ବ୍ୟାଙ୍କ୍ ଷ୍ଟେଟ୍ମେଣ୍ଟ୍ କ’ଣ?
ବ୍ୟାଙ୍କରେ ଲୋକଟିଏ ଖାତା ଖୋଲିଲେ ତା’ ବିଷୟରେ ସମସ୍ତ ସୂଚନା ବ୍ୟାଙ୍କ ନଥିପତ୍ର ଭାବେ ସାଇତି ରଖିଥାଏ। ଏହାସହିତ ଖାତାଧାରକଙ୍କ ମାସିକ କାରବାରର ସଂପୂର୍ଣ୍ଣ ସୂଚନା ମଧ୍ୟ ଡାଟା ବା ଡକ୍ୟୁମେଣ୍ଟ ଭାବେ ରଖିଥାଏ। ଯାହାକି ପ୍ରତି ମାସ ଶେଷରେ ପ୍ରସ୍ତୁତ କରାଯାଏ ଏବଂ ଏହାର ସମସ୍ତ ସୂଚନା ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଏ। ଯାହାକୁ ଆକାଉଣ୍ଟ ଷ୍ଟେଟ୍ମେଣ୍ଟ୍ କୁହାଯାଏ। ଆଗରୁ ଏହା ବ୍ୟାଙ୍କ ଗଲେ କିମ୍ବା ପାସ୍ବୁକ୍ ଅପ୍ଡେଟ୍ କଲେ ଜଣାପଡୁଥିଲା। ହେଲେ ଏବେ ଡିଜିଟାଲ୍ ସୁବିଧା ହୋଇଯିବା ହେତୁ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ କିମ୍ବା ଇମେଲ୍ ଜରିଆରେ ସଂପୃକ୍ତ ବ୍ୟାଙ୍କ ଲୋକଙ୍କୁ ପଠାଇ ଦେଉଛି। ଏହାକୁ ସାଧାରଣତଃ ‘ଇ-ଆକାଉଣ୍ଟ୍ ଷ୍ଟେଟ୍ମେଣ୍ଟ୍’ ବା ‘ଟ୍ରାଞ୍ଜାକ୍ସନ୍ ସମରି ଷ୍ଟେଟ୍ମେଣ୍ଟ୍’ ବୋଲି କୁହାଯାଏ।
ବ୍ୟାଙ୍କ୍ ଷ୍ଟେଟ୍ମେଣ୍ଟରେ କଣ ଲେଖାଥାଏ ?
ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ଉପର ଭାଗରେ ପ୍ରଥମତଃ ଖାତାଧାରୀଙ୍କ ନାମ ଲେଖାଯାଇଥାଏ। ଏହାସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କ ଶାଖା ନମ୍ବର ଲେଖାଯାଇଥାଏ। ଏହାର ତଳକୁ ଏକ ସମରି ଟେବୁଲ୍ ରହିଥାଏ। ଯେଉଁଥିରେ ଟାଇମ୍ ପିରିୟଡ୍, ଓପନିଂ ବାଲାନ୍ସ, ଜମାରାଶି, ଉଠାଣ ରାଶି ଓ ଶେଷ ଜମାରାଶି (କ୍ଲୋଜିଂ ବାଲାନ୍ସ) ଦେଖାଇଥାଏ।
ଆକାଉଣ୍ଟ ସମରି ତଳେ ଖାତାଧାରୀଙ୍କ ସଂପୂର୍ଣ୍ଣ କାରବାରର ବିବରଣୀ ରହିଥାଏ। ଏପରିକି ବ୍ୟକ୍ତି ଜଣକ କେବେ କେତେ ଟଙ୍କା କାହାକୁ କେଉଁ ଉପାୟରେ ଦେଇଛନ୍ତି ଏସବୁ ଲେଖାଥାଏ। ଯାହାକି କ୍ରମିକ ଭାବରେ ବ୍ୟାଙ୍କ ହିସାବ କରି ବିବରଣୀ ପ୍ରଦାନ କରିଥାଏ। ଏହାଦ୍ବାରା ଆକାଉଣ୍ଟଧାରୀ କେଉଁଠି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି କିମ୍ବା ଜମା କରିଛନ୍ତି, କ୍ଲୋଜିଂ ବାଲାନ୍ସ କେତେ, ନିଜର ସଂପୂର୍ଣ୍ଣ କାରବାର ବିଷୟରେ ଅବଗତ ହୋଇପାରିବେ ଏବଂ ନିଜର ମାସିକ ଆୟ ଓ ଖର୍ଚ୍ଚର ଏକ ଉତ୍ତମ ଆକଳନ କରିପାରିବେ। ଯାହା ତାଙ୍କର ବଜେଟ୍ ତଥା ଆର୍ଥିକ ଯୋଜନା ପ୍ରସ୍ତୁତିରେ ସହାୟକ ହୋଇପାରିବ।
ଆହୁରି ପଢ଼ନ୍ତୁ: Terrorism: ଫରିଦାବାଦ ମେଡିକାଲ କଲେଜରୁ ୨ଟି AK-47 ଓ ବିସ୍ଫୋରକ ଜବତ
ବ୍ୟାଙ୍କଷ୍ଟେଟ୍ମେଣ୍ଟ୍ କାହିଁକିଜରୁରୀ?
ବଜେଟ୍ ଓ ଆର୍ଥିକ ଖସଡ଼ା ପସ୍ତୁତିରେ ସହାୟକ:
ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ବ୍ୟକ୍ତିଗତ ସ୍ତରରେ ସଂପୃକ୍ତ ଖାତାଧାରୀଙ୍କ ଭବିଷ୍ୟତର ବଜେଟ୍ ଓ ଆର୍ଥିକ ଯୋଜନା ଆକଳନ ତଥା ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହୋଇପାରିବ। ବିଭିନ୍ନ ବାଟରେ ଆର୍ଥିକ ବିନିଯୋଗ ଓ କାରବାରର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍।
ଠକେଇ ସଂପର୍କରେ ଜାଣିପାରିବେ ଖାତାଧାରୀ:
ଥରେ ବ୍ୟାଙ୍କ୍ ମାସ ଶେଷରେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ କିମ୍ବା ଇ-ଷ୍ଟେଟ୍ମେଣ୍ଟ୍ ପ୍ରସ୍ତୁତ କଲାପରେ, ଆକାଉଣ୍ଟଧାରୀଙ୍କୁ ସାଧାରଣତଃ ୩୦ରୁ ୬୦ ଦିନ ଦିଆଯାଏ ଯାହାକି ଲାଗିଥିବା ଚାର୍ଜକୁ ବିଶ୍ଳେଷଣ କରିବା ଏବଂ ସେମାନଙ୍କ ନଗଦ ଜମାକୁ ପୁନଃ ସମନ୍ୱୟ କରିବା ପାଇଁ ଦିଆଯାଏ। ଯେହେତୁ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ରେ ସବୁ ତାରିଖ ଲେଖା ରହିଛି, ଉକ୍ତ ତାରିଖ ଓ ଦେୟ ସହିତ ଏହା ଆକାଉଣ୍ଟଧାରୀମାନଙ୍କୁ ଯେକୌଣସି ଠକାମୀକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ଉଦାହରଣସ୍ୱରୂପ, ଆକାଉଣ୍ଟଧାରୀ ଜଡ଼ିତ ନଥିବା ଯଦି ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ଗୋଟେ କାରବାର ପାଇଁ କୌଣସି ଚାର୍ଜ ଦେଖାଏ ତେବେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରିପାରିବେ ଏବଂ ସେମାନେ ଏହି ଜାଲିଆତି କାରବାରକୁ ରୋକିବା ପାଇଁ ଅନୁରୋଧ କରିପାରିବେ।
ଆହୁରି ପଢନ୍ତୁ : Helicopter Crashed: ନିୟନ୍ତ୍ରଣ ହରାଇ ଜଳିଗଲା ହେଲିକପ୍ଟର, ଚାଲିଗଲା ୫ଜଣଙ୍କ ଜୀବନ
କ୍ରେଡିଟ୍ ଭେରିଫିକେସନ୍:
ଖାତାଧାରକଙ୍କ ଯୋଗ୍ୟତା ବିଶ୍ଳେଷଣ କରିବାକୁ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଅଧିକାଂଶ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ବ୍ୟକ୍ତିଗତ ଗ୍ରାହକଙ୍କୁ ଋଣ ଦେବା ଆଗରୁ ଗତ ୨-୫ ବର୍ଷର ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ଯାଞ୍ଚ କରନ୍ତି। ସେମାନଙ୍କ ଅନ୍ୟାନ୍ୟ କାରବାର ଦଲିଲ୍ ବିଶ୍ଳେଷଣ କରି ଶିକ୍ଷାଋଣ, ଆବାସିକ ବନ୍ଧକ, ଛାତ୍ରଋଣ ତଥା ଛୋଟ ବ୍ୟବସାୟ ପାଇଁ ଋଣ ସହିତ ଅନେକ ପ୍ରକାର ଋଣ ପ୍ରଦାନ କରନ୍ତି।
(ରିପୋର୍ଟ: ପ୍ରଜ୍ଞା ନିବେଦିତା ନାୟକ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/10/bank-statement-2025-11-10-11-25-55.png)