Tech Business Parks: ୯ ଜିଲ୍ଲା‌ରେ ହେବ ଟେକ୍ ବିଜନେସ୍‌ ପାର୍କ: ୨୧ଟି ଆଇଟି ପାର୍କ ପ୍ରସ୍ତାବ ହସ୍ତଗତ

Advertisment

ରାଜ୍ୟର ନଅଟି ଜିଲ୍ଲାରେ ଟେକ୍‌ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ରାଜ୍ୟର ନଅଟି ଜିଲ୍ଲାରେ ଟେକ୍‌ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

tech business park

Photograph: (Realty Plus Magazine)

ଭୁବନେଶ୍ବର: ରାଜ୍ୟର ନଅଟି ଜିଲ୍ଲାରେ ଟେକ୍‌ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଟେକ୍‌ ବିଜନେସ୍‌ ପାର୍କଗୁଡ଼ିକୁ କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ରାୟଗଡ଼ା, ପୁରୀ, ଝାରସୁଗୁଡ଼ା, କଟକ, କଳାହାଣ୍ଡି ଓ ଗଜପତିରେ ସ୍ଥାପନ କରିବା ଯୋଜନା ରହିଛି। ଏହା ଜରିଆରେ ସରକାର ଆଞ୍ଚଳିକ ଅଭିବୃଦ୍ଧିରେ ସନ୍ତୁଳନ ଆଣିବା ଏବଂ ସୂଚନା ପ୍ରଯୁକ୍ତି ନେତୃତ୍ବଧୀନ ଅଭିବୃଦ୍ଧିକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ‌ହେଉନି ୯୪୨ ଶିକ୍ଷକ ପଦବି

ପ୍ରସ୍ତାବିତ ଆଇଟି ପାର୍କ ଓ ଆଇଟି ଟାୱାର ସମ୍ପର୍କରେ ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟରେ ମୋଟ୍‌ ୨୧ଟି ଆଇଟି ପାର୍କ ସ୍ଥାପନ କରିବା ଲାଗି ପ୍ରସ୍ତାବ ଆସିଛି। ସେଗୁଡ଼ିକ ଉପରେ ସରକାର ବିଚାର କରୁଛନ୍ତି। ଏହି ବିଚାର ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥିରୁ କିଛି ପ୍ରସ୍ତାବକୁ ଅନୁମୋଦନ ମିଳିସାରିଥିବା ବେଳେ ଆଉ କିଛି ପ୍ରସ୍ତାବର ସମୀକ୍ଷା କରାଯାଉଛି। ମନ୍ତ୍ରୀ ଏହା ମଧ୍ୟ ଜଣାଇଛନ୍ତି ଯେ ଆଇଟି ଏସ୍‌ଇଜେଡ୍‌, ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ କ୍ଲ‌ଷ୍ଟର୍‌ ସମେତ ରାଜ୍ୟରେ ୭୫୦ ଏକରରୁ ଅଧିକ ବିକଶିତ ଶିଳ୍ପ ସ୍ଥଳ ରହିଛି। କଟକ ଜିଲ୍ଲା ସମ୍ପର୍କରେ ସେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଆଇଟି ପାର୍କ ଓ ଆଇଟି ଭିତ୍ତିଭୂମି ବିକାଶ କରିବା ପାଇଁ ଜିଲ୍ଲାର ସାତଟି ତହସିଲରେ ଜମି ଚିହ୍ନଟ କରାଯାଇଛି। ଆଇଟି କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଓଡ଼ିଶାକୁ ପ୍ରଯୁକ୍ତି ଆଧାରିତ ନିବେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉପସ୍ଥାପନ କରିବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି। 

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe