ନୂଆଦିଲ୍ଲୀ: ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ଅଧିକାରୀ ହୋଇ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନୌସେନା ଏକାଡେମୀ ପରୀକ୍ଷା (ଏନଡିଏ ଏବଂ ଏନଏ) ଆଇ ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ଚଳିତ ଥର ୟୁପିଏସସି ମୋଟ ୩୯୪ଟି ପଦବୀ ଘୋଷଣା କରିଛି
ଏନଡିଏର ସେନା ଉଇଙ୍ଗରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏନଡିଏର ନୌସେନା ଏବଂ ବାୟୁସେନା ଉଇଙ୍ଗ ପାଇଁ ଆବେଦନ କରିବାକୁ ଯାଉଥିବା ପ୍ରାର୍ଥୀମାନଙ୍କର ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ବିଷୟ ରହିଥିବା ଆବଶ୍ୟକ।ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ମଧ୍ୟ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। କିନ୍ତୁ ସେମାନଙ୍କୁ ୨୦୨୬ ଡିସେମ୍ବର ୧୦ ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିବାର ପ୍ରମାଣ ଦେବାକୁ ପଡିବ। ଯଦି ସେମାନେ ଏଥିରେ ବିଫଳ ହୁଅନ୍ତି, ତେବେ ଚୟନ ବାତିଲ ବୋଲି ବିବେଚନା କରାଯିବ।
ଅଧିକପଢ଼ନ୍ତୁ:ସିଡନୀ ଆକ୍ରମଣ ପଛରେ ଆଇଏସଆଇଏସ୍ !
ଖାଲି ପଦବୀ ବିବରଣୀ
ଚଳିତ ଥର ଏନଡିଏର ସେନା ୱିଙ୍ଗ ପାଇଁ ମୋଟ ୨୦୮ଟି ପଦବୀ ଘୋଷଣା କରାଯାଇଛି। ଯେଉଁଥିରୁ ୧୯୮ ପୁରୁଷ ଏବଂ ୧୦ଟି ମହିଳାଙ୍କ ପାଇଁ ସଂରକ୍ଷିତ । ନୌସେନା ୱିଙ୍ଗରେ ଖାଲିଥିବା ୩୭ ପଦବୀ ପାଇଁ ପୁରୁଷ ଏବଂ ୫ଟିରେ ମହିଳା ପ୍ରାର୍ଥୀଙ୍କୁ ଚୟନ କରାଯିବ। ସେହିପରି ବାୟୁସେନାର ଫ୍ଲାଇଂ ବ୍ରାଞ୍ଚ ପାଇଁ ଥିବା ୯୦ଟି ପଦବୀରେ ପୁରୁଷ ଏବଂ ୨ଟିରେ ମହିଳା ପ୍ରାର୍ଥୀ ହେବେ ଚୟନ । ବାୟୁସେନାର ଗ୍ରାଉଣ୍ଡ ଡ୍ୟୁଟି ଟେକ୍ନିକାଲ୍ ପାଇଁ ୧୮ଟି ପଦବୀ ଏବଂ ଅଣ-ଟେକ୍ନିକାଲ୍ ପାଇଁ ୧୦ଟି ପଦବୀ ସଂରକ୍ଷିତ ରଖାଯାଇଛି। ନୌସେନା ଏକାଡେମୀର ଦ୍ବାଦଶ କ୍ୟାଡେଟ୍ ପ୍ରବେଶ ଯୋଜନା ପାଇଁ ମୋଟ ୨୧ଟି ପଦବୀ ସଂରକ୍ଷିତ ରଖାଯାଇଛି, ଯେଉଁଥିରେ ୨୧ଜଣ ପୁରୁଷ ଏବଂ ୩ ଜଣ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ ରହିବ।
ଆବେଦନ ଫି
ଏନଡିଏ ପରୀକ୍ଷା ପାଇଁ ଜେନେରାଲ ଏବଂ ଓବିସି ବର୍ଗର ପୁରୁଷ ପ୍ରାର୍ଥୀମାନଙ୍କୁ ୧୦୦ଟଙ୍କା ଦେବାକୁ ପଡିବ। ଏସସି, ଏସଟିର ସମସ୍ତ ମହିଳା ପ୍ରାର୍ଥୀ ଏବଂ ଜେସିଓ/ଏନସିଓ/ଓଆରଙ୍କ ଉପରେ ନିର୍ଭରଶୀଳମାନଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ବର୍ଗର ପ୍ରାର୍ଥୀମାନେ ମାଗଣାରେ ଫର୍ମ ପୂରଣ କରିପାରିବେ।
ତାଲିମ ସମୟରେ ପ୍ରତି ମାସରେ ମିଳିବ ୫୬,୧୦୦ଟଙ୍କା
ଏନଡିଏ କ୍ୟାଡେଟମାନଙ୍କୁ ସେମାନଙ୍କ ତାଲିମ ସମୟରେ ପ୍ରତି ମାସରେ ୫୬,୧୦୦ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଲେଫ୍ଟନାଣ୍ଟ, ଫ୍ଲାଇଂ ଅଫିସର କିମ୍ବା ସବ୍-ଲେଫନାଣ୍ଟ ପଦବୀରେ ନିଯୁକ୍ତି ପରେ ମଧ୍ୟ ଏହି ସମାନ ଦରମା ପ୍ରଦାନ କରାଯାଏ। ଏହା ସହିତ ସମସ୍ତ ଅଧିକାରୀଙ୍କୁ ପ୍ରତି ମାସରେ ୧୫,୫୦୦ଟଙ୍କା ସାମରିକ ସେବା ଦରମା ପ୍ରଦାନ କରାଯିବ। ସେନା ଅଧିକାରୀମାନେ ମହଙ୍ଗା ଭତ୍ତା, ୟୁନିଫର୍ମ ଭତ୍ତା, ପରିବହନ ଭତ୍ତା, ଫିଲ୍ଡ ଭତ୍ତା ଭଳି ଅନେକ ସୁବିଧା ମଧ୍ୟ ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/untitled-21-copy-2025-12-15-17-08-19.jpg)