ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅନଲାଇନ୍ ତତ୍କାଳ ଟିକେଟ୍ ପାଇଁ ନିୟମରେ ପରିବର୍ତ୍ତନ ପରେ ରିଜର୍ଭେସନ କାଉଣ୍ଟରରେ ତତ୍କାଳ ଟିକେଟ୍ ବୁକ୍ କରିବାର ନିୟମ ସଂଶୋଧନ କରିଛି।ରେଳବାଇ ଏବେ ଟିକେଟ୍ କାଉଣ୍ଟରରେ ଓଟିପି ଆଧାରିତ ତତ୍କାଳ ଟିକେଟ୍ କାର୍ଯ୍ୟକାରୀ କରୁଛି। ତତ୍କାଳ ଟିକେଟ୍ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ନୂତନ ବ୍ୟବସ୍ଥା ଆଗାମୀ କିଛି ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।
କାଉଣ୍ଟରରେ ଓଟିପି ସିଷ୍ଟମ
ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ନଭେମ୍ବର ୧୭ଠାରୁ ରେଳବାଇ କାଉଣ୍ଟର ଟିକେଟ ବୁକିଂ ପାଇଁ ଓଟିପି ସିଷ୍ଟମର ଏକ ପରୀକ୍ଷଣ ଆରମ୍ଭ କରିଥିଲା। ଯାହା ଏପର୍ଯ୍ୟନ୍ତ ୫୨ଟି ଟ୍ରେନରେ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ଅଧିକପଢ଼ନ୍ତୁ:ଗୁଳିବିନିମୟରେ ୩ଜଣ ଯବାନ ସହିଦ, ୭ ମାଓବାଦୀ ନିପାତ!
ଏହି ସିଷ୍ଟମ୍ କିପରି କାମ କରିବ?
ଏଣିକି କାଉଣ୍ଟରରୁ ତତ୍କାଳ ଟିକେଟ୍ ବୁକ୍ କରୁଥିବା ଯେକୌଣସି ଯାତ୍ରୀ ଫର୍ମରେ ପ୍ରଦାନ କରାଯାଇଥିବା ସେମାନଙ୍କ ମୋବାଇଲ୍ ନମ୍ବରରେ ଏକ ଓଟିପି ପାଇବେ। ଠିକ୍ ଓଟିପି ଦେବା ପରେ ହିଁ ଟିକେଟ୍ ନିଶ୍ଚିତ କରାଯିବ।
ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଏବେ ରେଳବାଇ ଅନ୍ୟ ସମସ୍ତ ଟ୍ରେନରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ତତ୍କାଳ ଟିକେଟର ଅପବ୍ୟବହାରକୁ ରୋକିବା ସହିତ ସହଜରେ ଯାତ୍ରୀମାନେ କିପରି ଟିକେଟ ପାଇପାରିବେ ତାହା ନିଶ୍ଚିତ କରିବ। ଏହି ପଦକ୍ଷେପ ରେଳବାଇ ଟିକେଟିଂକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଏବଂ ସୁବିଧାଜନକ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି ଆଶା ରଖାଯାଇଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/817c9a81-2d70-49fd-b620-6234aa69b6ec-2025-12-03-18-26-48.jpg)