସଂସ୍ଥାର ଆମେ ଯାଞ୍ଚ କରୁଛୁ। ଆଗାମୀ ଦିନରେ ଏଭଳି ଘଟଣାର  ପୁନରାବୃତ୍ତି ଯେମିତି ନଘଟେ ସେଥିପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକପଢ଼ନ୍ତୁ:ସ୍ତ୍ରୀଙ୍କ ପାଇଁ ପ୍ରସ୍ତାବ ଖୋଜୁଥିଲେ ପଙ୍କଜ, ଦେଖିବାକୁ ଯାଇଛନ୍ତି ଅନେକ ପୁଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe