Gold and Silver Price: ରେକର୍ଡ: ୨୨ କ୍ୟାରେଟ୍‌ ସୁନା ଲକ୍ଷେ ୫୩ ହଜାର

Advertisment

ପ୍ରଥମ ଥର ଭୁବନେଶ୍ବରରେ ରୁପା କିଲୋ ୪ ଲକ୍ଷ ଟଙ୍କା ହୋଇଛି। ବୁଧବାର ରୁପାର କେଜି ପିଛା ଦର ୧୩ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା।

ପ୍ରଥମ ଥର ଭୁବନେଶ୍ବରରେ ରୁପା କିଲୋ ୪ ଲକ୍ଷ ଟଙ୍କା ହୋଇଛି। ବୁଧବାର ରୁପାର କେଜି ପିଛା ଦର ୧୩ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା।

New Project (10).jpg

ଭୁବନେଶ୍ବର: ପ୍ରଥମ ଥର ଭୁବନେଶ୍ବରରେ ରୁପା କିଲୋ ୪ ଲକ୍ଷ ଟଙ୍କା ହୋଇଛି। ବୁଧବାର ରୁପାର କେଜି ପିଛା ଦର ୧୩ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା। ଚଳିତ ମାସ ୨୩ ପରଠାରୁ ଏହାର ଦରରେ ୬୦ ହଜାର ଟଙ୍କାର ବୃଦ୍ଧି ଘଟିଛି। ଭୂରାଜନୈତିକ ସଙ୍କଟ, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ ଆମେରିକା ସହ ବାଣିଜ୍ୟ ରାଜିନାମା ବିଳମ୍ବ ହେଉଥିବାରୁ ରୁପା ଦାମ୍‌ ବଢ଼ୁଛି। ଅନ୍ୟ ଏକ କାରଣ ହେଉଛି ଇଲେକ୍ଟ୍ରିକ ଯାନ, ସୋଲାର ପ୍ରକଳ୍ପ ଭଳି ବିଭିନ୍ନ ଶିଳ୍ପ କାର୍ଯ୍ୟରେ ମଧ୍ୟ ବିପୁଳ ରୁପା ବ୍ୟବହାର ହେଉଛି। ଯୋଗାଣଠାରୁ ଚାହିଦା ଅଧିକ ରହୁଥିବାରୁ ରୁପା ମହଙ୍ଗା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।ରୁପା ଭଳି ସୁନା ଦର ମଧ୍ୟ ବଢ଼ିଛି।

ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୪୭୦୦ ଟଙ୍କା ବୃଦ୍ଧି ପାଇ ୧,୫୩,୧୫୦ ଟଙ୍କା ହୋଇଛି। ସେହିପରି, ୨୪ କ୍ୟାରେଟ୍ ରୁପା ମୂଲ୍ୟ ୫୧୩୦ ଟଙ୍କା ବୃଦ୍ଧି ପାଇ ୧,୬୭,୦୮୦ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ବଜାରରେ ରୁପାର ଆଉନ୍ସ ପିଛା ଦାମ୍‌ ୧୧୩.୬୩ ଡଲାର ହୋଇଯାଇଛି। ଚଳିତ ସପ୍ତାହରେ ଏହି ଦର ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୧୭.୬୯ ଡଲାରକୁ ବୃଦ୍ଧି ପାଇଥିଲା।

ଆହୁରି ପଢ଼ନ୍ତୁ: E-commerce: ତିନି ମାସରେ ୧୬ହଜାର କର୍ମଚାରୀ ଛଟେଇ କରିବ ଆମାଜନ୍‌

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରୁପା ମୂଲ୍ୟରେ ୬୦ ପ୍ରତିଶତର ବୃଦ୍ଧି ଘଟିଲାଣି। ନିବେଶ ଚାହିଦା, ଯୋଗାଣରେ ସମସ୍ୟା ଓ ଦୁର୍ବଳ ଡଲାର ପ୍ରଭାବରେ ରୁପା ମହଙ୍ଗା ହେଉଛି। ସୁନାର ଆଉନ୍ସ ପିଛା ଦାମ୍‌ ପ୍ରଥମ ଥର ପାଇଁ ୫୨୦୦ ଡଲାରକୁ ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୧,୬୦,୫୦୯ ଟଙ୍କା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe