ଗୁଳିମାଡ଼ରେ ଆହତ ବିଜେଡି ପଞ୍ଚାୟତ ସଭାପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ପ୍ରଥମ ଥର ପାଇଁ ବନ୍ଧୁକର ଗୁଳିରେ ଜଣେ ଯୁବକ ଆହତ ହୋଇଛନ୍ତି। ବିନା କୌଣସି ଶତ୍ରୁତାରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Updated On

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ପ୍ରଥମ ଥର ପାଇଁ ବନ୍ଧୁକର ଗୁଳିରେ ଜଣେ ଯୁବକ ଆହତ ହୋଇଛନ୍ତି। ବିନା କୌଣସି ଶତ୍ରୁତାରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
f0d35549-5976-4a46-a55e-b48b6b2b124a

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଭଳି ଉପାନ୍ତ ଗାଁରେ ଗୁଳି ଫୁଟିଛି। ଏହାକୁ ବ୍ଲକରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ପାଲିଆ ପଞ୍ଚାୟତର ବାସୁଦେବଗୁଡା ଗ୍ରାମର ବିଜେଡି ପଞ୍ଚାୟତ ସଭାପତି ଡମୁନା ଭତ୍ରା(୩୨)। ରାତିରେ ଘର ଖାଇବା ପରେ ନିଜ ଜମିକୁ ଯାଉଥିଲେ।

ଏହି ଖବର ପଢ଼ନ୍ତୁ: ଟିଏମ୍‌ସି ନେତାଙ୍କୁ ଗୁଳିଚାଳନା ଉଦ୍ୟମ ବିଫଳ

ସୂଚନା ଅନୁସାରେ ଡମୁନା ଭତ୍ରା ଆଜି ରାତି ପ୍ରାୟ ୭.୩୦ ଘଣ୍ଟା ସମୟରେ ନିଜର ଚାଷ ଜମିକୁ ଯାଉଥିଲେ। ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ସେହି ଗ୍ରାମର ଜଣେ ଯୁବକ ଏକ ଦେଶି ବନ୍ଧୁକରେ ଗୁଳି କରିଥିଲା। ଏହି ଗୁଳିଟି ଡମୁନାଙ୍କ ଡାହଣ କାନ୍ଧରେ ଲାଗିଥିଲା। ଗ୍ରାମବାସୀ ତୁରନ୍ତ ଡମୁନାଙ୍କୁ ପ୍ରାୟ ଘ.୮.୪୫ ମିନଟ ସମୟରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାୟଳକୁ ସ୍ଥାନାନ୍ତର କରାଯାଇଛି।

ଏହି ଖବର ପଢ଼ନ୍ତୁ: ମଣିପୁରରେ ୬ ଅପହୃତଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ଗାଁର କପୁର ନାମକ ଜଣେ ଯୁବକ ମୋ ସ୍ବାମୀଙ୍କୁ ଗୁଳି କରିଥିବା ବେଳେ ତାଙ୍କ ସହିତ କୌଣସି ପୂର୍ବ ଶତ୍ରୁତା ନଥିଲା। ଅଭିଯୁକ୍ତ ଯୁବକଙ୍କ ସହିତ କୌଣସି ରାଜନୈତିକ ବିବାଦ ମଧ୍ୟ ନଥିଲା।

-ଡମୁନାଙ୍କ ସ୍ତ୍ରୀ ବୈଦି ଭତ୍ରା

ଏହି ଖବର ପଢ଼ନ୍ତୁ: ମହାପ୍ରଭୁଙ୍କ ଜମି ବେଆଇନ୍ ଜବରଦଖଲ

ଅନ୍ୟଦିଗରେ ଗୁରୁତର ଡମୁନା କହିଛନ୍ତି ସେ ରାତି ଘ.୭.୩୦ ମିନଟ ସମୟରେ ଘରେ ଖାଇସାରି ନିଜ ଜମି ନିକଟରେ ଅପେକ୍ଷା କରି ରହିଥିବା ତାଙ୍କ ସାଙ୍ଗକୁ ଡାକିବା ପାଇଁ ଯାଉଥିଲେ। ସେହି ସମୟରେ କପୁର ନାମକ ଜଣେ ଯୁବକ  ତାର ଘର ନିକଟରେ ବିଭିନ୍ନ ଲୋକ ସହ କଳି କରୁଥିଲା। ଲୋକେ ଜମି ରହିଥିବା ବେଳେ କପୂର ଲୁଚି ରହିଥିଲା। ସେ କପୂର ଏଠି ଅଛି ବୋଲି କହିବାରୁ ସେ ତାର ବନ୍ଧୁକରେ ଗୁଳି କରିଦେଇଥିଲା। ତା ସହିତ କୌଣସି ପୂର୍ବ ଶତ୍ରୁତା ନଥିଲା ବୋଲି କହିଛନ୍ତି। ଖବର ପାଇ ଝରିଗାଁ ପୁଲିସ ଉକ୍ତ ଗାଁକୁ ଯାଇ କପୁରକୁ ଉଠାଇ ଆଣି ଥାନାରେ ପଚରା ଉଚରା କରୁଛି। ଅନ୍ୟ ଦିଗରେ ଗୁରୁତର ଡମୁନାକୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଥିବାରୁ ଏ ସଂକ୍ରାନ୍ତରେ ଥାନାରେ କୌଣସି ଏତଲା ଦିଆଯାଇପାରି ନାହିଁ।

ଏହି ଖବର ପଢ଼ନ୍ତୁ: କଡ଼ା ଜବାବ ଦେବାକୁ ଅଣ୍ଟା ଭିଡ଼ିଲା କଂଗ୍ରେସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe