୧ଜାନୁଆରିରୁ ହ୍ବାଟସ୍ଆପ୍ ପୁରୁଣା ଫୋନ୍‌ରେ କାମକରିବ ନାହିଁ

୧ ଜାନୁୟାରି ୨୦୨୫ରୁ ହ୍ବାଟସ୍ଆପ୍ ସାମସଙ୍ଗ ଗାଲାକ୍ସି ଏସ-୩, ଏଚଟିସି ୱାନ ଏକ୍ସ ପରି ଅନେକ ପୁରୁଣା ମଡେଲରେ ସେବା ବନ୍ଦ କରିବ। ଏହାର କାରଣ ହେଉଛି ଏହି ଫୋନ୍ ପୁରୁଣା ସଫ୍ଟୱେର୍ ଏବଂ ହାର୍ଡୱେର୍‌ରେ ଚାଲୁଛି। ଯାହା ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି...

ଅଦ୍ୟତନ ହୋଇଛି
whatsapp web 1

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ଆପ୍ ଏହାର ଉପଭୋକ୍ତାଙ୍କ ବଡ଼ ଖବର ଆଣିଛି।  ହ୍ବାଟସ୍ଆପ୍ କିଛି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ନିଜର ସପୋର୍ଟ ସେବା ବନ୍ଦ କରୁଛି। ବାସ୍ତବରେ ମେଟା ମାଲିକାନା ପ୍ଲାଟଫର୍ମ ପୁରୁଣା ସଫ୍ଟୱେର୍ ଏବଂ ହାର୍ଡୱେର୍ ଆଧାରିତ ସ୍ମାର୍ଟଫୋନ୍ ପାଇଁ ସେବା ବନ୍ଦ କରିବାକୁ ଯାଉଛି।

ପୁରୁଣା ସ୍ମାର୍ଟଫୋନ୍‌ରେ ହ୍ବାଟସ୍ଆପ୍ ନିଜର ସପୋର୍ଟ ସେବା ବନ୍ଦ କରୁଛି। ୧ ଜାନୁୟାରି ୨୦୨୫ରୁ ହ୍ବାଟସ୍ଆପ୍ ସାମସଙ୍ଗ ଗାଲାକ୍ସି ଏସ-୩, ଏଚଟିସି ୱାନ ଏକ୍ସ ପରି ଅନେକ ପୁରୁଣା ମଡେଲରେ ସେବା ବନ୍ଦ କରିବ।

ଏହାର କାରଣ ହେଉଛି ଏହି ଫୋନ୍ ପୁରୁଣା ସଫ୍ଟୱେର୍ ଏବଂ ହାର୍ଡୱେର୍‌ରେ ଚାଲୁଛି। ଯାହା ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ହ୍ବାଟସ୍ଆପ୍ ଉପଭୋକ୍ତାମାନଙ୍କୁ ଏକ ନୂତନ ଫୋନ୍‌କୁ ଅପଗ୍ରେଡ୍ କରିବାକୁ ପରାମର୍ଶ ଦେଇଛି

ଯେଉଁ ସ୍ମାର୍ଟଫୋନ୍ ପାଇଁ ହ୍ବାଟସ୍ଆପ୍ ସପୋର୍ଟ ସେବା ବନ୍ଦ କରାଯାଉଛି, ସେସବୁ ମଧ୍ୟରେ ଆଣ୍ଡ୍ରଏଡ୍ କିଟ୍‌କ୍ୟାଟ୍ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ରହିଛି। 

ଜାନୁଆରି ୧ ରୁ ଏହି ଫୋନଗୁଡିକରେ ହ୍ବାଟସ୍ ଆପ୍ ସେବା ବନ୍ଦ ହୋଇଯିବ। ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ହ୍ବାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ନିଜର ଫୋନ୍  ଅପଗ୍ରେଡ୍ କରିବାକୁ ହ୍ବାଟସଆପ୍ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି। 

ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ସପୋର୍ଟ ସେବା ବନ୍ଦ ହେଉଛି 

ଆଇଓଏସ୍  ୧୫.୧ ଏବଂ ପୁରୁଣା ସଂସ୍କରଣ ଉପରେ ଆଧାର କରି ହ୍ବାଟସ୍ଆପ୍ ଆଇଫୋନ୍ ପାଇଁ ସପୋର୍ଟ ସମାପ୍ତ କରୁଛି। ଆଇଫୋନ୍ ୫ଏସ୍, ଆଇଫୋନ୍ ୬ ଏବଂ ଆଇଫୋନ୍ ୬ ପ୍ଲସ୍ ପାଇଁ ମଧ୍ୟ ସପୋର୍ଟ ସେବା  ବନ୍ଦ କରାଯାଉଛି। ଆଇଫୋନ୍ ବ୍ୟବହାରକାରୀଙ୍କୁ ୫ ମେ’ ୨୦୨୫ପର୍ଯ୍ୟନ୍ତ ଫୋନ୍ ପରିବର୍ତ୍ତନ କରିବାର ବିକଳ୍ପ ଦିଆଯାଇଛି।


ହ୍ବାଟସ୍ଆପ୍ କାହିଁକି ସପୋର୍ଟ ସେବା ବନ୍ଦ କଲା?

ପୁରୁଣା ସ୍ମାର୍ଟଫୋନ୍ ପାଇଁ ହ୍ବାଟସ୍ ଆପ୍ ସପୋର୍ଟ ସେବା ବନ୍ଦ କରୁଛି କାରଣ ଏହି ଫୋନ୍ ଗୁଡିକ ହ୍ବାଟସ୍ଆପ୍‌ର ନୂତନ ବୈଶିଷ୍ଟ୍ୟକୁ ସପୋର୍ଟ କରୁନାହିଁ। ହ୍ବାଟସ୍ଆପ୍ ଦ୍ୱାରା ଏଆଇ ସହିତ ଅନେକ ନୂତନ ବୈଶିଷ୍ଟ୍ୟ ଯୋଡ଼ାଯାଇଛି। ଏହାକୁ ପୁରୁଣା ଫୋନ୍ ସପୋର୍ଟ କରୁନାହିଁ।

କେଉଁ ସ୍ମାର୍ଟଫୋନ୍ ପାଇଁ ହ୍ବାଟସ୍ଆପ୍ ସପୋର୍ଟ ସେବା ବନ୍ଦ କରୁଛି?

ଯେଉଁ ସ୍ମାର୍ଟଫୋନ୍ ପାଇଁ ହ୍ବାଟସ୍ଆପ୍ ସପୋର୍ଟ ସେବା ୧ ଜାନୁୟାରି ୨୦୨୫ରୁ ବନ୍ଦ କରାଯାଉଛି, ସେସବୁ ଫୋନ୍ ମଧ୍ୟରେ ଲୋକପ୍ରିୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମସଙ୍ଗ, ଏଲଜି, ସୋନି ଏବଂ ଏଚଟିସି  ରହିଛି।

ଅଧିକ ପଢ଼ନ୍ତୁ: ଛଗନ ଭୁଜବଳ ବିଜେପିରେ ଯୋଗଦେବେ!: ଫଡନାଭିସ୍‌ଙ୍କୁ ଭେଟିବା ପରେ କଳ୍ପନାଜଳ୍ପନା

ଫୋନ୍ ତାଲିକା

ସାମସଙ୍ଗ

ସାମସଙ୍ଗ ଗାଲାକ୍ସି ଏସ-୩ 
ଗାଲାକ୍ସି ନୋଟ୍-୨
ଗାଲାକ୍ସି ଏସିଇ-୩
ଗାଲାକ୍ସି ଏସ-୪  ମିନି 
ଏଚଟିସି
ୱାନ୍ ଏକ୍ସ
ୱାନ୍ ଏକ୍ସ ପ୍ଲସ୍
ଡେଜାଏର ୫୦୦
ଡେଜାଏର ୬୦୧


ସୋନି


ଏକ୍ସପେରିଆ ଜେଡ୍-୧ 
ଏକ୍ସପେରିଆ ଏସପି
ଏକ୍ସପେରିଆ ଟି
ଏକ୍ସପେରିଆ ଭିଏଲ-ଜି ଅପ୍ଟିପସ୍ ଜି 
ନେକ୍ସସ ୪ 
ଜି-୨ ମିନି 
ଏଲ-୯୦ 


ମୋଟରୋଲା 


ମୋଟୋ ଜି
ରାଜର ଏଚଡି
ମୋଟୋ ଇ ୨୦୧୪

ୟୁଜରଙ୍କୁ ଡାଟା ‌ସଂରକ୍ଷଣ ପାଇଁ ପରାମର୍ଶ
 
ଗୁଗୁଲ୍ ଡ୍ରାଇଭରେ ଚାଟ୍ ଏବଂ ଡାଟା ସଂରକ୍ଷଣ କରିବା ପାଇଁ ହ୍ବାଟସ୍ଆପ୍ ଉପଭୋକ୍ତାମାନଙ୍କୁ ସୁବିଧା ଯୋଗାଉଛି। ଡାଟା ସଂରକ୍ଷଣ କରି ନ ଥିବା ଉପଭୋକ୍ତାଙ୍କ ହ୍ବାଟସ୍ଆପ୍ ଡାଟା ସବୁଦିନ ପାଇଁ ଡିଲିଟ୍ ହୋଇଯିବ ବୋଲି ହ୍ବାଟସ୍ଆପ୍  କହିଛି।

ଅଧିକ ପଢ଼ନ୍ତୁ: ବାଟ ଭୁଲିଗଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଗୋଆ ଯିବା ବଦଳରେ ଚାଲିଗଲା କଲ୍ୟାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe