ନୂଆବର୍ଷ ପହିଲାରୁ ଏସବୁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କାମ କରିବ ନାହିଁ ହ୍ୱାଟ୍ସଆପ୍

ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ହ୍ବାଟସ ଆପ ନୂଆବର୍ଷ ପହିଲାରୁ କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଉ କାମ କରିବନି । 

er

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ହ୍ବାଟସ ଆପ ନୂଆବର୍ଷ ପହିଲାରୁ କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଉ କାମ କରିବନି । 

ଅଧିକପଢ଼ନ୍ତୁ:କରଣ-ବିପାଶାଙ୍କୁ ନେଇ ବଡ଼ ଭୁଲ କରିଦେଲି: ମିକା ସିଂହ

୨୦୨୫ ଜାନୁଆରୀ ୧ ତାରିଖଠାରୁ ପ୍ରାୟ ୨୦ଟି ସ୍ମାର୍ଟଫୋନରେ ଏହି ଆପ୍  ଆଉ ଚାଲିବ ନାହିଁ । ଏଥିରେ ଲୋକପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନ ସାମସଙ୍ଗର ଗାଲାକ୍ସି ଏସ୩, ଗାଲାକ୍ସି ନୋଟ ୨, ଗାଲାକ୍ସି ଏସିଇ ୩, ଗାଲାକ୍ସି ଏସ୪ମିନି ରହିଛି।

ସେହିପରି ମୋଟୋରୋଲାର ମୋଟୋ ଜି, ରାଜର ଏଚଡି, ମୋଟୋ ଇ ୨୦୨୪, ଏଚଟିସି, ୱାନ ଏକ୍ସ , ୱାନ ଏକ୍ସ ପ୍ଲସ, ଡିଜାୟାର ୫୦୦ ଓ ଡିଜାୟାର ୬୦୧ ରହିଛି। ଏହି କ୍ରମରେ ଦେଖିବାକୁ ଗଲେ ଏଲଜିର ଅପ୍ଟିମସ୍‌ ଜି, ନେକ୍ସସ ୪, ଜି୨ ମିନି ଓ ଏଲ ୯୦ରେ ଆଉ ହ୍ବାଟସ ଆପ କାମ କରିବ ନାହିଁ।

ଏଥିସହିତ ସୋନିର (ଏକ୍ସପେରିଆ ଜେଡ-୧, ଏସପି, ଟି ଓ ଭି)ରେ ଜାନୁଆରି ପହିଲାରୁ ହ୍ବାଟସ ଆପ କାମ କରିବ ନାହିଁ।

ଅଧିକପଢ଼ନ୍ତୁ:ଝରକାରେ ମୁହଁ ଦେଖାଇପାରିବେ ନାହିଁ ମହିଳା : ତାଲିବାନ

ହ୍ବାଟ୍ସଆପ୍‌ ପ୍ଲାଟଫର୍ମରେ ନୂଆ ଅପଡେଟ ଆଣିବା ଲାଗି ଲଗାତାର ଭାବରେ କାମ କରୁଛି । ଯାହାଦ୍ବାରା ୟୁଜର ଅଧିକ ଭଲ ସେବା ପାଇବା ସହିତ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe