ଭୁବନେଶ୍ବର: ଇଞ୍ଜିନିୟରିଂ, ବିିନିର୍ମାଣ ଓ ପ୍ରୟୋଗାତ୍ମକ ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ବେଶ ଦୃଢ଼ ଥିବା ସତ୍ତ୍ବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ଯେତିକି ଆଲୋଚନା ହେବା କଥା ତାହା ହେଉନାହିଁ। ସେଥିପାଇଁ ବଡ଼ ବଡ଼ ମଞ୍ଚରେ ଓଡ଼ିଶାର ବ୍ରାଣ୍ଡ୍‌କୁ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଆଇଜି ଡିଫେନ୍ସର ପ୍ରତିଷ୍ଠାତା ଓ ସିଇଓ ବୋଦ୍ଧିସତ୍ତ୍ବ ସଂଘପ୍ରିୟ କହିଛନ୍ତି। ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬ ପରିପ୍ରେକ୍ଷୀରେ ସେ ବ୍ରାଣ୍ଡ୍‌ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଯୁଗରେ ସାଧବ ପୁଅମାନେ ଓଡ଼ିଶାର ସାମଗ୍ରୀ, ଜ୍ଞାନ ଓ ସଂସ୍କୃତିକୁ ଦକ୍ଷିଣ ପୂର୍ବ ଏସିଆରେ ପ୍ରଚାରପ୍ରସାର କରିଥିଲେ। ଆଜିର ପ୍ରଯୁକ୍ତି କମ୍ପାନିଗୁଡ଼ିକ ସେହି ଭାବନାର କେବଳ ସମ୍ପ୍ରସାରଣ ମାତ୍ର। ତାହା ହେଉଛି ସ୍ଥାନୀୟ ଭାବେ ତିଆରି କରିବା ଓ ବିଶ୍ବ ପାଇଁ ଭାବିବା ବୋଲି ସେ କହିଛନ୍ତି।

Advertisment

World Record  : ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ନେଲେ ୮ ୱିକେଟ୍ ନେଲେ ଭୁଟାନ ବୋଲର୍

ଶ୍ରୀ ସିଂଘପ୍ରିୟ କହିଛନ୍ତି ଯେ ଆଇଜି ଡିଫେନ୍ସ କେବଳ ଭୌଗୋଳିକ ସମ୍ପ୍ରସାରଣ ଉପରେ ଧ୍ୟାନ ଦେଉନାହିଁ। ଏହା ସେଭଳି ସମାଧାନ ଉପସ୍ଥାପନ କରୁଛି ଯାହା ସାରା ବିଶ୍ବ ପାଇଁ ପ୍ରାସଙ୍ଗିକ ଓ ମିସନ ପାଇଁ ଗୁରୁତ୍ବପୂର୍ଣ୍ଣ। ସେହି ପ୍ରଯୁକ୍ତିକୁ ଓଡ଼ିଶାରୁ ଦୁନିଆ ପାଇଁ ବିକାଶ କରାଯାଉଛି। ବିଶ୍ବସନୀୟତା ବଜାୟ ରଖିବା ଓ ଦୀର୍ଘକାଳୀନ ପ୍ରାସଙ୍ଗିକତାର ଏକ ବିଷୟ ଭାବେ କମ୍ପାନି ବ୍ରାଣ୍ଡ୍‌ ଦୃଶ୍ୟମାନତାକୁ ଦେଖୁଛି। ଭରସାଯୋଗ୍ୟ ପ୍ରତିରକ୍ଷା ସମାଧାନ ଯୋଗାଇବା ଏବଂ ସ୍ଥାୟିତ୍ବ, ଉତ୍ତରଦାୟିତ୍ବ ଓ ଶୃଙ୍ଖଳା ସହ ସଂସ୍ଥାଗତ ଆବଶ୍ୟକତା ପୂରଣ କରିବା ଉପରେ କମ୍ପାନି ଧ୍ୟାନ ଦେଉଥିବା ସେ କହିଛନ୍ତି।

DRDO : ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ