Nuapada election results. Photograph: (sambad.in)
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ-୨୦୨୫ରେ ବଡ଼ଧରଣର ଓଲଟପାଲଟ ଦୃଶ୍ୟ ଦେଖିବାକୁ ମିଳିଛି। ବିଗତ ୨ଟି ସାଧାରଣ ନିର୍ବାଚନରେ ନିଜର କାୟା ବିସ୍ତାର କରିଥିବା ବିଜୁ ଜନତା ଦଳ (ବିଜେଡି) ଏଠାରେ ଶୋଚନୀୟ ପରାସ୍ତ ହୋଇଛି। ରାଜ୍ୟର ବୃହତ୍ ଆଞ୍ଚଳିକ ଦଳ ଏକଦା ନୂଆପଡ଼ା ଆସନରେ ପ୍ରଥମ ଥିବା ବେଳେ ଦିନକ ପୂର୍ବରୁ ଆସିଥିବା ଉପନିର୍ବାଚନ ଫଳ ତୃତୀୟକୁ ଠେଲି ଦେଇଛି। ଏଠାରେ ତୃତୀୟ ସ୍ଥାନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଥମ ସ୍ଥାନରେ ପହଞ୍ଚିଛି। କଂଗ୍ରେସ ପୂର୍ବ ପରି ଦ୍ବିତୀୟ ସ୍ଥାନରେ ରହିଛି।
ନୂଆପଡ଼ାରେ କାହାକୁ କେତେ ଭୋଟ୍ ମିଳିଲା
- ଜୟ ଢୋଲକିଆ (ବିଜେପି): ୧,୨୩,୮୬୯
- ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧
- ସ୍ନେହାଙ୍ଗିନୀ ଛୁରିଆ (ବିଜେଡି): ୩୮,୪୦୮
- ଲୋଚନ ସିଂହ ମାଝୀ (ସ୍ବାଧୀନ): ୨,୧୩୭
- ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ବାଧୀନ): ୧,୩୨୨
- କିଶୋର କୁମାର ବାଗ (ସ୍ବାଧୀନ): ୭୪୩
- ଭୁବନଲାଲ ସାହୁ (ସ୍ବାଧୀନ): ୭୨୧
- ହେମନ୍ତ ତାଣ୍ଡି (ସ୍ବାଧୀନ): ୬୬୨
- ଚକ୍ରାନ୍ତ ଜେନା (ସ୍ବାଧୀନ): ୫୨୯
- ଭକ୍ତବନ୍ଧୁ ଧରୁଆ (ସ୍ବାଧୀନ): ୫୧୧
- ରମାକାନ୍ତ ହାତୀ (ସମାଜବାଦୀ ପାର୍ଟି): ୪୮୯
- ନୀତା ବାଗ (ସ୍ବାଧୀନ): ୫୨୯
- ଆଶ୍ରୟ ମହାନନ୍ଦ (ସ୍ବାଧୀନ): ୧୯୧
- ସୁକଧର ଦଣ୍ଡସେନା (ଓଡ଼ିଶା ଜନତା ପାର୍ଟି): ୧୬୭
ଆହୁରି ପଢ଼ନ୍ତୁ: Elephant Attacks: ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୁଚିଥିଲେ ଯୁବକ, ଆକ୍ରମଣ କରି ଜୀବନ ନେଲା ଦନ୍ତା
ବିଗତ ଦିନର ନିର୍ବାଚନ ଫଳ?
ଓଡ଼ିଶା ବିଧାନସଭା ନିର୍ବାଚନ-୨୦୧୪ରେ ନୂଆପଡ଼ା ଆସନରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପଦ୍ମ ଫୁଟାଇଥିଲା। ସେହି ସମୟରେ ବିଜେପିର ପ୍ରାର୍ଥୀ ବସନ୍ତ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୫୫,୨୫୨ ଖଣ୍ଡ ଭୋଟ୍ ମିଳିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବସନ୍ତ ପଣ୍ଡା ୯,୬୧୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୦,୩୩୦ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ସେହି ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ୬୫,୬୪୭ ଖଣ୍ଡ ଭୋଟ୍ ମିଳିଥିଲା। ୨୦୨୪ ନିର୍ବାଚନରେ ବିଜେଡି ସରକାରର ବିପର୍ଯ୍ୟୟ ଘଟିଥିଲା। କିନ୍ତୁ ରାଜେନ୍ଦ୍ର ଢୋଲକିଆ ପୁଣି ଥରେ ନୂଆପଡ଼ାରେ ବିଜୟୀ ହୋଇଥିଲେ। ସେ ୬୧,୮୨୨ ଖଣ୍ଡ ଭୋଟ୍ ପାଇ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୦,୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଗତ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ଥିଲା।
ଆହୁରି ପଢ଼ନ୍ତୁ: Bihar Elections: ଏନଡିଏ ସରକାରରେ ଭାଗବଣ୍ଟା ଚୂଡ଼ାନ୍ତ !
Follow Us