ମୁମ୍ବାଇ : ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ବଜାର ପୁଞ୍ଜି (Market Capitalisation) ୧୦୦ ବିଲିୟନ ଡଲାର ଟପିଯାଇଛି । ଏହି ସଫଳତା ହାସଲ କରିବାରେ ଷ୍ଟେଟ ବ୍ୟାଙ୍କ କେତେକ ମୁଷ୍ଟିମେୟ ଭାରତୀୟ କମ୍ପାନିଙ୍କ ମଧ୍ୟରେ ସାମିଲ ହୋଇଯାଇଛି । ପୂର୍ବରୁ ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟିସିଏସ୍, ଏୟାରଟେଲ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ ଥିଲେ । ଏହି ସଫଳତା ସହ ଷ୍ଟେଟ ବ୍ୟାଙ୍କ ଆସନ୍ତା ୨୦୩୦ ସୁ୍ଦ୍ଧା ବିଶ୍ବର ଶ୍ରେଷ୍ଠ ୩୦ଟି ବ୍ୟାଙ୍କ ମଧ୍ୟରେ ସାମିଲ ହେବା ପାଇଁ ଲକ୍ଷ୍ୟ ରଖିଛି ।

Advertisment

ଆହୁରି ପଢ଼ନ୍ତୁ:Los Angeles 2028: ଅଲିମ୍ପିକ୍ସରେ ଭାରତ-ପାକିସ୍ତାନ ଲଢ଼େଇ ହେବନି: ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ ନାହିଁ!

ପୂର୍ବରୁ କେଉଁ ଭାରତୀୟ ବ୍ୟାଙ୍କ ୧୦୦ ବିଲିୟନ ଡଲାର କ୍ଲବରେ ଥିଲେ ?

ଭାରତର ଆର୍ଥିକ କ୍ଷେତ୍ରରେ ଏଚଡିଏଫସି ବ୍ୟାଙ୍କ୍ (HDFC Bank), ଆଇସିଆଇସିଆଇ ବ୍ୟାଙ୍କ୍ (ICICI Bank) ପୂର୍ବରୁ ହିଁ ୧୦୦ ବିଲିୟନ ଡଲାର କ୍ଲବରେ ଥିଲେ। ଏଚଡିଏଫସି ବ୍ୟାଙ୍କ୍ ଭାରତର ସବୁଠାରୁ ମୂଲ୍ୟବାନ ବ୍ୟାଙ୍କ୍ ଭାବେ ଶୀର୍ଷରେ ରହିଥିବାବେଳେ, ତାତଳେ ଆଇସିଆଇସିଆଇ ବ୍ୟାଙ୍କ ଥିଲା । ନିକଟରେ ଏସବିଆଇ ଏହି ମାଇଲଖୁଣ୍ଟ ଅତିକ୍ରମ କରି ଦେଶର ଏକ ବଡ଼ ସରକାରୀ ବ୍ୟାଙ୍କ୍ ଭାବରେ ଏହି କ୍ଲବରେ ସାମିଲ୍ ହୋଇଛି। ଏହି ସଫଳତା ବ୍ୟାଙ୍କଗୁଡ଼ିକ ଦୃଢ଼ ଆର୍ଥିକ ସ୍ଥିତି, ଋଣ ପରିଚାଳନାରେ ଉନ୍ନତି, ଏବଂ ବ୍ୟାପକ ବ୍ୟବସାୟିକ ଅଭିବୃଦ୍ଧି ହେତୁ ଏହି ବିଶାଳ ମୂଲ୍ୟାଙ୍କନ ହାସଲ କରିପାରିଛନ୍ତି । 

ଆହୁରି ପଢ଼ନ୍ତୁ: Winter Session Of Parliament: ଡିସେମ୍ବର ୧ରୁ ୧୯ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ

କଣ କହିଲେ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ?

ଏହି ସଫଳତା ସଂପର୍କରେ ବ୍ୟାଙ୍କର ଅକ୍ଷକ୍ଷ ସିଏସ ସେଟ୍ଟି କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ବଜାର ପୁଞ୍ଜି ଅନୁସାରେ ଦେଶର ବୃହତ୍ତମ ସରକାରୀ ସଂପତ୍ତି ମଧ୍ୟରେ ଅନ୍ୟତମ । ଆଗକୁ ଏହି ବ୍ୟାଙ୍କ ନିଜର ମୂଲ୍ୟ ଆହୁରି ବଢାଇଚାଲିବ ଓ ଅଭିବୃଦ୍ଧି ପାଇଁ ପୁଞ୍ଜି ଅଭାବ ରହିବ ନାହିଁ ।