Advertisment

Kaliapani: ପୁଣି ଜଣେ ଦଶମ ଛାତ୍ରୀ ଗର୍ଭବତୀ; ଅବାଞ୍ଛିତ ମାତୃତ୍ବ ପାଇଁ ଅଧାରୁ ପାଠ ଛାଡ଼ିଲେ ୩ ଆଦିବାସୀ ଛାତ୍ରୀ

Advertisment

ଯାଜପୁର ଜିଲ୍ଲା କାଳିଆପାଣି ଥାନା କାଳିଆପାଣି ପଞ୍ଚାୟତର ଜଣେ ଆଦିବାସୀ ଦଶମ ଶ୍ରେଣୀ ଛାତ୍ରୀ ଏବେ ୪ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଗର୍ଭଧାରଣ ପରେ ଏହି ଛାତ୍ରୀ ଜଣକ ପାଠଛାଡ଼ି ଘରେ ରହୁଥିଲେ।

ଯାଜପୁର ଜିଲ୍ଲା କାଳିଆପାଣି ଥାନା କାଳିଆପାଣି ପଞ୍ଚାୟତର ଜଣେ ଆଦିବାସୀ ଦଶମ ଶ୍ରେଣୀ ଛାତ୍ରୀ ଏବେ ୪ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଗର୍ଭଧାରଣ ପରେ ଏହି ଛାତ୍ରୀ ଜଣକ ପାଠଛାଡ଼ି ଘରେ ରହୁଥିଲେ।

Rape

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା କାଳିଆପାଣି ପଞ୍ଚାୟତର ଜଣେ ଆଦିବାସୀ ଦଶମ ଶ୍ରେଣୀ ଛାତ୍ରୀ ଏବେ ୪ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଗର୍ଭଧାରଣ ପରେ ଏହି ଛାତ୍ରୀ ଜଣକ ପାଠଛାଡ଼ି ଘରେ ରହୁଥିଲେ। ପ୍ରେମିକର ପ୍ରତାରଣା ଓ ସାମାଜିକ ଲଜ୍ଜା କାରଣରୁ ପୀଡ଼ିତାଙ୍କ ମାନସିକ ଚାପ ବଢ଼ିବାରେ ଲାଗିଛି। ନିରୁପାୟ ପୀଡ଼ିତାଙ୍କ ବଡ଼ ଭଉଣୀ ଶେଷରେ ଗତକାଲି ଥାନାରେ ଏତଲା ଦାଏର କରିଥିଲେ। ପୁଲିସ ଆଜି ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ପାଖରେ ହାଜର କରାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ ଓ ଅଭିଯୋଗ ହସ୍ତଗତ ହେବା ପରେ ତାଙ୍କୁ ଆଜି ଏକ ସ୍ବାଧାରଗୃହରେ ଥଇଥାନ କରାଯାଇଛି। ଏଠାରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟସେବା ଓ ନିୟମିତ ଆନୁଷଙ୍ଗିକ ଚିକିତ୍ସା ସହ ତାଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦିଆଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷା ରେକ୍ସୋନା ଜେନା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ପୀଡ଼ିତା ସ୍କୁଲ ଯାଉଥିବା ସମୟ‌ରେ ଗାଁ ପାଖ ବଜାରରେ ଗ୍ୟାରେଜ୍‌ରେ କାମ କରୁଥିବା ଗୁରୁଜଙ୍ଗ ଗାଁର ଜଣେ ଯୁବକ ଏହି ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପୀଡ଼ିତାଙ୍କ ବାପାମାଆ ୬ ମାସ ଧରି ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଥିବା ସୁଯୋଗରେ ଅଭିଯୁକ୍ତ ଅନୈତିକ ସମ୍ପର୍କ ରଖି ଆସୁଥିଲା। ଅନ୍ତଃସତ୍ତ୍ବା ପରେ ପୀଡ଼ିତା ଓ ପରିବାର ବିବାହ ପାଇଁ ଦାବି କରିଥିଲେ। ରୋଗଶଯ୍ୟାରେ ଥାଇ ପୀଡ଼ିତାଙ୍କ ବାପାମାଆ ନ୍ୟାୟ ପାଇଁ ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ। ଏକାଧିକ ବାର ଗ୍ରାମସଭା ବସିଥିଲେ ବି କୌଣସି ନିଷ୍କର୍ଷ ବାହାରିନଥିଲା। ନିରାଶ ପୀଡ଼ିତା ଗତ ସପ୍ତାହ ପ୍ରେମିକ ଘରକୁ ଯାଇ ଅଧିକାର ମାଗିଥିଲେ। ହେଲେ ପ୍ରେମିକ ଆତ୍ମଗୋପନ କରିଥିଲା। ପ୍ରେମିକର ମାଆ ପୀଡ଼ିତାଙ୍କୁ ଗାଳିଗୁଲଜ କରି ମାରି ଗୋଡ଼ାଇଥିଲେ। ଏବେ ଅଭିଯୁକ୍ତ ପ୍ରେମିକ ଫେରାର୍‌ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Student Residential School Pregnant: ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ

ପ୍ରେମ ଫାସରେ ପଡ଼ି ଧୋକ୍କା ପାଉଛନ୍ତି ନାବାଳିକା

ସୂଚନାଯୋଗ୍ୟ, ପିମ୍ପୁଡ଼ିଆ ପଞ୍ଚାୟତର ଅନ୍ୟ ଜଣେ ଆଦିବାସୀ ଦଶମ ଛ‌ାତ୍ରୀ ଏବେ ୬ ମାସର ଗର୍ଭବତୀ ଥିବା ବିଭାଗୀୟ ସୂଚନା ମିଳିଛି। ସୁକିନ୍ଦା ସିଡିପିଓ ସୁଜାତା ମହାପାତ୍ର ଓ ସରପଞ୍ଚ ତପନ କୁମାର ନାୟକ ଏଥିରେ ହସ୍ତକ୍ଷେପ କରି ପୀଡ଼ିତାଙ୍କୁ ସାମାଜିକ ଓ ଆଇନଗତ ସହାୟତା ଯୋଗାଇଦେବା ଉଦ୍ୟମ ଜାରି ରଖିଛନ୍ତି। ସେହିପରି ଗତ ମାର୍ଚ୍ଚମାସ ଶେଷ ସପ୍ତାହରେ ଏହି ଥାନା କଅଁସ ପଞ୍ଚାୟତର ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ରୀ ପ୍ରେମ ପ୍ରତାରଣାର ଶିକାରହୋଇ ଗର୍ଭବତୀ ହୋଇଥିଲେ। ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଅନ୍ତଃସତ୍ତ୍ବା ପରେ ସଂପୃକ୍ତ ୩ ଜଣଯାକ ଆଦିବାସୀ ଛାତ୍ରୀ ଅଧାରୁ ପାଠ ଛାଡ଼ି ଅବାଞ୍ଛିତ ମାତୃତ୍ବ ବୋଝରେ ଦହଗଞ୍ଜ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। 

ଆହୁରି ପଢ଼ନ୍ତୁ: Sand Art Festival: କୋଣାର୍କରେ ବାଲୁକା କଳା: ଜଳବାୟୁ ପରିବର୍ତ୍ତନ ନେଇ ଶିଳ୍ପୀଙ୍କ ଅନନ୍ୟ ବାର୍ତ୍ତା
    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe