ସମ୍ପର୍କ ସୁଧାରିଲେ ଭାରତ-ଚୀନ… ଗିନି ଧରି ଟ୍ରମ୍ପ ନନା ନାଚୁଚେନି ତାକ୍ ଧିନାଧିଇନି

ଟ୍ରମ୍ପ ଟାରିଫ କଷିଲେ, ମୋଦୀ ଆଜ୍ଞା ଆମର ଚୀନରେ ପ୍ରବେଶିଲେ ଆଉ ଟ୍ରିକ୍ ଖେଳିଲେ । ଗଲା ଏବେ ସମ୍ଭାଳ… ଟ୍ରମ୍ପ ତେମେ ଯେତେ ତାତୁଛ ତାତ, ଏଣେ ମୋଦୀ-ଜିନପିଙ୍ଗ ମିଶେଇ ଦେଲେଣି ହାତ…

New Project (15)

ନୂଆଦିଲ୍ଲୀ: ଟ୍ରମ୍ପ ଟାରିଫ କଷିଲେ, ମୋଦୀ ଆଜ୍ଞା ଆମର ଚୀନରେ ପ୍ରବେଶିଲେ ଆଉ ଟ୍ରିକ୍ ଖେଳିଲେ । ଗଲା ଏବେ ସମ୍ଭାଳ… ଟ୍ରମ୍ପ ତେମେ ଯେତେ ତାତୁଛ ତାତ, ଏଣେ ମୋଦୀ-ଜିନପିଙ୍ଗ ମିଶେଇ ଦେଲେଣି ହାତ… ଟ୍ରମ୍-ମୋଦୀ ଓ ଜିନପିଙ୍ଗଙ୍କୁ ନେଇ ବ୍ୟଙ୍ଗ ବଟିକା… ଦିହକୁ ନେବେନି

WhatsApp Image 2025-08-31 at 16.04.17

ହଇଓ ତମ୍ପ ନନା… 
ସରି ସରି ଟ୍ରଅମ୍ପ ନନା
ଇଆଡ଼େ ଟିକେ ଅନା…
ବେଶି ରାଗନି ମ
ମିଶିଗଲେଣି ମୋଦୀ-ଜିନପିଙ୍ଗ
ଦେଇଦେବେ ତମକୁ ଭଲକି ଦାନା…

ତେମେ ଯେତେ ଫିଙ୍ଗୁଚ ଫିଙ୍ଗ ଟାରିଫି ଟେକା
ଯେତେ ତାତୁଚ ତାତ
ଚୀଇନି ଛାତିରେ ସଭିଁଙ୍କ ଆଗରେ
ମୋଦୀ-ଜିନପିଙ୍ଗ ମିଶେଇ ଦେଲେଣି ହାତ
ତେମେ ଯେତେ ହଉଚ ହୁଅ ଉତୁପାତ
ଭାରତ-ଚୀନ ମିଶିକି ଦିନେ ଦେବେ ଭଲକି ନାତ

ପାକିସ୍ତାନ ପେରେମ୍ ସେତିକି ଥାଉ
ତମରି ଭାଉରେ ଆତଙ୍କୀସ୍ତାନ ଖାଉଛି ତାଉ
ମୋଦୀ କହିଲେଣି ଜିନପିଙ୍ଗଙ୍କୁ
ଆତଙ୍କବାଦ ବିରୋଧରେ ଲଢିବାକୁ
ଶୁଣିକି ଏସବୁ କଥା
ଘୂରେଇ ଦେଲାଣି ଶେହବାଜଙ୍କ ମଥା
ଟ୍ରଅମ୍ପ ନନା ତେମେ ଯେତେ ଛାଡୁଛ ଛାଡ ରାଗବାଣ
ଦୁଇ ଦେଶର ନେତା
ମୁଣ୍ଡେଇଛନ୍ତି ଏକତାର ଛତା…
ମନେରଖିଥାଅ ଏତିକି କଥା
ତେମେ ପାକିସ୍ତାନ ପେରେମ ଦେଖେଇଲେ
ଆମେ ଚୀନ ସହ ଆହୁରି ସୁଦୃଢ କରିବୁ ବନ୍ଧୁତା…

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ-

ବନ୍ୟା ଆଉ ଦୁର୍ଦ୍ଦଶା… ପ୍ରକୃତିର ପ୍ରଳୟ ଦେଖି ମଣିଷ ଭିତରେ ମରିବାକୁ ବସିଲାଣି ଜିଇଁବାର ଆଶା…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe