Murder: ସାନକୁ ମାରିବାକୁ ବଡ଼ଭାଇ ଦେଇଥିଲା ସୁପାରି, ୫ ଲକ୍ଷରେ ହୋଇଥିଲା ଡିଲ୍‌

Advertisment

ବନ୍ଧୁ ସାଜିଲା ବଇରୀ। ଭାଇ ହେଲା ଭଗାରି। ୫ ଲକ୍ଷ ଟଙ୍କାର ସୁପାରି ଦେଇ ବଡ଼ଭାଇ ହତ୍ୟା ଷଡ଼୍‌ଯନ୍ତ୍ର ରଚିଥିଲା ନିଜ ସାନ ଭାଇର। ଏହି ହତ୍ୟାକାଣ୍ଡ ଭିଆଇଲା ମୃତକଙ୍କ ଅନ୍ତରଙ୍ଗ ବନ୍ଧୁ। ଆର୍ଥିକ କ୍ଷତି ଓ ଜମିବାଡ଼ିରୁ ବଞ୍ଚିତ ହେବା ଆଶଙ୍କା କରି ଏଭଳି ଷଡ୍‌ଯନ୍ତ୍ର ରଚିଥିଲା ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଦେଉଳଗୁଡ଼ି ଗାଁର ନବ ଥନାପତି।

ବନ୍ଧୁ ସାଜିଲା ବଇରୀ। ଭାଇ ହେଲା ଭଗାରି। ୫ ଲକ୍ଷ ଟଙ୍କାର ସୁପାରି ଦେଇ ବଡ଼ଭାଇ ହତ୍ୟା ଷଡ଼୍‌ଯନ୍ତ୍ର ରଚିଥିଲା ନିଜ ସାନ ଭାଇର। ଏହି ହତ୍ୟାକାଣ୍ଡ ଭିଆଇଲା ମୃତକଙ୍କ ଅନ୍ତରଙ୍ଗ ବନ୍ଧୁ। ଆର୍ଥିକ କ୍ଷତି ଓ ଜମିବାଡ଼ିରୁ ବଞ୍ଚିତ ହେବା ଆଶଙ୍କା କରି ଏଭଳି ଷଡ୍‌ଯନ୍ତ୍ର ରଚିଥିଲା ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଦେଉଳଗୁଡ଼ି ଗାଁର ନବ ଥନାପତି।

we

ବଲାଙ୍ଗୀର/ଦେଓଗାଁ/ତୁଷୁରା: ବନ୍ଧୁ ସାଜିଲା ବଇରୀ। ଭାଇ ହେଲା ଭଗାରି। ୫ ଲକ୍ଷ ଟଙ୍କାର ସୁପାରି ଦେଇ ବଡ଼ଭାଇ ହତ୍ୟା ଷଡ଼୍‌ଯନ୍ତ୍ର ରଚିଥିଲା ନିଜ ସାନ ଭାଇର। ଏହି ହତ୍ୟାକାଣ୍ଡ ଭିଆଇଲା ମୃତକଙ୍କ ଅନ୍ତରଙ୍ଗ ବନ୍ଧୁ। ଆର୍ଥିକ କ୍ଷତି ଓ ଜମିବାଡ଼ିରୁ ବଞ୍ଚିତ ହେବା ଆଶଙ୍କା କରି ଏଭଳି ଷଡ୍‌ଯନ୍ତ୍ର ରଚିଥିଲା ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଦେଉଳଗୁଡ଼ି ଗାଁର ନବ ଥନାପତି।

ଗାଁର ପ୍ରସାଦୀ ଚରଣ ଥନାପତିଙ୍କ ଦୁଇ ପୁଅ ନବ ଓ ନଟରାଜ। ଉଭୟ କିରାନା ଦୋକାନ ଖୋଲିଥିଲେ। ନଟରାଜ ଦୋକାନରୁ ଭଲ ଆୟ କରି ଜମି କିଣିବା ପରେ ପରିବାରଠାରୁ ଅଲଗା ରହୁଥିଲା। ଏହାକୁ ସହି ପାରୁନଥିଲା ବଡ଼ଭାଇ ନବ। ଫେବ୍ରୁଆରି ୫ ତାରିଖରେ ନଟରାଜଙ୍କ ବିବାହ ସ୍ଥିର ହୋଇଥିଲା। କାର୍ଡ ମଧ୍ୟ ଛପା ସରିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ହାତରୁ ଦୁଇହାତ ହେବା ପୂର୍ବରୁ ନଟରାଜଙ୍କୁ ସୁପାରି ଦେଇ ହତ୍ୟାକଲା ବଡ଼ଭାଇ ନବ। ତେଲନଦୀ ବ୍ରିଜ୍‌ ତଳୁ ନଟରାଜଙ୍କ ଶବ ଉଦ୍ଧାର ହେବା ପରେ ଗତ ୩ ତାରିଖ ଖୋଦ୍‌ ନବ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ସାଇବର୍‌ ଏବଂ ଫରେନ୍ସିକ୍‌ ରିପୋର୍ଟ ସହ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ପାଇ ପୁଲିସ ନବ ପାଖରେ ପହଞ୍ଚିଥିଲା। ଜେରା ପରେ ସବୁ ଖୁଲାସା ହୋଇଥିଲା। ଆର୍ଥିକ କାରବାର ସଂକ୍ରାନ୍ତରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଥିଲା। ନଟରାଜଙ୍କୁ ହତ୍ୟା କରିବାକୁ ନବ ମୁଣ୍ଡପଲା ଗ୍ରାମର କ୍ଷେତ୍ରମୋହନ ସୁନା ସହ ଷଡ୍‌ଯନ୍ତ୍ର କରିଥିଲା।

ଆହୁରି ପଢ଼ନ୍ତୁ: Paracetamol in Pregnancy: ଗର୍ଭାବସ୍ଥାରେ ପାରାସିଟାମଲ୍ ନିରାପଦ, ଅଟିଜିମ୍‌ର କୌଣସି ବିପଦ ନାହିଁ" ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ନୂତନ ଅଧ୍ୟୟନ

ହତ୍ୟା ପାଇଁ ଯୋଜନା

ଡିସେମ୍ବର ଶେଷ ସପ୍ତାହରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନଟରାଜ ୬୦ ହଜାର ଟଙ୍କା ଅଗ୍ରିମ ଆକାରରେ କ୍ଷେତ୍ରମୋହନକୁ ଦେଇଥିଲା। ହତ୍ୟା ପାଇଁ ମୋଟ୍‌ ୫ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ପୁଲିସ ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନବ, ମୁଣ୍ଡପଲାର କ୍ଷେତ୍ରମୋହନ ସୁନା, ସାଗରପାଲିର ମିଳନ ବହିଦାର, ସାହାଜପାଣି ଗାଁର ମହାଦେବ ବାଗ, କୁଇକେଡ଼ା ଗାଁର ରଞ୍ଜିତ ମିଶ୍ର, ରେଙ୍ଗାଲି ଗାଁର ସାହିଲ ବଗର୍ତ୍ତି, ଟିଙ୍ଗୁରିପଡ଼ାର ମନୋଜ ସେଲ୍‌ମା ଏବଂ ତୁଷୁରା ଥାନା ସମଲେଶ୍ବରୀ ପଡ଼ାର ରାଜା କୁମ୍ଭାର। ଅଭିଯୁକ୍ତମାନେ ଯୋଜନା କରିଥିଲେ। କ୍ଷେତ୍ରମୋହନ ଫୋନ୍‌ରେ ଜରୁରି କାମ ଥିବା କହି ନଟରାଜଙ୍କୁ ଡାକିଥିଲା। ପରେ ଅଭିଯୁକ୍ତମାନେ କଥା ହେବା ବାହାନାରେ ନଟରାଜଙ୍କୁ ବ୍ରିଜ୍‌ ଉପରୁ ଠେଲି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଆହୁରି ପଢ଼ନ୍ତୁ: Nerovirus in China: ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe