ରତନ ଟାଟାଙ୍କ ସହ ଶେଷ ସାକ୍ଷାତକୁ ମନେ ପକାଇଲେ ସୁନ୍ଦର ପିଚାଇ

Advertisment

ରତନ ଟାଟାଙ୍କୁ ମନେ ପକାଇ ସୁନ୍ଦର ପିଚାଇ କହିଲେ, ‘ରତନ ଟାଟା ଭାରତକୁ ଉନ୍ନତ କରିବା ପାଇଁ ଗଭୀର ଭାବରେ ଚିନ୍ତିତ ଥିଲେ। ସେ ଆହୁରି କିଛି ନୂଆ କରିବାର ସ୍ବପ୍ନ ଦେଖିଥି‌ଲେ।’

Updated On

ରତନ ଟାଟାଙ୍କୁ ମନେ ପକାଇ ସୁନ୍ଦର ପିଚାଇ କହିଲେ, ‘ରତନ ଟାଟା ଭାରତକୁ ଉନ୍ନତ କରିବା ପାଇଁ ଗଭୀର ଭାବରେ ଚିନ୍ତିତ ଥିଲେ। ସେ ଆହୁରି କିଛି ନୂଆ କରିବାର ସ୍ବପ୍ନ ଦେଖିଥି‌ଲେ।’

ଅଦ୍ୟତନ ହୋଇଛି
ୀ୍ୀ

ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତ ଖବର ପାଇବା ପରେ ଦେଶ ତଥା ଦେଶ ବାହାରେ ଶୋକର ଲହରୀ ଖେଳିଯାଇଛି। ରତନ ଟାଟାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଲୋକେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। 
ରତନ ଟାଟାଙ୍କ ମୃତ୍ୟୁ ଖବର ପାଇବା ପରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଦୁଃଖ ପ୍ରକାଶ କରିଛନ୍ତି।

ପିଚାଇ ତାଙ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ରତନ ଟାଟାଙ୍କ ସହ ମୋର ଶେଷ ସାକ୍ଷାତ ଗୁଗୁଲରେ ହୋଇଥିଲା। ଏହି ସାକ୍ଷାତକାର ସମୟରେ ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ବି କରିଥିଲୁ। ରତନ ଟାଟା ଭାରତକୁ ଉନ୍ନତ କରିବା ପାଇଁ ଗଭୀର ଭାବରେ ଚିନ୍ତିତ ଥିଲେ। ସେ ଆହୁରି କିଛି ନୂଆ କରିବାର ସ୍ବପ୍ନ ଦେଖିଥି‌ଲେ।

ଏହି କ୍ରମରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ରତନ ଟାଟାଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି। ମହିନ୍ଦ୍ରା ଏକ୍ସ ପୋଷ୍ଟରେ କହିଛନ୍ତି, 'ମୁଁ ରତନ ଟାଟାଙ୍କ ଅନୁପସ୍ଥିତିକୁ ଗ୍ରହଣ କରିପାରିବି ନାହିଁ' ।’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମଧ୍ୟ ରତନ ଟାଟାଙ୍କୁ ମନେ ପକାଇ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଏହା ଭାରତ ପାଇଁ ଅତ୍ୟନ୍ତ ଦୁଃଖର ଦିନ ଏବଂ ରତନଙ୍କ ଦେହାନ୍ତ କେବଳ ଟାଟା ଗ୍ରୁପ୍ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ମୁଁ ମୋର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇ ଦେଇଛି। 

ଅଧିକ ପଢ଼ନ୍ତୁ:  https://sambad.in/india-and-beyond/ratan-tata-was-unmarried-because-7304859

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe