ସ୍ବାସ୍ଥ୍ୟକ୍ଷେତ୍ରରେ ବାୟୋଫାର୍ମାକୁ ବଜେଟରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ‘ବାୟୋଫାର୍ମା ଶକ୍ତି’ ନାମରେ ଏକ ଜାତୀୟ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ୫ ବର୍ଷରେ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ଅର୍ଥ ରଖାଯାଇଛି। ଭାରତକୁ ବାୟୋମେଡିସିନ ଉତ୍ପାଦନର ଏକ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ଏହି ଯୋଜନା ହୋଇଛି। ଦେଶରେ ୩ଟି ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ସ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ (ଏନ୍‌ଆଇପିଇଆର୍‌) ସ୍ଥାପନ ନେଇ ଘୋଷଣା ହୋଇଛି। ଏଥିସହିତ ବର୍ତ୍ତମାନ ଥିବା ୭ଟି ଅନୁଷ୍ଠାନର ଆଧୁନିକୀକରଣ ମଧ୍ୟ କରାଯିବ। 

Advertisment

Cricket: ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍‌ ବେକାର; ପରାଜୟରେ ଋତୁ ଶେଷ କଲା ଓଡ଼ିଶା

ଦେଶରେ ୧୦୦୦ ଅଧିସ୍ବୀକୃତ କ୍ଲିନିକାଲ୍‌ ଟ୍ରାଏଲ ସାଇଟ୍‌ ସୃଷ୍ଟି ନେଇ ଘୋଷଣା କରାଯାଇଛି। ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ବଜେଟରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଜାତୀୟସ୍ତରର ମାନସିକ ସ୍ବାସ୍ଥ୍ୟ ଭିତ୍ତିଭୂମି ସ୍ଥାପନ ଲାଗି ବ୍ୟବସ୍ଥା ହୋଇଛି। ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋସାଇନ୍‌ସେସ୍‌ ବା ନିମହାନ୍ସର ଦ୍ବିତୀୟ କ୍ୟାମ୍ପସ ସ୍ଥାପନ ହେବ ବୋଲି ବଜେଟରେ ଘୋଷଣା ହୋଇଛି। ରାଞ୍ଚି ଓ ତେଜପୁରରେ ଏହା ସ୍ଥାପନ ହେବ।  

୩ ଏନ୍‌ଆଇପିଇଆର୍‌ ପ୍ରତିଷ୍ଠା ହେବ
ରାଞ୍ଚି, ତେଜପୁରରେ ହେବ ନିମହାନ୍ସର ନୂଆ କ୍ୟାମ୍ପସ
ଜିଲ୍ଲା ହସ୍ପିଟାଲଗୁଡ଼ିକର ଜରୁରିକାଳୀନ ଚିକିତ୍ସା 
ସେବା କ୍ଷମତା ୫୦ ପ୍ରତିଶତ ବଢ଼ାଯିବ

ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଲାଗି ଆନୁଷଙ୍ଗିକ ସ୍ବାସ୍ଥ୍ୟସେବା ମାନବ ସମ୍ବଳକୁ ବ୍ୟାପକ କରାଯିବ। ବିବିଧ ଦକ୍ଷତା ଥିବା ସ୍ବାସ୍ଥ୍ୟସେବା ପ୍ରଫେସନାଲଙ୍କୁ ତାଲିମ ପ୍ରଦାନ କରାଯିବ। ବିଶେଷକରି ଟିୟର-୨ ଓ ଟିୟର-୩ ସହରରେ ଏଥିପାଇଁ ପଦକ୍ଷେପ ନିଆଯିବ। ଏଥିସହିତ ବଜେଟରେ ୫ଟି ଆଞ୍ଚଳିକ ମେଡିକାଲ ପର୍ଯ୍ୟଟନ କେନ୍ଦ୍ର ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରର ସହଯୋଗରେ ସ୍ଥାପନ ନେଇ ଘୋଷଣା କରାଯାଇଛି। ଆଧୁନିକ ଚିକିତ୍ସାକୁ ଆୟୁଷ ଚିକିତ୍ସା ସହ ସମନ୍ବୟ ଆଣିବା ଲକ୍ଷ୍ୟରେ ଏହା କରାଯିବ। ଜାମନଗରରେ ଥିବା ହୁ ଗ୍ଲୋବାଲ ଟ୍ରାଡିସନାଲ୍‌ ମେଡିସିନ୍‌ ସେଣ୍ଟରର ଆଧୁନିକୀକରଣ କରାଯିବ। ୧ ଲକ୍ଷ ଆଲାଏଡ୍‌ ହେଲ୍‌ଥ ପ୍ରଫେସନାଲ୍‌ ଆସନ୍ତା ୫ ବର୍ଷରେ ସୃଷ୍ଟି କରାଯିବ। ଏଥିସହିତ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ଚିକିତ୍ସା ସେବା କ୍ଷମତାକୁ ୫୦ ପ୍ରତିଶତ ବଢ଼ାଯିବ। ଏଥିସହିତ ବୟସ୍କ ଲୋକଙ୍କୁ ସେବା ପ୍ରଦାନ କରୁଥିବା ୧.୫ ଲକ୍ଷ ଲୋକଙ୍କୁ ଆସନ୍ତା ବର୍ଷ ତାଲିମ ଦିଆଯିବ।

Budget 2026: ଆଇଟି ସେବା ପାଇଁ ସ୍ୱୟଂଚାଳିତ ନିୟମ-ଆଧାରିତ ସୁରକ୍ଷା ଅନୁମୋଦନ