ଭୁବନେଶ୍ବର: ବ୍ରାଣ୍ଡ୍ ତିଆରି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ। ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ପ୍ରତିବଦ୍ଧତାର ସହିତ କାମ କରିଲେ କମ୍ପାନିର ଉତ୍ପାଦ ଓ ସେବା ଉନ୍ନତମାନର ହୋଇଥାଏ। ଏଥିପାଇଁ ଦୀର୍ଘଦିନର ସାଧନା ଆବଶ୍ୟକ। ବ୍ରାଣ୍ଡ୍ ହିଁ ବ୍ୟବସାୟକୁ ଆଗକୁ ନେବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ମୁସ୍କାନ୍ ବିଜ୍ନେସ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ସୁନିଲ ମୁରର୍କା। ଉଦ୍ୟୋଗୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ବ୍ୟବସାୟ କରନ୍ତି। ଅର୍ଥନୀତିକୁ ଆଗକୁ ନିଅନ୍ତି।
industrial superpower: ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ୧.୬୭ ଲକ୍ଷ କୋଟି ନିବେଶ ହେବ
ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି। ତେଣୁ ଯେତେବେଳେ ପୁରସ୍କାର ବା ସ୍ବୀକୃତି ମିଳେ ତାହା ସେମାନଙ୍କୁ ଖୁସି ଓ ପ୍ରେରଣା ଦେଇଥାଏ। ପୁରସ୍କାର ପାଉଥିବା ବ୍ୟକ୍ତିମାନେ ଅନ୍ୟ ଉଦ୍ୟୋଗୀମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଥାନ୍ତି। ଏସବୁ ଦୃଷ୍ଟିରୁ ‘ସମ୍ବାଦ’ ପକ୍ଷରୁ ଗତ କିଛିବର୍ଷ ହେଲା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇ ଆସୁଥିବା କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ନିଶ୍ଚିତଭାବେ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ସମ୍ବାଦର ପୁରସ୍କାର ଚୟନ ପ୍ରକ୍ରିୟା ସ୍ବାଧୀନ ବିଚାରକମଣ୍ଡଳୀ ଦ୍ବାରା ନିରପେକ୍ଷ ଭାବେ କରାଯାଉଛି। ତେଣୁ ଏହି ପୁରସ୍କାରର ଅନେକ ଗୁରୁତ୍ବ ରହିଛି ସେ ମତ ଦେଇଛନ୍ତି।
Follow Us