ଅଲବର: ରାଜସ୍ଥାନର ଅଲବର ବିହାର ଥାନା ଅଞ୍ଚଳର ସୋନାଭା ଡୁଙ୍ଗରି ଅଞ୍ଚଳରେ ଦୀପାବଳି ଭଳି ଆଲୋକରପର୍ବରେ ଜଣେ ଶିଶୁ ଏକ ଦୁର୍ଘଟଣାର ଶିକାର ହୋଇ ଦୃଷ୍ଟିଶକ୍ତି ହରାଇ ଦେଇଥିବାର ଏକ ଦୁଃଖଦ ଘଟଣା ସାାମ୍ନାକୁ ଆସିଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଶିଶୁଜଣକ ବାଣ ଫୁଟାଉଥିଲା। ଏହି ସମୟରେ ଗୋଟିଏ ବାଣ ଫୁଟି ନଥିଲା। ସେ ଏହାକୁ ଉଠାଇ ଦେଖୁଥିବା ବେଳେ ହଠାତ ତାହା ଫୁଟି ଯାଇଥିଲା। ଏଥିରେ ଶିଶୁର ଆଖରେ ଗୁରୁତର ଭାବେ ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ପରିବାରଲୋକ ଗୁରୁତର ଶିଶୁକୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ।

ଅଧିକପଢ଼ନ୍ତୁ:ଧର୍ମ ଭୁଲି ପ୍ରେମାନନ୍ଦଜୀଙ୍କ ସୁସ୍ଥତା କାମନା କଲେ ମୁସଲିମ୍ ଯୁବକ

ଡାକ୍ତରମାନେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପୁଅକୁ ଜୟପୁରକୁ ସ୍ଥାନାନ୍ତର କରି ଦେଇଥିଲେ। ପୁଅର ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ସହିତ ଦୃଷ୍ଟିଶକ୍ତି ବି ଚାଲି ଯାଇଛି।

ଶିଶୁ ଜଣକ ପୁଣିଥରେ ତାର ଦୃଷ୍ଟିଶକ୍ତି ଫେରି ପାଇବ କି ନାହିଁ ସେ ନେଇ ଡାକ୍ତରମାନେ କିଛି ସ୍ପଷ୍ଟ ସୂଚନା ଦେଇ ପାରୁ ନାହାନ୍ତି।

ଅଧିକପଢ଼ନ୍ତୁ:ସବୁବେଳେ ଗୋଟିଏ କଥା୍ କହୁଥିଲା ପାଠପଢ଼ା ଛାଡ଼ିବୁ ନାହିଁ ଏହା ହେଉଛି ତୋର ଅସ୍ତ୍ର: ଆଇଏଏସ ଅଧିକାରୀ

 Diwali firecracker accident