ଭୁବନେଶ୍ବର: ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀ ‘ସେପ୍ ଅଫ୍ ୟୁ’ ଅଭିଯାନ ଘୋଷଣା କରାଯାଇଛି। ଏହା ହେଉଛି ଏକ ଏଆଇ ଆପ୍ଲିକେସନ୍ ଯେଉଁଥିରେ ଗ୍ରାହକମାନେ ନିଜ ମୁଖମଣ୍ଡଳର ଗଠନ ଶୈଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁହାଇବା ଭଳି ଗହଣା ଚୟନ କରିବାରେ ବ୍ୟବହାର କରିପାରିବେ। ଏହା ବ୍ୟକ୍ତିଗତ ପସନ୍ଦ ସହିତ ପ୍ରଯୁକ୍ତିକୁ ଅତି ସହଜରେ ସମନ୍ବିତ କରାଇଛି।
ନିଜ ବ୍ୟକ୍ତିତ୍ବକୁ ସୁହାଇବା ଭଳି ଡିଜାଇନ ଚୟନ କରିବାରେ ଏହା ଗ୍ରାହକଙ୍କୁ ସାହାଯ୍ୟ କରୁଛି। ପୂର୍ବରୁ ମହିଳାମାନେ କଣ ପିନ୍ଧିବେ ସେହି ଅନୁସାରେ ଗହଣା ଚୟନ କରାଯାଉଥିଲା। କିନ୍ତୁ ମହିଳାମାନଙ୍କୁ କଣ ସୁନ୍ଦର ଦେଖାଯିବ ସେହି ଗହଣା ଚୟନ କରିବା ଲାଗି ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ଗ୍ରାହକମାନଙ୍କୁ ସ୍ବାଗତ କରୁଛି। କମ୍ପାନିର ସେପ୍ ଅଫ୍ ୟୁନ ଅଭିଯାନର ମୂଳରେ ରହିଛି ଡିଜାଇନ। ଏହି ସୁବିଧା କମ୍ପାନିର ସବୁ ସୋ’ରୁମ୍ ଓ ସେନ୍କୋ ଆପ୍ରେ ଉପଲବ୍ଧ ହୋଇଛି।
ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ: ମାମୁର ଠେଙ୍ଗା ମାଡ଼ରେ ଚାଲିଗଲା ଭଣଜା ଭାଣିଜୀଙ୍କ ଜୀବନ
ଏ ସମ୍ପର୍କରେ କମ୍ପାନିର ଡାଇରେକ୍ଟର ଓ ମାର୍କେଟିଂ ତଥା ଡିଜାଇନ ମୁଖ୍ୟ ଜୋଇତା ସେନ୍ କହିଛନ୍ତି ଯେ ପ୍ରଯୁକ୍ତି ଆଧରିତ ଡିଜାଇନ ସହ ବ୍ୟକ୍ତିଗତ ପରିଚୟରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ସେପ୍ ଅଫ୍ ୟୁ ଅଭିଯାନର କଳ୍ପନା କରାଯାଇଥିଲା। ଏହା ହେଉଛି ମହିଳାମାନଙ୍କ ପାଇଁ ଏକ ସଶକ୍ତୀକରଣ ଟୁଲ୍। ସେହିପରି କମ୍ପାନିର ଏମ୍ଡି ଓ ସିଇଓ ଶୁଭଙ୍କର ସେନ୍ କହିଛନ୍ତି ଯେ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବାରେ ଆମର ରହିଥିବା ଅନେକ ପ୍ରଯୁକ୍ତି ମଧ୍ୟରୁ ସେପ୍ ଅଫ୍ ୟୁ ହେଉଛି ଅନ୍ୟତମ। ଏଥି ସହିତ ଏହି ମହିଳା ଦିବସରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ୧୦ ଗ୍ରାମ ସୁନା ଗହଣା ଉପରେ ଫ୍ଲାଟ୍ ୩୦୦୦ ଟଙ୍କା ରିହାତି, ଗଢ଼ା ମଜୁରିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ହୀରା ମୂଲ୍ୟ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଓ ସମସ୍ତ ପ୍ରକାର ହୀରା ଗହଣାର ଗଢ଼ା ମଜୁରି ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ରୁପା ସାମଗ୍ରୀର ଗଢ଼ା ମଜୁରିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଓ ସେନେସ୍ ସାମଗ୍ରୀ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ୨୦୨୬ ମାର୍ଚ୍ଚ ୮ ତାରିଖରେ ସେନ୍କୋ ୱେବସାଇଟ୍ରେ ସୁନା, ହୀରା ଓ ପ୍ଲାଟିନମ୍ ଗହଣା ଗଢ଼ା ମଜୁରୀରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ।
Follow Us