Advertisment

Rape In Paradip: ପାରାଦୀପରେ ପୁଣି ଲଜ୍ଜା: ୭ବ‌ର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ

Advertisment

ପାରାଦୀପର ତାରିଣିଗଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ଏହି ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପାରାଦୀପରେ ଆଜି ଘଟିଥିବା ଘଟଣା ନେଇ ପୁଣି ଚର୍ଚ୍ଚା ହେଉଛି।

ପାରାଦୀପର ତାରିଣିଗଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ଏହି ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପାରାଦୀପରେ ଆଜି ଘଟିଥିବା ଘଟଣା ନେଇ ପୁଣି ଚର୍ଚ୍ଚା ହେଉଛି।

New Project (2).jpg

ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ପାରାଦୀପର ତାରିଣିଗଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ଏହି ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପାରାଦୀପରେ ଆଜି ଘଟିଥିବା ଘଟଣା ନେଇ ପୁଣି ଚର୍ଚ୍ଚା ହେଉଛି। ଜଣେ ୭ ବର୍ଷ ବୟସର ଶିଶୁକନ୍ୟାକୁ ଥଣ୍ଡା ପାନୀୟରେ ମଦ ମିଶାଇ ଚିକେନ ଦୋକାନ ଭିତରେ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ବାନ୍ଧି ନିସ୍ତୁକ ମାଡ ମାରିବା ସହ ପୁଲିସରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଚିକେନ ଦୋକାନୀ କର୍ମଚାରୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। 

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀଗଡ଼ାରେ ଏକ ଚାରି ମହଲା କୋଠା ନିକଟରୁ ଜଣେ ଅଜ୍ଞାତ ମହିଳାଙ୍କ କ୍ଷତାକ୍ତ ଶବ ଆଜି ସକାଳେ ପୁଲିସ ଜବତ କରିଥିଲା। ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହରେ ପୁଲିସ ତନାଘନା ଚଳାଇଛି। ମହିଳାଙ୍କ ଡାହାଣପଟ କାନମୁଣ୍ଡାରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଥିଲା। ପାରାଦୀପ ଆଦର୍ଶ ଥାନା ପୁଲିସ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନଭିନ୍‌ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଡାକ୍ତରଖାନାକୁ ପଠାଇଥିଲେ। 

ଆହୁରି ପଢ଼ନ୍ତୁ: POCSO Court verdict: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ପୀଡ଼ିତା ଯୁକ୍ତ ୩ରେ ପଢ଼ୁଥିବା ବେଳେ ତାଙ୍କ ଘର ତିର୍ତ୍ତୋଲ ଥାନା କୋଲର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଜଣେ ବିହାରୀ ଯୁବକଙ୍କୁ ଗିରଫ କରିଛି। ସେହି ରୁମରେ ଥିବା ଉତ୍ତରପ୍ରଦେଶର ଜଣେ ଯୁବକ ଏବଂ ଜଣେ ଓଡ଼ିଆ ଯୁବକଙ୍କୁ ମଧ୍ୟ ପଚାରଉଚୁରା କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe