ଭୁବନେଶ୍ବର: ‘ଆସିଲାଣି ଧୁମାଳ, ବୁଢ଼ାବୁଢ଼ିଙ୍କୁ ସମାଳ’। ପିଲାଦିନେ ବାତ୍ୟା ପୂର୍ବରୁ ଏମିତିଆ ଏକ ବାକ୍ୟ ଶୁଣି ଶୁଣି ଆମେ ବଢ଼ ହୋଇଛେ। ମାତ୍ର ଏବେ ସମୟ ବଦଳିଛି। ଏବେ ବାତ୍ୟା ଆସିଲେ ଆଉ ବୟସ୍କ ଲୋକଙ୍କ ଚିନ୍ତା ନୁହେଁ; ବରଂ ନିଜ ପେଟ ଚିନ୍ତା ଅଧିକ।
ଆମେ ଓଡ଼ିଶା ଲୋକ ଯେତିକି ବାତ୍ୟା ଅନୁଭୂତି ସାଉଁଟିଲେଣି; ସେଭଳି ଅନୁଭୂତି ଆଉ କେଉଁ ରାଜ୍ୟବାସୀଙ୍କର ନାହିଁ। ଦୁଃଖର କଥା ହେଉଛି, ବାତ୍ୟା ସାଥେ ସାଥେ ପ୍ରତିଥର ଆମେ ମହଙ୍ଗା ମାଡ଼ରୁ ବହେ ଖାଉଛେ। ବାତ୍ୟା ଆସିଲା ବୋଲି ଗଣମାଧ୍ୟମରେ ଖବର ବାଜୁ ବାଜୁ ସଜାଗ ହୋଇପଡ଼ନ୍ତି ପରିବା ବେପାରୀ। ବାତ୍ୟା ପାଇଁ ଲୋକ ଘରେ ନେଇ ସଉଦା ଗଦେଇବେ ବୋଲି ୫ ଜାଗାରେ ୫୦ ହବ ଦର। ସେଭଳି ଏକ ଦୁଃଖଦ ଅନୁଭୂତିକୁ ନେଇ ଆମର ଆଜିର କାର୍ଟୁନ। ଦିହକୁ ନେବେନି।
ଅଧିକ କାର୍ଟୁନ କାହାଣୀ ପଢ଼ନ୍ତୁ
ଆହୁରି ପଢ଼ନ୍ତୁ: ଅମାନିଆ ହେଇ ରେଳ ଧାରଣାରେ କରିଲେ ନାଟ, ରେଳବାଇ ଦେବ ବଜେଇ ଅଚଞ୍ଛା ଛାଟ
ଆହୁରି ପଢ଼ନ୍ତୁ: ଧରାପଡ଼ିଛି ଲାଞ୍ଜ, ମୁଣ୍ଡକୁ ଏବେ ଖୋଜ
cartoon | Cyclone Montha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/27/untitled-2025-10-27-13-30-39.jpg)