Malkangiri: ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଲେ, ନିଆଁ ଲଗାଇଲେ ଶତାଧିକ ଆଦିବାସୀ

Advertisment

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ମାରିଵାଡା ପଞ୍ଚାୟତର ଏମଭି-୨୬ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଆଦିବାସୀ ଲୋକେ ଗାଁରେ ପଶି ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଛନ୍ତି।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ମାରିଵାଡା ପଞ୍ଚାୟତର ଏମଭି-୨୬ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଆଦିବାସୀ ଲୋକେ ଗାଁରେ ପଶି ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଛନ୍ତି।

Untitled-29 copy

House damage and set fire in Malkangiri. Photograph: (sambad.in)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ମାରିଵାଡା ପଞ୍ଚାୟତର ଏମଭି-୨୬ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଆଦିବାସୀ ଲୋକେ ଗାଁରେ ପଶି ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଦୋକାନ ଲୁଟିବା ସହ ଅଟୋ,ମଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦେଖଣାହାରି ହୋଇଥିଲା। ଏତେ ଲୋକଙ୍କୁ ଅଟକାଇବାରେ ଅସଫଳ ହୋଇଥିଲା ପୁଲିସ।
ଘଟଣା ଅନୁଯାୟୀ କୋରକୋଣ୍ଡା ବ୍ଲକର ରାଖାଲଗୁଡା ଗ୍ରାମର ମହିଳା ଲାକେ ପଡିଆମିଙ୍କ ମୁଣ୍ଡ ବିହୀନ ଶବ ଗତ ୪ ତାରିଖ ଦିନ ଡୁଡାମେଟଲା ନଦୀ କୂଳରେ ମିଳିଥିଲା। ଏହା ପରେ ଗ୍ରାମବାସୀ ଏବଂ ଆଦିବାସୀ ମହାସଂଘ ପକ୍ଷରୁ ପୁଲିସକୁ ତୁରନ୍ତ ମୁଣ୍ଡ ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରାଯାଉଥିଲା। ଶନିବାର ମଧ୍ୟ ଶତାଧିକ ଆଦିବାସୀ ରାଖାଲଗୁଡା ଗ୍ରାମରେ ଏକତ୍ର ହୋଇ ମେଳି କରି ପୁଲିସୁ ଚେତାବନୀ ଦେଇଥିଲେ। ଏହା ପରେ ଆଜି ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ଏକତ୍ର ହୋଇ ଏମଭି-୨୬ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଏକ ବୈଠକ କରିଥିଲେ। ସମସ୍ତ ଆଦିବାସୀ ହାତରେ ପାରଂପରିକ ଆସ୍ତ୍ରଶସ୍ତ୍ର ଧରିଥିଲେ।

ଭଙ୍ଗାରୁଜା, ଲୁଟ୍‌ପାଟ୍‌

ଏହି ଖବର କୋରକୋଣ୍ଡା ପୁଲିସ ପାଇବା ପରେ ସେଠାରେ ପହଞ୍ଚିଥିଲା। ଲୋକଙ୍କୁ ବୁଝାସୁଝା କରୁଥିଲା। କିନ୍ତୁ ଲୋକେ ପୁଲିସ କଥାକୁ ଶୁଣିନଥିଲେ। ପରେ ଅପରାହ୍ନ ୪ଟା ବେଳେ ହଠାତ୍ ଲୋକେ ଉଗ୍ର ରୂପ୍ ଧାରଣ କରିଥିଲେ। ଶହଶହ ଲୋକେ ଗ୍ରାମବାସୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ। ଯାହାପାରିଲେ ଭାଙ୍ଗିଲେ। ଦୋକାନର ସମସ୍ତ ସାମାନ ଲୁଟି ନେଲେ। ପୁଲିସ କେବଳ ଦେଖଣାହାରି ହୋଇ ରହିଯାଇଥିଲା। ପୁଲିସ ଲୋକଙ୍କୁ ଆୟତ୍ତ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଲୋକଙ୍କର ଉଗ୍ର ରୂପ ଆଗରେ ପୁଲିସ ହାର ମାନିଥିଲା। ଲୋକଙ୍କର ଘରକୁ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ସବୁ ଛିନଛତର୍ କରିବା ପରେ ସେଠାରୁ ଚାଲି ଯାଉଥିଲେ। 

କାନ୍ଦରେ ଫାଟି ପଡୁଥିଲା ଗାଁ

ଖବର ପାଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ, ଉପଜିଲ୍ଲାପାଳ ଅଶ୍ନି ଏ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ସମେତ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋ,କୋରକୋଣ୍ଡା ଆଇଆଇସି ହିମାଂଶୁ ବାରିକ, ବାଲିମେଳା ଆଇଆଇସି ଅଶ୍ବିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଶତାଧିକ ପୁଲିସ, ବିଏସଏଫ ଯବାନ ମଧ୍ୟ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ କାନ୍ଦରେ ଗାଁ ଫାଟି ପଡୁଥିଲା। ଲୋକେ ରାତିରେ କିପରି ରହିବେ ତାକୁ ନେଇ ଚିନ୍ତା କରୁଥିଲେ। ପ୍ରଶାସନ ସୁରକ୍ଷା ନଦେଲେ ରାତିରେ ପୁଣି ଆକ୍ରମଣର ଭୟ ରହିଥିବା ଗ୍ରାମବାସୀ କହିଥିଲେ। ରାସ୍ତାରେ ଥିବା ଅଟୋ, ମଟର ସାଇକେଲ ସବୁକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲେ। ପୁଲିସ ଲୋକଙ୍କୁ ବୁଝା ସୁଝା କରିବା ସହ ତଦନ୍ତ କରୁଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe