Cyber Crime: ସାଇବର ଅପରାଧ: ୨ବର୍ଷରେ ୭୬ଟି ମାମଲା ରୁଜୁ

ଦିନକୁ ଦିନ ସାଇବର ଅପରାଧ ମହାବ୍ୟାଧି ଭଳି ବଢ଼ି ଚାଳିଛି। ସାଇବର ଅପରାଧିମାନେ କେବେ କାହାକୁ ଶିକାର କରିବେ କହିବା ମୁସ୍କିଲ। ଏହି ଅପରାଧିଙ୍କ ସ୍କାନରେ ‌ବଡ଼ବଡ଼ ଅଧିକାରୀଙ୍କ ଠାରୁ ‌ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ସବୁ ରହିଛନ୍ତି।

cyber awareness

Cyber crime awareness drive in Nabarangpur. Photograph: (sambad.in)

ନବରଙ୍ଗପୁର(ସୁରେଶ ନାଇଡୁ):‌ ଦିନକୁ ଦିନ ସାଇବର ଅପରାଧ ମହାବ୍ୟାଧି ଭଳି ବଢ଼ି ଚାଳିଛି। ସାଇବର ଅପରାଧିମାନେ କେବେ କାହାକୁ ଶିକାର କରିବେ କହିବା ମୁସ୍କିଲ। ଏହି ଅପରାଧିଙ୍କ ସ୍କାନରେ ‌ବଡ଼ବଡ଼ ଅଧିକାରୀଙ୍କ ଠାରୁ ‌ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ସବୁ ରହିଛନ୍ତି। ଏହି କ୍ରମରେ ଗତ ଦୁଇ ବର୍ଷରେ ନବରଙ୍ଗପୁର ଜିଲ୍ଲାର ୧୩ଟି ଥାନାରେ ୭୬ଟି ମାମଲା ରୁଜୁ କରିଛି ପୁଲିସ। ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିଜେ ଏସପି ମଡକର ସନ୍ଦୀପ ସମ୍ପତ୍ତ ଅଣ୍ଟାଭିଡିଛନ୍ତି।

ବିଭିନ୍ନବର୍ଗକୁ ନେଇ ସଚେତନତା ସୃଷ୍ଟି

ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ଏବେ ଜିଲ୍ଲାର ସ୍କୁଲ‌, କଲେଜ ସହ ବିଭିନ୍ନବର୍ଗକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଆଜି ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ସାଇକ୍ଲୋଥାନ ସହ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଇଣ୍ଟରନେଟ୍ , ସ୍ମାର୍ଟଫୋନ, ସାମାଜିକ ଗଣମାଧ୍ୟମ ବ୍ୟବହାର କରାଯାଉଛି ତାହାର ଯେତିକି ସୁଫଳ ଲୋକେ ପାଉଛନ୍ତି ତାହାର ଚାରିଗୁଣା କ୍ଷତି ହେଉଛି। ନିଜ ବ୍ୟକ୍ତିଗତ ଓଟିପି, ଏଟିଏମ୍ ପିନ୍, ଫୋନର ପାସ୍ ୱାର୍ଡ ଆଦି କାହାରିକୁ ଦିଅନ୍ତୁ ନାହିଁ। ନିଜେ ସଚେତନ ହୋଇ ଅ‌‌ନ୍ୟମାନଙ୍କୁ ସଚେତନ କରିବା ସହ ସାଇବର ଅପରାଧରୁ ମୁକ୍ତ ରୁହନ୍ତୁ ବୋଲି କହିଛନ୍ତି ନବରଙ୍ଗପୁର ଏସପି ମଡକର ସନ୍ଦୀପ ସମ୍ପତ୍ତ। 

ସଚେତନ ରହିବାକୁ ଏସ୍‌ପିଙ୍କ ପରାମର୍ଶ

ନିଜେ ବ୍ୟବହାର କରୁଥିବା ସାମାଜିକ ଗଣମାଧ୍ୟମ, ବ୍ୟାଙ୍କ ଆକାଉଣ୍ଟ ସହ ବିଭିନ୍ନ ସାଇବର ଅପରାଧ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେବା ସହ ଡୋମେ କରି ଦେଖାଇଛନ୍ତି ଏସପି। ତାଙ୍କ ସହ ଏଏସପି ଆଦିତ୍ୟ ସେନ, ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା, ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ ଖାଣ୍ଡେଲକର, ଡିଆଇବି ଡିଏସପି ଲାକ୍ରା, ଡିଏସପି ସରୋଜ ପୁନମ୍ କିସପଟା ଯୋଗ ଦେଇ ସାଇବର ଅପରାଧକୁ ରୋକିବା ଦିଗରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରି ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ ଜେନା, ନବରଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ଗ‌ଣେଷ ପଟ୍ଟନାୟକ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Mother: ଜନ୍ମଦାତ୍ରୀ ମା’ ଦେଢ଼ମାସର ଶିଶୁକନ୍ୟାକୁ ଛାଡ଼ି ଚାଲିଗଲା, ପଡ଼ୋଶୀ ମହିଳା ନେଉଛନ୍ତି ଯତ୍ନ

ନବରଙ୍ଗପୁର ଓ ଉମରକୋଟ ଥାନାରେ ସର୍ବାଧିକ ମାମଲା

୨୦୨୪-୨୫ଆର୍ଥିକ ବର୍ଷରେ ୪୧ଟି ଓ ଏହି ବର୍ଷ ୩୫ଟି ଏଭଳି ୭୬ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସେଥିରେ ବେଶି ମାତ୍ରାରେ ନବରଙ୍ଗପୁର ଓ ଉମରକୋଟ ଥାନାରେ ହୋଇଥିବା ସୂଚନା ମିଳିଛି। ସକାଳୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରୁ ସାଇକ୍ଲୋଥନ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଏସପି, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସହ ସବୁ ପୁଲିସ ଅଧିକାରୀ ମାନେ ଭାଗ ନେଇ ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ। ବିଭିନ୍ନ ଛକରେ ଏସପି ନିଜେ ସାଇବର ଅପରାଧ ଯଥା ମୋବାଇଲ୍ ଗେମିଂ, ମୋବାଇଲରେ ଆର୍ଥିକ କାରବାର, ଫେସବୁକ୍, ହ୍ବାଟସଅପ୍, ଇନଷ୍ଟାଗ୍ରାମ ଆଦିରେ ନିଜ ଫଟୋ ନଦେବା ନେଇ ସଚେତନ କରିଥିଲେ। ଅଜଣା ଫୋନ କଲ୍ ଉପରେ ସତର୍କତା ଗ୍ରହଣ କରିବାକୁ କୁହାଯାଇଥିଲା। ଯଦି ସାଇବର ଠକେଇର ଶିକାର ହେଲେ ୧୯୩୦ ନମ୍ବରରେ ଫୋନ୍ କରିବାକୁ ଏସପି ଓ ଅନ୍ୟ ପୁଲିସ ଅଧିକାରୀ ମାନେ କହିଥିଲେ। 

ଆହୁରି ପଢ଼ନ୍ତୁ: Dacoits Plan Fail: ସଶସ୍ତ୍ର ଡକାୟତି ପାଇଁ ଯୋଜନା ଫେଲ୍‌: ବନ୍ଧାହେଲେ ୫ ଡାକୟତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe