ଭୁବନେଶ୍ବର: ବହୁ ଚର୍ଚ୍ଚିତ ରସୁଲଗଡ଼ ବ୍ରିଜ୍ ଉପରେ ପୁଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ସଂଗୃହୀତ ରକ୍ତର ଡିଏନ୍ଏ ପରୀକ୍ଷା ହେବ। ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନ୍ଏ ପରୀକ୍ଷା ହେବ। ଏଥି ପାଇଁ ନମୁନା ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ଘଟଣାସ୍ଥଳର ରକ୍ତ ଛିଟା ଓ ଅଭିଯୁକ୍ତ ଡ୍ରେସ୍ ରକ୍ତ ସହ ମେଳ କରାଯିବ ବୋଲି କମିସନରେଟ ପୁଲିସ୍ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛି।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ
ଗିରଫ ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନ୍ଏ ପରୀକ୍ଷା ହେବ। ଏଥି ପାଇଁ ନମୁନା ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ଘଟଣାସ୍ଥଳର ରକ୍ତ ଛିଟା ଓ ଅଭିଯୁକ୍ତ ଡ୍ରେସ୍ ରକ୍ତ ସହ ମେଳ କରାଯିବ।
-କମିସନରେଟ୍ ପୁଲିସ
ଏହି ଖବର ପଢ଼ନ୍ତୁ: ସହଦେବ ନାୟକଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଲେ ବିରୋଧୀ ଦଳ ନେତା
ସହଦେବ ନାୟକଙ୍କୁ ରାଜଧାନୀର ଛାତି ଉପରେ ଅଭିଯୁକ୍ତମାନେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଭୋର ସକାଳୁ ସକାଳୁ ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ଲୋକେ ଯାତାୟତ କରୁଥିବା ବେଳେ ଅଭିଯକ୍ତମାନେ କାହାରିକୁ ଭୟ ନକରି ଅତି ବୀଭତ୍ସ ଭାବେ ଖଣ୍ଡା ଚୋଟ ମାରୁଥିଲେ। ହତ୍ୟା ପରେ ଘଟଣାସ୍ଥଳରୁ ଫେରାରା ହୋଇ ଦୟାନଦୀରେ ମାରଣାସ୍ତ୍ରକୁ ଏକ ବ୍ୟାଗ ଭିତରେ ପୂରାଇ ଫିଙ୍ଗି ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ନୟାଗଡ଼ ଜିଲ୍ଲା ଶରଣକୂଳ ଫେରାର ହୋଇଯାଇଥିଲେ।ତେବେ ଅଭିଯୁକ୍ତମାନେ ପୁଲିସ କବ୍ଜାରୁ ଖସିପାରି ନଥିଲେ। ହତ୍ୟାକାଣ୍ଡର ୧୦ ଘଣ୍ଟା ମଧ୍ୟରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ
ଏହି ଖବର ପଢ଼ନ୍ତୁ: ଏଥର ବିନା ଆଇଟମ୍, ଅଶ୍ଲୀଳ ନୃତ୍ୟରେ ଜମିବ ଖଣ୍ଡଗିରି ଯାତ୍ରା ମେଳା
ସୂଚନାଯୋଗ୍ୟ, ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ଗତ ୮ ତାରିଖ ଦିନ ବାଣୀବିହାର-ରସୁଲଗଡ଼ ରାସ୍ତାର ଓଭରବ୍ରିଜ୍ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବ୍ରାଉନ୍ସୁଗାର ବ୍ୟବସାୟକୁ କେନ୍ଦ୍ର କରି ସ୍ଥାନୀୟ କେଦାରପଲ୍ଲୀ ନିବାସୀ ଅଭିଯୁକ୍ତମାନେ ସହଦବେବଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କମିସନରେଟ୍ ପୁଲିସ ୫୫ଟି କ୍ୟାମେରା ଯାଞ୍ଚ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ବ୍ୟକ୍ତିଗତ ଶତ୍ରୁତା ଓ ବ୍ରାଉନସୁଗର କାରବାର ପାଇଁ ସହଦେବଙ୍କୁ ହତ୍ୟା କରାଯାଇଥିବା ନେଇ ପୂର୍ବରୁ ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଭାଇରାଲ ରୋକିବ ମାଟ୍ରିକ୍ ପ୍ରଶ୍ନପତ୍ରର ନମ୍ବରିଂ, ବାରକୋର୍ଡ ବ୍ୟବସ୍ଥା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/01/14/lPu4iRpdpdewPCHCsKPt.jpg)