'Sambad' Corporate Excellence Awards 2026: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ବ୍ରାଣ୍ଡ୍ ହେଉଛି ଏକ ପରିଚୟ

Advertisment

ବଜାରରେ ବହୁ କମ୍ପାନି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସମାନ ଧରଣର ସେବା ଦେଇଥାନ୍ତି। କିଛି ଭିନ୍ନ ସେବା ବି ଦେଇଥାନ୍ତି। କିନ୍ତୁ ଗ୍ରାହକମାନେ ଯେଉଁ କମ୍ପାନିକୁ ଅଧିକ ପସନ୍ଦ କରିଥାନ୍ତି ତାହା ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଯାଇଥାଏ।

ବଜାରରେ ବହୁ କମ୍ପାନି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସମାନ ଧରଣର ସେବା ଦେଇଥାନ୍ତି। କିଛି ଭିନ୍ନ ସେବା ବି ଦେଇଥାନ୍ତି। କିନ୍ତୁ ଗ୍ରାହକମାନେ ଯେଉଁ କମ୍ପାନିକୁ ଅଧିକ ପସନ୍ଦ କରିଥାନ୍ତି ତାହା ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଯାଇଥାଏ।

sambad corporate

Photograph: (Sambad)

ଭୁବନେଶ୍ବର: ବଜାରରେ ବହୁ କମ୍ପାନି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସମାନ ଧରଣର ସେବା ଦେଇଥାନ୍ତି। କିଛି ଭିନ୍ନ ସେବା ବି ଦେଇଥାନ୍ତି। କିନ୍ତୁ ଗ୍ରାହକମାନେ ଯେଉଁ କମ୍ପାନିକୁ ଅଧିକ ପସନ୍ଦ କରିଥାନ୍ତି ତାହା ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଯାଇଥାଏ। ତେଣୁ ବ୍ରାଣ୍ଡ୍‌ ଏକ ପରିଚୟ। ବ୍ରାଣ୍ଡ୍‌ର ଯଥେଷ୍ଟ ଗୁରୁତ୍ବ ରହିଥାଏ। ‌ଗୋଟେ ବ୍ରାଣ୍ଡ୍‌ ଗଢ଼ିବା ପାଇଁ ଗୋଟେ କମ୍ପାନିକୁ ଦୀର୍ଘ ମାସ, ବର୍ଷ ଏବଂ ଏପରିକି ପିଢ଼ି ପରେ ପିଢ଼ି ସମୟ ଲାଗି ଯାଇଥାଏ। ଯେଉଁମାନେ ଦୀର୍ଘସମୟ ଧରି ବ୍ୟବସାୟ କରିବାକୁ ଆଗ୍ରହୀ ଥାଆନ୍ତି ସେମାନଙ୍କ ପାଇଁ ବ୍ରାଣ୍ଡ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହନ୍ତି ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକ‌ା ଲିପ୍‌ସା ହଂସ। ତାଙ୍କ ମତରେ ପୁରସ୍କାରରୁ ଉତ୍ସାହ ମିଳିଥାଏ। ଏହା ଆତ୍ମବିଶ୍ବାସକୁ ବଢ଼ାଇଥାଏ। ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। 

Paddy: ଚାଷୀ ଏଫଏକ୍ୟୁ ଧାନ ନ ଆଣିଲେ ଦାୟୀ କିଏ: ଜିଲ୍ଲା ମିଲ ମାଲିକ ସଂଘ

hsfhffhfh

ପରିଶ୍ରମର କିଛି ଅର୍ଥ ଅଛି ଏବଂ ନିଜର କିଛି ଯୋଗଦାନ ରହିଛି ବୋଲି ବୁଝାପଡ଼ିଥାଏ। ଏଥିସହିତ ପୁରସ୍କାର ବା ସ୍ବୀକୃତି ନିଜ ପରିବେଶର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଏ ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ। ଛୋଟ ପିଲାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ମିଳିଲେ ତାହା ସେମାନଙ୍କୁ ଯେତିକି ଆନନ୍ଦ ଦେଇଥାଏ, ଉଦ୍ୟୋଗପତିମାନଙ୍କୁ ପୁରସ୍କାର ଓ ସ୍ବୀକୃତି ମଧ୍ୟ ସେତିକି ଖୁସି ଦେଇଥାଏ। ବିଶେଷକରି ‘ସମ୍ବାଦ’ ପରି ଏକ ପ୍ରତିଷ୍ଠିତ ବ୍ରାଣ୍ଡ୍‌ଠାରୁ ଉଦ୍ୟୋଗୀମାନେ ପୁରସ୍କାର ପାଇବା ଅତ୍ୟନ୍ତ ଉତ୍ସାହପ୍ରଦ। ବିଗତ କିଛିବର୍ଷ ହେଲା ‘ସମ୍ବାଦ’ ପକ୍ଷରୁ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ପ୍ରଦାନ କରାଯାଇଆସୁଛି। ସମ୍ବାଦର ଏହି ଉଦ୍ୟମ ନିଶ୍ଚିତଭାବେ ପ୍ରଶଂସନୀୟ ବୋଲି ଶ୍ରୀମତୀ ହଂସ କୁହନ୍ତି।

Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe