Tata Steel Foundation: ଓଡ଼ିଶାରେ ୪ ବର୍ଷରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ ଖର୍ଚ୍ଚ କରିଛି ୯୨୪ କୋଟି

Advertisment

ଟାଟା ଷ୍ଟିଲ୍‌ର ସମସ୍ତ ପ୍ରକାର କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟ ସଂପାଦନ କରୁଥିବା ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଫ୍‌) ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ଲୋକଙ୍କ ବିକାଶ, ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟରେ ୯୨୪ କୋଟି ଟଙ୍କା ବ୍ୟୟ କରିଛି।

ଟାଟା ଷ୍ଟିଲ୍‌ର ସମସ୍ତ ପ୍ରକାର କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟ ସଂପାଦନ କରୁଥିବା ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଫ୍‌) ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ଲୋକଙ୍କ ବିକାଶ, ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟରେ ୯୨୪ କୋଟି ଟଙ୍କା ବ୍ୟୟ କରିଛି।

bbs

ଭୁବନେଶ୍ବର: ଟାଟା ଷ୍ଟିଲ୍‌ର ସମସ୍ତ ପ୍ରକାର କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟ ସଂପାଦନ କରୁଥିବା ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଫ୍‌) ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ଲୋକଙ୍କ ବିକାଶ, ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟରେ ୯୨୪ କୋଟି ଟଙ୍କା ବ୍ୟୟ କରିଛି। ଦେଶରେ ଟିଏସ୍‌ଏଫ୍‌ ଖର୍ଚ୍ଚ କରିଥିବା ମୋଟ ଅର୍ଥର ଏହା ୪୧ ପ୍ରତିଶତ। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଟିଏସ୍‌ଏଫ୍‌ ଗତ ୩ ବର୍ଷରେ ୬୭.୬୫ ଲକ୍ଷ ଲୋକଙ୍କ ଜୀବନକୁ ଲାଭ ପହଞ୍ଚାଇଛି ବୋଲି ଏହାର ସିଇଓ ସୌରଭ ରାୟ ଆଜି ଏଠାରେ ସୂଚନା ଦେଇଛନ୍ତି। 

ଫାଉଣ୍ଡେସନ୍‌ ସଂପ୍ରତି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ ଆଦିବାସୀମାନଙ୍କ ଜୀବନଜୀବିକାରେ ବିକାଶ ଆଣିବା ସହିତ ଶିକ୍ଷା, ସ୍ବାସ୍ଥ୍ୟସେବା, ଜୈବ ବିବିଧତା, ମହିଳା ସଶକ୍ତୀକରଣ, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। ଭୁବନେଶ୍ବରରେ ଟିଏସ୍‌ଏଫ୍‌ ପକ୍ଷରୁ ୨୯୪ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ କରାଯାଉଛି। ଭାରତ ସରକାର, ଓଡ଼ିଶା ସରକାର, ଟାଟା ମେମୋରିଆଲ ସେଣ୍ଟର ଏବଂ ନାଇଜରର ସହଯୋଗରେ ଏହି ହସ୍ପିଟାଲ ନିର୍ମାଣ କରାଯାଉଛି। ୨୦୨୭ ସୁଦ୍ଧା ଏହି ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହେବ। ୧୦୭୦ କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ହସ୍ପିଟାଲ ପାଇଁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ୪୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ପ୍ରତିଷ୍ଠାନ ହେଲେ ଓଡ଼ିଶା ସମେତ ପୂର୍ବ ଭାରତର କ୍ୟାନସର ରୋଗୀମାନେ ଉନ୍ନତମାନର ଚିକିତ୍ସା ଭୁବନେଶ୍ବରରେ ପାଇପାରିବେ ବୋଲି ଶ୍ରୀ ରାୟ ଏହି ଅବସରରେ କହିଛନ୍ତି।

ଆହୁରି ପଢ଼ନ୍ତୁ: Court Judgement: ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ହାଜର ହେଲେ ମାଓନେତା ଆଜାଦ

ସେ କହିଥିଲେ ରାଜ୍ୟର ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରାଯାଉଛି। ପ୍ରାକୃତିକ ସଂପଦର ପରିଚାଳନା ଲାଗି ଟିଏସ୍‌ଏଫ୍‌ ଯୋଡ଼ା, ମେରାମଣ୍ଡଳୀ ଏବଂ କଳିଙ୍ଗନଗର ଆଦି ଅଞ୍ଚଳରେ ୫୦୦ରୁ ଅଧିକ ପୋଖରୀ ନିର୍ମାଣ କରିଛି। ୨୦୩୦ ସୁଦ୍ଧା ୧ ବିଲିଅନ ଘନ ଫୁଟ ଭୂତଳ ଜଳ ସଂରକ୍ଷଣ କ୍ଷମତା ଲକ୍ଷ୍ୟ ରଖାଯାଇଛି। ଅଲିଭ ରିଡ‌ଲେ କଇଁଛ, ଟସର ପୋକ ଓ କୃଷ୍ଣସାର ମୃଗ ଆଦିର ସଂରକ୍ଷଣ ପାଇଁ ପଦ‌କ୍ଷେପ ନେଇଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ସହ ମିଶି ଟିଏସ୍‌ଏଫ୍‌ ୧୫୦ କୋଟି ନିବେଶରେ ୩୦ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛି। ଏହାଦ୍ବାରା ୧୫ହଜାରରୁ ଅଧିକ ପିଲାଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ସୁବିଧା ଉପଲବ୍ଧ ହୋଇପାରିଛି।

ଆହୁରି ପଢ଼ନ୍ତୁ: Defence Capabilities: ୧୧୪ଟି ରାଫେଲ ଯୁଦ୍ଧ ବିମାନ ପାଇଁ ମେଗାଚୁକ୍ତି କରିବ ଭାରତ

ଗ୍ରାମାଞ୍ଚଳ ଓ ଆଦିବାସୀ ଛାତ୍ରଛାତ୍ରୀମାନେ ଏହାଦ୍ବାରା ବିଶେଷଭାବେ ଉପକୃତ ହେଉଛନ୍ତି। ଏଥିସହିତ ଟିଏସ୍‌ଏଫ୍‌ ରାଜ୍ୟର ୪ଟି ଜିଲ୍ଲାରେ ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ କାର୍ଯ୍ୟକାରୀ କରୁଛି। ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହୋଇଛନ୍ତି। ସୁକିନ୍ଦା ଟସର ପୋକ ସଂରକ୍ଷଣକୁ ଆଇୟୁସିଏନର ବିଶ୍ବ ଏନ୍‌ବିଏସ୍‌ ମାନ୍ୟତା ମିଳିଛି। ୨୦୩୦ ସୁଦ୍ଧା ଟିଏସ୍‌ଏଫ୍‌ର କାର୍ଯ୍ୟକ୍ରମଗୁଡ଼ିକ ଦେଶରେ ପ୍ରତିବର୍ଷ ଯେଭଳି ୧ କୋଟି ଲୋକଙ୍କ ଜୀବନକୁ ଛୁଇଁବ ବା ପ୍ରଭାବିତ କରିବ ସେ ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ରାୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe