Taxes on water, air purifiers: ୱାଟର, ଏୟାର ପ୍ୟୁରିଫାୟର୍‌ରୁ ଟିକସ କମିବ: ୧୫ ଦିନରେ ଜିଏସ୍‌ଟି ପରିଷଦ ବୈଠକ

Advertisment

ପ୍ରଦୂଷଣ ଲୋକମାନଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବାରୁ ଏୟାର ପ୍ୟୁରିଫାୟର ଓ ୱାଟର ପ୍ୟୁରିଫାୟର ଉପରେ ଟିକସ କମ୍‌ କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ ଜିଏସ୍‌ଟି ପରିଷଦର ଏକ ସ୍ବତନ୍ତ୍ର ବୈଠକ ୧୫ ଦିନରେ ଅନୁଷ୍ଠିତ ହେବ।

ପ୍ରଦୂଷଣ ଲୋକମାନଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବାରୁ ଏୟାର ପ୍ୟୁରିଫାୟର ଓ ୱାଟର ପ୍ୟୁରିଫାୟର ଉପରେ ଟିକସ କମ୍‌ କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ ଜିଏସ୍‌ଟି ପରିଷଦର ଏକ ସ୍ବତନ୍ତ୍ର ବୈଠକ ୧୫ ଦିନରେ ଅନୁଷ୍ଠିତ ହେବ।

water air purifier

Photograph: (The New Indian Express)

ନୂଆଦିଲ୍ଲୀ: ପ୍ରଦୂଷଣ ଲୋକମାନଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବାରୁ ଏୟାର ପ୍ୟୁରିଫାୟର ଓ ୱାଟର ପ୍ୟୁରିଫାୟର ଉପରେ ଟିକସ କମ୍‌ କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ ଜିଏସ୍‌ଟି ପରିଷଦର ଏକ ସ୍ବତନ୍ତ୍ର ବୈଠକ ୧୫ ଦିନରେ ଅନୁଷ୍ଠିତ ହେବ। ଏହି ଦୁଇ ଉତ୍ପାଦକୁ ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌ରେ ସାମିଲ କରିବା ଲାଗି ବୈଠକରେ ପ୍ରସ୍ତାବ ଆଗତ କରାଯିବ। ବର୍ତ୍ତମାନ ଏହା ଉପରେ ୧୮ ପ୍ରତିଶତ ଟିକସ ରହିଛି। ନିୟମ ଅନୁସାରେ ପ୍ରତି ତ୍ରୈମାସିକରେ ଥରେ ଜିଏସ୍‌ଟି ପରିଷଦ ବୈଠକ ହେଉଛି। ଶେଷ ବୈଠକ ଗତବର୍ଷ ସେପ୍ଟେମ୍ବରରେ ହୋଇଥିଲା। ତେଣୁ ଆଉ କିଛିଦିନ ପରେ ପରବର୍ତ୍ତୀ ବୈଠକ ହେବାର ସମ୍ଭାବନା ରହିଛି। ଉକ୍ତ ବୈଠକରେ ଏୟାର ପ୍ୟୁରିଫାୟର ଓ ୱାଟର୍‌ ପ୍ୟୁରିଫାୟରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବର୍ଗୀକରଣ କରି ତାହାକୁ ୫ ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯିବ। ଦେଶରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଓ ଅଧିକାଂଶ ସହରରେ ବାୟୁର ମାନ ଖରାପ ରହୁଥିବା ପରିପ୍ରେକ୍ଷୀରେ ଏହି ଦୁଇ ସାମଗ୍ରୀ ଉପରୁ ଟିକସ କମ କରିବାକୁ ସାଧାରଣରେ ଦାବି ହେଉଛି। ଏହି ଦୁଇ ସାମଗ୍ରୀ ବ୍ୟତୀତ ଲୋକମାନେ ଘରେ ବ୍ୟବହାର କରୁଥିବା କେତେକ କୀଟନାଶକ ଓ ମଷା ମରା, ଉକୁଣି ମରା ଉତ୍ପାଦ ଉପରୁ ମଧ୍ୟ ଟିକସ କମ୍‌ କରି ତାହାକୁ ୫ ପ୍ରତିଶତ ସ୍ଲାବ୍‌ରେ ସାମିଲ କରିବା ଉପରେ ବୈଠକରେ ବିଚାର କରାଯିବା ସମ୍ଭାବନା ରହିଛି। 

Horoscope 2026 January 03: ଜାଣନ୍ତୁ ଆଜିର ରାଶିଫଳ

ଏୟାର ପ୍ୟୁରିଫାୟର ଉପରୁ ଜିଏସ୍‌ଟି କମ୍‌ କରିବା ପ୍ରସଙ୍ଗ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା। ପ୍ରତ୍ୟକ୍ଷ ଭାବେ ସମ୍ଭବ ହେଉନଥିଲେ ଆଭାସୀ ମାଧ୍ୟମରେ ଜିଏସ୍‌ଟି ପରିଷଦ ବୈଠକ ଡକାଇ ଏୟାର ପ୍ୟୁରିଫାୟର ଉପରୁ ଟିକସ କମ୍‌ କରିବା ସଂକ୍ରାନ୍ତରେ ବିଚାର କରିବାକୁ କୋର୍ଟ‌ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହାର ଉତ୍ତରରେ ସରକାର କୋର୍ଟଙ୍କୁ ଜଣାଇଛନ୍ତି ଯେ ତାହା କଲେ ‘ପାଣ୍ଡୋରା ବକ୍ସ’ ଖୋଲିଯିବ। ଅର୍ଥାତ ସେହି ଧରଣର ଅନେକ ଦାବି ଆସିବ ଯାହାକୁ ପୂରଣ କରିବା କଷ୍ଟକର ହୋଇପଡ଼ିବ। ଟିକସ ବିଶେଷଜ୍ଞମାନଙ୍କ ମତରେ କେବଳ ଜିଏସ୍‌ଟି କମ୍‌ କଲେ ସାମଗ୍ରୀ ଦାମ୍‌ କମିବ ନାହିଁ। ଚୂଡ଼ାନ୍ତ ଉତ୍ପାଦର ଦାମ୍‌ କମାଇବାକୁ ହେଲେ ଇନ୍‌ପୁଟ୍‌ ଟିକସ କମ୍‌ କରିବାକୁ ପଡ଼ିବ। ଜିନିଷ ତିଆରିରେ ବ୍ୟବହାର ହେଉଥିବା ଉପାଦାନଗୁଡ଼ିକ ଉପରେ ଟିକସ ଅଧିକ ରହୁଥିବାରୁ ଚୂଡ଼ାନ୍ତ ଉତ୍ପାଦ ମହଙ୍ଗା ରହୁଛି ବୋଲି ସେମାନେ କହିଛନ୍ତି। ଏୟାର ପ୍ୟୁରିଫାୟର ଉପରୁ ଟିକସ କମ କରିବା ଲାଗି ରାଜନୈତିକ ମହଲରେ ମଧ୍ୟ ଦାବି ହୋଇଛି।

Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍‌ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍‌ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe