Reserve Bank: ଟଙ୍କା ପାଇଁ ଲଢ଼ିଲା ରିଜର୍ଭ ବ୍ୟାଙ୍କ: ବିନିମୟ ମୂଲ୍ୟରେ ସୁଧାର

Advertisment

ଆମେରିକୀୟ ଡଲାର ତୁଳନାରେ ଅତି ଦୁର୍ବଳ ହୋଇପଡ଼ିଥିବା ଭାରତୀୟ ମୁଦ୍ରା ଟଙ୍କାର ସ୍ଥିତିକୁ ସମ୍ଭାଳିବା ଲାଗି ଶେଷରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତ‌କ୍ଷେପ କରିବାକୁ ପଡ଼ିଛି। ଗତ ଅକ୍ଟୋବର ଓ ନଭେମ୍ବର ଭଳି ଏଥର ମଧ୍ୟ ରିଜର୍ଭ ବ୍ୟାଙ୍କ ଦୃଢ଼ ପଦକ୍ଷେପ ନେଇଥିଲା।

ଆମେରିକୀୟ ଡଲାର ତୁଳନାରେ ଅତି ଦୁର୍ବଳ ହୋଇପଡ଼ିଥିବା ଭାରତୀୟ ମୁଦ୍ରା ଟଙ୍କାର ସ୍ଥିତିକୁ ସମ୍ଭାଳିବା ଲାଗି ଶେଷରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତ‌କ୍ଷେପ କରିବାକୁ ପଡ଼ିଛି। ଗତ ଅକ୍ଟୋବର ଓ ନଭେମ୍ବର ଭଳି ଏଥର ମଧ୍ୟ ରିଜର୍ଭ ବ୍ୟାଙ୍କ ଦୃଢ଼ ପଦକ୍ଷେପ ନେଇଥିଲା।

reserve bank

Photograph: (Mint)

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଅତି ଦୁର୍ବଳ ହୋଇପଡ଼ିଥିବା ଭାରତୀୟ ମୁଦ୍ରା ଟଙ୍କାର ସ୍ଥିତିକୁ ସମ୍ଭାଳିବା ଲାଗି ଶେଷରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତ‌କ୍ଷେପ କରିବାକୁ ପଡ଼ିଛି। ଗତ ଅକ୍ଟୋବର ଓ ନଭେମ୍ବର ଭଳି ଏଥର ମଧ୍ୟ ରିଜର୍ଭ ବ୍ୟାଙ୍କ ଦୃଢ଼ ପଦକ୍ଷେପ ନେଇଥିଲା। ଫଳରେ ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ବେଳକୁ ୯୧ ଟଙ୍କା ସ୍ତର ଅତିକ୍ରମ କରିଥିବା ଟଙ୍କା ମୂଲ୍ୟରେ ଦ୍ରୁତ ସୁଧାର ଘଟିଥିଲା। ଏକ ସମୟରେ ଏକ ଡଲାର ମୂଲ୍ୟ ୮୯ ଟଙ୍କା ୭୫ ପଇସା ଭଳି ଉନ୍ନତ ସ୍ଥିତିକୁ ଚାଲିଆସିଥିଲା।

Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯେତେବେଳେ ଟଙ୍କା ଦୁର୍ବଳ ହୁଏ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ଡଲାର ବାହାର କରି ଅଳ୍ପ ମୂଲ୍ୟରେ ବଜାରରେ ଉପଲବ୍ଧ କରାଇ ତାହାର ଦାମ୍ କମ୍ କରିବାକୁ ପ୍ରୟାସ କରିଥାଏ। ଡିସେମ୍ବରରେ ଏହି କାମ ସାମାନ୍ୟ ଢିଲା ଥିଲା। ସେଥିପାଇଁ ଏକମୁହାଁ ହୋଇ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଥିଲା। ଗୋଟିଏ ମାସ ଭିତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୭ ଟଙ୍କାରୁ ୯୧ ଟଙ୍କାରେ ପହଞ୍ଚିଯାଇଥିଲା। ଏଥର ରିଜର୍ଭ ବ୍ୟାଙ୍କ ଉଭୟ ସ୍ପଟ୍ ଓ ନନ୍-ଡେଲିଭର ଫର୍‌ୱାର୍ଡ ବଜାରରେ ବିପୁଳ ଡଲାର ବିକ୍ରି କରିଥିବା କୁହାଯାଉଛି। ପୂର୍ବର ହସ୍ତକ୍ଷେପଗୁଡ଼ିକଠାରୁ ଏଥରର ପଦକ୍ଷେପ ଭିନ୍ନ ଥିଲା। କାରଣ ପୂର୍ବରୁ ରିଜର୍ଭ ବ୍ୟାଙ୍କ ମୁଦ୍ରା ବିନିମୟ ବଜାର ଖୋଲିବା ପୂର୍ବରୁ ଡଲାର ବିକ୍ରି କରୁଥିଲା। ଏଥର କିନ୍ତୁ ବଜାର ଖୋଲିବା ପରେ ତାହା ଡଲାର ବିକିଥିଲା।  

HDFC Bank : ଡିସେମ୍ବର ୧୩ ଓ ୨୧ ତାରିଖରେ ୪ ଘଣ୍ଟା ଲେଖାଏଁ ବନ୍ଦ ରହିବ ଏଚଡିଏଫସି ବ୍ୟାଙ୍କର ୟୁପିଆଇ ସେବା

ବିଶେଷଜ୍ଞଙ୍କ ମତରେ ଭାରତ-ଆମେରିକା ବାଣିଜ୍ୟ ରାଜିନାମାରେ ହେଉଥିବା ‌ଅହେତୁକ ବିଳମ୍ବ ଓ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ଆମଦାନିକାରୀମାନେ ଆଗୁଆ ଡଲାର କିଣି ନିଜ ପାଖରେ ମହଜୁଦ ରଖିବାକୁ ଚାହୁଛନ୍ତି। ଫଳରେ ଡଲାର ଚାହିଦା ବଢ଼ିବା ସହ ତାହାର ଦାମ୍ ବଢ଼ୁଛି। ଡଲାର ମହଙ୍ଗା ହେବାର ଅର୍ଥ ହେଉଛି ଆମଦାନୀ ମହଙ୍ଗା ହେବା। ତାହା ପରୋକ୍ଷରେ ଦେଶର ଦରଦାମ୍‌ ସ୍ଥିତି ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ତେଣୁ ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏକ ପ୍ରକାର ଜରୁରୀ ହୋଇପଡ଼ିଛି। ସାଧାରଣତଃ ବୈଦେଶିକ ମୁଦ୍ରା ଭଣ୍ଡାର ଯେତେ‌ ବଡ଼ ହୋଇଥାଏ ଓ ନିରନ୍ତର ଭାବେ ବିଦେଶୀ ମୁଦ୍ରା ଆଗମନ ଜାରି ରହିଥାଏ, ସେହି ସମୟରେ ଡଲାରର ବିଶେଷ ଅଭାବ ଦେଖା‌ଦିଏ ନାହିଁ। ବର୍ତ୍ତମାନ ସମୟରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଦେଶ ବାହାରକୁ ଚାଲିଯାଉଥିବାରୁ ଡଲାର ମହଙ୍ଗା ହେଉଛି। ତାହାକୁ କିଣିବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe