ଜଗତସିଂହପୁର: ଜଗତସିଂହପୁର ଥାନା ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିବା ସହିତ ୨୩ ଗ୍ରାମର ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨,୩୦,୦୦୦ ଟଙ୍କା ହେବ। ଅଭିଯୁକ୍ତ ହେଲା ମଦନ ମୋହନ ସିଂ (୩୪)।
ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଲାଲାସାହି ଗ୍ରାମର ଉମେଶ ସିଂଙ୍କ ପୁଅ ମଦନ ମୋହନ ସିଂ (୩୪) ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚଳାଉ ଥିଲା। ଏକ ଅଭିଯୋଗକୁ ଭିତ୍ତିକରି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ପିଛା କରୁଥିବା ବେଳେ ଅଭିଯୁକ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସର ମଧ୍ୟରେ ଆତ୍ମଗୋପନ ଉଦ୍ଦେଶ୍ଯରେ ପସିଯାଇଥିଲେ। ସେଠାରୁ ଅଭିଯୁକ୍ତ ଜଣଙ୍କୁ କାବୁ କରିନେଇଥିଲେ ପିଛା କରୁଥିବା ଟିମ୍। ଯାଞ୍ଚ ପରେ ଅଭିଯୁକ୍ତ ନିକଟରୁ ୨୩ ଗ୍ରାମର ବେଆଇନ ହେରୋଇନ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ଯ ୨,୩୦,୦୦୦ ଟଙ୍କା ହେବ।
ଆହୁରି ପଢ଼ନ୍ତୁ: Money Laundering Case: ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ
ଏହି ଚଢଉରେ ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାରର ଏଏସ୍ଆଇ ସନ୍ତୋଷ ନାୟକ, ଏଏସ୍ଆଇ ପିନାକୀ ରଞ୍ଜନ ରାଉତରାୟ, କନଷ୍ଟେବଳ ସବିତା ନାୟକ, ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ। ଗିରଫ ଅଭିଯୁକ୍ତକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢଉକୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ଯସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକାରୀ ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/26/untitled-26jpg-2026-02-26-18-50-29.jpeg)