ବାଇମନ ! ଦିନକୁ ଦିନ… ଦୁର୍ବଳ ହେଉଛି ସାଗୁଆ ଦଳ, ଗେରୁଆ ପାଉଛି ପ୍ରବଳ ବଳ…

ଦିନ ଥେଲା ପାବାଲ ଥେଲା, ସବୁଠି ଶଙ୍ଖ ବାଜୁଥିଲା । କିନ୍ତୁ ଏବେ ପାବାର ଆଉ କାହା ହାତରେ । ପୂରା ରାଇଜରେ ଫୁଲର ଫୁଲ୍ ପାବାର ତେଣୁ ଶଙ୍ଖ ଶବଦ କମିବା ସ୍ବାଭାବିକ… ନେତା, କୁଜି ନେତା ବି ଏବେ ଫୁଲ ମୁହାଁ ଯେ… ହଁ ମ ପବନ ଯୁଆଡେ ଛତା ସିଆଡେ ।

New Project (22)

ଭୁବନେଶ୍ବର: କମୁଛି କି ଶଙ୍ଖର ଶକ୍ତି । ଆଗ ଭଳି ଆଉ କାଇଁ ଶଙ୍ଖର ଶବଦ ଏତେ ଶୁଣିବାକୁ ମିଳୁନି । ଭଲା ଶୁଭିବ କେମିତି ଯେ, କିରେ ହାତରେ ପାବାର ପରା ନାହିଁ- ଦିନ ଥେଲା ପାବାଲ ଥେଲା, ସବୁଠି ଶଙ୍ଖ ବାଜୁଥିଲା । କିନ୍ତୁ ଏବେ ପାବାର ଆଉ କାହା ହାତରେ । ପୂରା ରାଇଜରେ ଫୁଲର ଫୁଲ୍ ପାବାର ତେଣୁ ଶଙ୍ଖ ଶବଦ କମିବା ସ୍ବାଭାବିକ… ନେତା, କୁଜି ନେତା ବି ଏବେ ଫୁଲ ମୁହାଁ ଯେ… ହଁ ମ ପବନ ଯୁଆଡେ ଛତା ସିଆଡେ । ଏଇ ତ ରାଜନୀତିର ଫଣ୍ଡା । ଯିଏ ଜାଣିଛି ସିଏ ଖାଉଛି ପଲିଟିକାଲ ଅଣ୍ଡା ଆଉ ଯିଏ ଜାଣିନି ସିଏ ପୂରା ହୁଣ୍ଡା… ଭୁଶୁଡୁଛି ବିଜେଡି, ଧିରେଧିରେ କମୁଛି ଦଳର ବଳ- ମହାକାଳପଡା ହେଉ କି ଧର୍ମଶାଳା ଅନାସ୍ଥା ଏହି କଥାକୁ ସୂଚାଉଛି… ଦୁଇ ଦଳର ମଞ୍ଜକଥାକୁ ନେଇ ସମ୍ବାଦର ବ୍ୟଙ୍ଗ ବଟିକା- ଦିହକୁ ନେବେନି

ମଣି ! ବଦଳୁଛି ରାଜନୀତି ପାଗପାଣି
ଯିଏ ମାରୁଥିଲା ଦିନେ ମୁହଁ ଫୁଟାଣି
ଏବେ ନାହିଁ ତାର ସେ ଚାଲି ଓ ଠାଣି…
ସମୟ ଦେଇଛି ଶିଖେଇ
ଭାଇ ! ରାଜନୀତିରେ କିଛି ସ୍ଥାୟୀ ବୋଲି ନାହିଁ…
କେହି ବି ଏଠି କୋଲି ଖାଇ ମଞ୍ଜି ପୋତି ନାହିଁ 

ବିଜେଡି ହାତରୁ ଖସୁଛି ଗଡ଼
ବଡ଼ ନେତାଙ୍କ ଛାତି ଧଡପଡ଼
ସାଗୁଆ ହେଉଛି ଗେରୁଆ
ଅନାସ୍ଥା ଭୟରେ ନେତା ଛାନିଆ
ଇସ୍ତଫା ଦେଇଣ ଆଗୁଆ…
ନହକି ନହକି କହିଦେଲେ ବାବୁ
ବଡ଼ ବିଚିତ୍ର ରାଜନୀତି ଦୁନିଆ

ସାଗୁଆ ରଙ୍ଗର ଥିଲା ଭଲଦିନ
ଏବେ ଗେରୁଆର ଅଚ୍ଛେଦିନ…
ବିଜେଡି କମୁଛି ବିଜେପି ବଢୁଛି
ଡିଆଁଳିଆ ନେତା ଖାଲି କନକନ
ଗୋଟିଏ ଦଳରେ ନଥାଏ ଯେ ଧ୍ୟାନ
ଯୁଆଡେ ଛତା ଗୋ, ସିଆଡେ ତାଙ୍କର ପବନ…
ଦିହକୁ ନେବେନି
ଇଏ ପୂରା ସତ୍ୟ ବଚନ

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ-

ଖେଳୁଥିଲି ‌ଖେଳ, ହେଇଗଲି ଖୋଳ; କ୍ଷତି ଭାବି ଭାବି ମୋର ବୋହିଲାଣି ଝାଳ... !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe