ନୂଆଦିଲ୍ଲୀ: ସିଗାରେଟ୍‌, ପାନ ସମଲା ଓ ଗୁଟ୍‌ଖା ଭଳି ତମାଖୁ ଉପରେ ଚଢ଼ା ସେସ୍‌ ଲଗାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି। ଏହି ହାନିକାରକ ସାମଗ୍ରୀଗୁଡ଼ିକର ବ୍ୟବହାର ନିରୁତ୍ସାହିତ କରିବାକୁ ସରକାର ଟିକସକୁ ଉଚ୍ଚ‌ା‌ ରଖିବାକୁ ଚାହୁଛନ୍ତି। ସମ୍ପ୍ରତି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏହି ସାମଗ୍ରୀଗୁଡ଼ିକ ଉପରେ ଉଚ୍ଚା ଟିକସ ଲଗାଯାଇଛି। ରାଜ୍ୟଗୁଡ଼ିକୁ ଦିଆଯାଉଥିବା କ୍ଷତିପୂରଣ ରାଶି ଯୋଗାଡ଼ କରିବାକୁ ସେହି ସେସ୍ ଲଗାଯାଇଥିଲା। ଖୁବ୍‌ଶୀଘ୍ର ଜିଏସ୍‌ଟି କ୍ଷତିପୂରଣ ସମୟସୀମା ଶେଷ ହେବାକୁ ଯାଉଛି। ତେଣୁ ତମାଖୁ ଉପରେ ଚଢ଼ା ଟିକସ ବଜାୟ ରଖିବା ଲାଗି ସରକାର ଏକ ନୂଆ ବିଲ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି।

Advertisment

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସ୍ବାସ୍ଥ୍ୟ ସୁରକ୍ଷା ଜାତୀୟ ସୁରକ୍ଷା ସେସ୍‌ ବିଲ୍ ୨୦୨୫ ଉପସ୍ଥାପନ କରିବେ। ଯେଉଁ ସବୁ ସାମଗ୍ରୀଗୁଡ଼ିକ ଉପରେ କ୍ଷତିପୂରଣ ସେସ୍‌ ଲଗାଯାଇଛି ତାହାର ଟିକସକୁ ଉଚ୍ଚା ରଖିବା ଲାଗି କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରେ ମଧ୍ୟ ସଂଶୋଧନ ସମ୍ପର୍କିତ ବିଲ୍ ଉପସ୍ଥାପନ କରିବା ଯୋଜନା ରହିଛି। କୋଭିଡ୍ ମହାମାରୀ ସମୟରେ ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ଦେବା ଲାଗି ବିପୁଳ ଋଣ କରାଯାଇଥିଲା। ସେହି ଋଣ ପରିଶୋଧ କରିବା ଲାଗି କ୍ଷତିପୂରଣ ସେସ୍‌ର ସମୟ ସୀମାକୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଉ କିଛି ମାସ ପରେ ସେହି ଅବଧି ଶେଷ ହେବାକୁ ଯାଉଥିବାରୁ ସରକାର ଆଗୁଆ ପ୍ରସ୍ତୁତି ସ୍ବରୂପ ନୂଆ ବିଲ୍‌ ଜରିଆରେ ତମାଖୁ ଉପରେ ଚଢ଼ା ଟିକସ ବଜାୟ ରଖିବା ନିଶ୍ଚିତ କରିବାକୁ ଚାହୁଛନ୍ତି। ନିକଟରେ ଜିଏସ୍‌ଟିରେ କରାଯାଇଥିବା ସଂସ୍କାର ସମୟରେ ତମାଖୁ ଉପରେ ଲଗାଯାଇଥିବା ଟିକସରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ତମାଖୁ ସମେତ ହାନିକାରକ ଓ ବିଳାସପୂର୍ଣ୍ଣ ଉତ୍ପାଦଗୁଡ଼ିକ ଉପରେ ୪୦ ପ୍ରତିଶତର ଟିକସ ଲଗାଯାଇଛି।

Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର