Women entrepreneur : ନିଜେ ସ୍ବାବଲମ୍ବୀ ହେବା ସହ ପରିବାରର ଭରଣପୋଷଣ ଲକ୍ଷ୍ୟରେ ନିଜ ଘର ବାଡ଼ିରେ କୁକୁଡ଼ା ଚାଷ ଆରମ୍ଭ କରିଥିଲେ ଢେଙ୍କାନାଳଜିଲ୍ଲା ସଦର ବ୍ଲକ ତରଭାର ଶୁଭସ୍ମିତା ସାହୁ । ପ୍ରଥମେ ଅଳ୍ପ କିଛି କୁକୁଡ଼ା ରଖୁଥିଲେ । ସେଥିରୁ ଲାଭ ହେବାର ଦେଖି କୁକୁଡ଼ା ଚାଷ ଦିଗରେ ଅଧିକ ମନ ବଳାଇଥିଲେ I ବୈଜ୍ଞାନିକ ଉପାୟରେ କୁକୁଡ଼ା ଚାଷ ଓ ସେମାନଙ୍କ ଯତ୍ନ ପାଇଁ ସେ ଓୟୁଏଟି ଅଧିନସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରି ସିବିସାଇ ବିକାଶ ପ୍ରକଳ୍ପ ଅଧିନରେ କୁକୁଡ଼ା ଚାଷର ୫ ଦିନିଆ ତାଲିମ ନେଇଥିଲେ । ଏହି ତାଲିମ ପରେ ସେ ନିଜର କୁକୁଡ଼ା ଚାଷକୁ ଏକ ନୂଆ ଉଚ୍ଚତାକୁ ପହଞ୍ଚାଇବା ସହ ସଫଳ ଚାଷୀ ହୋଇପାରିଛନ୍ତି ।

Advertisment

ଆହୁରି ପଢନ୍ତୁ : ପାକିସ୍ତାନରେ ଟମାଟୋ କିଲୋ ୬୦୦ ଟଙ୍କା, ଅଦା କିଲୋ ୭୫୦ ଟଙ୍କା

ନିଜ ଘର ଅଗଣାରେ କରିଥିବା ନିଜର ଫାର୍ମରେ ଶୁଭସ୍ମିତା ୬୦୦ ରୁ ଅଧିକ ରଙ୍ଗୀନ କୁକୁଡ଼ା ରଖୁଛନ୍ତି । ଆଉ ଛୋଟ ଚିଆଁ ଗୁଡିକୁ ଅଲଗା ରଖି ଯତ୍ନ ନେଇ ବଡ କଲା ପରେ ବଡ କୁକୁଡ଼ାଙ୍କ ସହ ଭାଡ଼ିରେ ଛାଡ଼ନ୍ତି । ଯେଉଁଥୁରୁ ସେ ଗୋଟିଏ ବ୍ୟାଚରେ ପ୍ରାୟ ୫୦ ହଜାରରୁ ଅଧିକ ଲାଭ ପାଉଥିବା ବେଳେ ବର୍ଷକୁ ସବୁ ଖର୍ଚ ଯାଇ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପାଇପାରୁଛନ୍ତି । ମାର୍କେଟ ସୁବିଧା ଥିବାରୁ ସେ ପାଖ ମାର୍କେଟ ବିକ୍ରି କରିବା ସହ ଅନୁଗୁଳ, ବାଲେଶ୍ବରର ବେପାରୀ ଆସି ତାଙ୍କ ରଙ୍ଗୀନ କୁକୁଡ଼ା କିଣି ନେଉଛନ୍ତି । 

ଆହୁରି ପଢନ୍ତୁ : PDS Rice: ପିଡିଏସ୍‌ ଚାଉଳ ଚିନ୍ତା: ଭଙ୍ଗା କୁଡ଼ିଆରେ ମାଙ୍କିଡ଼ିଆ ବୃଦ୍ଧଙ୍କ ମୃତ୍ୟୁ

ଶୁଭସ୍ମିତା ନିଜର ଏହି ବ୍ୟବସାୟ ୨୦୨୦ ରେ ଆରମ୍ଭ କରିଥିଲେ ୲ ଏଥିରେ ଉଲ୍ଲେଖନୀୟ ସଫଳତା ପରେ ବର୍ତ୍ତମାନ ସେ ଏହାକୁ ୩ଟା ୟୁନିଟ କରିବାକୁ ଯୋଜନା କରୁଛନ୍ତି । କୁକୁଡ଼ାଙ୍କ ରକ୍ଷଣାବେକ୍ଷଣ ସହ ତାପମାତ୍ରା, ରୋଗ ପରିଚାଳନା, ଉପଯୁକ୍ତ ଔଷଧ ବ୍ୟବହାର, ଖାଦ୍ୟପେୟର ଯନ୍ତ୍ର, କିଭଳି ଘର କରିବେ ଏ ସବୁ ପାଇଁ ତାଙ୍କୁ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ତାଲିମରେ ଶିଖାଯାଇଛି ।