Pre-budget review: ଜାନୁଆରି ୮ ପର୍ଯ୍ୟନ୍ତ ପ୍ରାକ୍‌ ବଜେଟ୍‌ ସମୀକ୍ଷା ବୈଠକ

Advertisment

ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ସଂଶୋଧିତ ବଜେଟ୍‌ ଅଟକଳ ପ୍ରସ୍ତୁତ କରିବା ଓ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ ଅଟକଳ ଚୂଡ଼ାନ୍ତ କରିବା ପାଇଁ ଚଳିତ ମାସ ୨୨ରୁ ଆରମ୍ଭ ହୋଇଥିବା ପ୍ରାକ୍‌ ବଜେଟ୍‌ ସମୀକ୍ଷା ବୈଠକ ୨୦୨୬ ଜାନୁଆରି ୮ ପର୍ଯ୍ୟନ୍ତ ଚାଲିବ।

ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ସଂଶୋଧିତ ବଜେଟ୍‌ ଅଟକଳ ପ୍ରସ୍ତୁତ କରିବା ଓ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ ଅଟକଳ ଚୂଡ଼ାନ୍ତ କରିବା ପାଇଁ ଚଳିତ ମାସ ୨୨ରୁ ଆରମ୍ଭ ହୋଇଥିବା ପ୍ରାକ୍‌ ବଜେଟ୍‌ ସମୀକ୍ଷା ବୈଠକ ୨୦୨୬ ଜାନୁଆରି ୮ ପର୍ଯ୍ୟନ୍ତ ଚାଲିବ।

budget

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ସଂଶୋଧିତ ବଜେଟ୍‌ ଅଟକଳ ପ୍ରସ୍ତୁତ କରିବା ଓ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ ଅଟକଳ ଚୂଡ଼ାନ୍ତ କରିବା ପାଇଁ ଚଳିତ ମାସ ୨୨ରୁ ଆରମ୍ଭ ହୋଇଥିବା ପ୍ରାକ୍‌ ବଜେଟ୍‌ ସମୀକ୍ଷା ବୈଠକ ୨୦୨୬ ଜାନୁଆରି ୮ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩ ତାରିଖ‌ରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ହେବ। ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ଏକ ଚିଠି ଜରିଆରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, କମିସନର ତଥା ସଚିବ ଓ ସଚିବମାନଙ୍କୁ ଏବିଷୟରେ ଅବଗତ କରିଛନ୍ତି। 

India Vs SriLanka T-20 : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତୀୟ ମହିଳା ଦଳ

ନିଜ ନିଜ ବିଭାଗରେ ବଜେଟ୍‌ ପ୍ରସ୍ତୁତିରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ବୈଠକରେ ସାମିଲ ହେବାକୁ କୁହାଯାଉଛି। କେଉଁ ବାବଦରେ କେତେ ଟଙ୍କା ବଜେଟ୍‌ରେ ଦରକାର ତାହା ଚଳିତ ମାସ ୨୦ ସୁଦ୍ଧା ଜଣାଇବା ଲାଗି ବିଭାଗଗୁଡ଼ିକୁ ଅର୍ଥ ବିଭାଗ କହିଥିଲା। ବିଭାଗଗୁଡ଼ିକରୁ ଆସିଥିବା ତଥ୍ୟ ଆଧାରରେ ପ୍ରାକ୍‌ ବଜେଟ୍‌ ସମୀକ୍ଷା ବୈଠକ କରାଯାଉଛି। ସେଥିରେ ବିଭାଗରଗୁଡ଼ିକର ପ୍ରଶାସନିକ ବଜେଟ୍‌ ବ୍ୟୟବରାଦକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe