ନୂଆଦିଲ୍ଲୀ: ପୁଞ୍ଜିଲାଭ ଟିକସ ମାମଲାରେ ଆମେରିକୀୟ କମ୍ପାନି ଟାଇଗର ଗ୍ଲୋବାଲ୍କୁ ଆଜି ଶକ୍ତ ଧକ୍କା ଲାଗିଛି। ଫ୍ଲିପକାର୍ଟରେ ଥିବା ଅଂଶଧନକୁ ୧.୬ ବିଲିଅନ ଡଲାର ମୂଲ୍ୟରେ ୱାଲମାର୍ଟକୁ ଟାଇଗର ଗ୍ଲୋବାଲ ୨୦୧୮ ମସିହାରେ ବିକ୍ରି କରିଥିଲା। ଏ ବାବଦରେ ହୋଇଥିବା ପୁଞ୍ଜି ଲାଭ ଉପରେ ଟାଇଗର ଗ୍ଲୋବାଲ୍ ଭାରତରେ ନିଶ୍ଚିତ ଟିକସ ପ୍ରଦାନ କରିବ। ସୁପ୍ରିମକୋର୍ଟ ଆଜି ଏହି ରାୟ ପ୍ରଦାନ କରିଛନ୍ତି। ଆଜିର ଏହି ରାୟ ଆୟକର ବିଭାଗ ପାଇଁ ଏକ ବଡ଼ ବିଜୟ ଆଣିଛି। ଏଥିସହିତ ଅନ୍ତର୍ଜାତୀୟ ଟିକସ ରାଜିନାମାକୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ-ମରିସସ୍ ଟିକସ ରାଜିନାମା ଅଧୀନରେ ଟାଇଗର ଗ୍ଲୋବାଲ୍ ଟିକସ ଛାଡ଼ ଦାବି କରି ପାରିବ ନାହିଁ। ଉକ୍ତ କାରବାର ପାଇଁ ଗଠନ କରାଯାଇଥିବା ଢାଞ୍ଚା ଭାରତରେ ଟିକସ ଏଡ଼ାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୮ ମସିହାର ଅଂଶଧନ ବିକ୍ରି ବେଳେ ହୋଇଥିବା ପୁଞ୍ଜିଲାଭ ଭାରତରେ ଟିକସଯୋଗ୍ୟ। ଗୋଟିଏ ଦେଶ ଭିତରେ ଟିକସଯୋଗ୍ୟ ଆୟ ଉପରେ ଟିକସ ଲଗାଇବା ଅଧିକାର ସେହି ଦେଶର ରହିଛି। ତେଣୁ ଫ୍ଲିପକାର୍ଟର ଅଂଶଧନ ବିକ୍ରି ସମୟରେ ଟାଇଗର ଗ୍ଲୋବାଲ କରିଥିବା ପୁଞ୍ଜି ଲାଭ ଉପରେ ଏହି ସଂସ୍ଥା ଟିକସ ଦେବ। ଭାରତ ବାହାରେ ଏହି କାରବାର ଉପରେ ଟିକସ ଆଦାୟ ହେବା ଉଚିତ ବୋଲି ଟାଇଗର ଗ୍ଲୋବାଲ ପକ୍ଷରୁ କରାଯାଇଥିବା ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରି ନଥିଲେ।
ଆହୁରି ପଢ଼ନ୍ତୁ: Javelin Throw: ଜୟଙ୍କଠୁ ପୋଚେଷ୍ଟ୍ରମ୍ରେ ପ୍ରଶିକ୍ଷଣ ନେବେ ନୀରଜ
ଦୃଢ଼ ହେଲା ଟିକସ ଲଗାଇବା ଅଧିକାର
ସୁପ୍ରିମକୋର୍ଟଙ୍କ ଏହି ରାୟ ସୀମା ପାର ଆର୍ଥିକ କାରବାର ଉପରେ ଭାରତ ସରକାରଙ୍କ ଟିକସ ଲଗାଇବା ଅଧିକାରକୁ ଦୃଢ଼ କରିଛି। ଟିକସ ଅଧିକାରୀମାନେ ଦର୍ଶାଇଛନ୍ତି ଯେ ଚୁକ୍ତି ସୁବିଧାକୁ ଟିକସ ରିହାତି କ୍ଷେତ୍ରରେ ଅପବ୍ୟବହାର କରାଯିବା ଉଚିତ ନୁହେଁ। ବିଶେଷକରି ଭାରତୀୟ କମ୍ପାନିଙ୍କୁ ନେଇ ହେଉଥିବା ବଡ଼ କାରବାର କ୍ଷେତ୍ରରେ ଏପରି ହେବା ଉଚିତ ନୁହେଁ। ବିଚାରପତିି ଜେବି ପାର୍ଦିୱାଲା ଏବଂ ବିଚାରପତି ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଭାରତ-ମରିସସ ଦ୍ବୈତ ଟିକସ ଏଡ଼ାଇବା ରାଜିନାମା ଜରିଆରେ ଆମେରିକୀୟ କମ୍ପାନି ଟାଇଗର ଗ୍ଲୋବାଲ୍ ଉକ୍ତ କାରବାର କରିଥିବା ଦର୍ଶାଇବା ସହ ଟିକସ ରିହାତି ଦାବି କରି ଆସୁଥିଲା।
ଆହୁରି ପଢ଼ନ୍ତୁ: Suhana Khan Talks About Guidance: ଶାହାରୁଖ୍ ଖାଁ ଏବଂ ଗୌରୀଙ୍କ ମାର୍ଗଦର୍ଶନ ବିଷୟରେ କହିଛନ୍ତି ସୁହାନା ଖାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/21/supreme-court-2025-11-21-02-22-36.jpg)