Brow sugar: ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଅଭିଯୁକ୍ତ ଗରିଫ

Advertisment

ଜଳେଶ୍ବର ଅବକାରୀ ରେଞ୍ଜ ଓ ଜଳେଶ୍ଵର ଅବକାରୀ ଥାନା ପକ୍ଷରୁ ଚଢାଉ ପକ୍ଷରୁ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇ ଦୁଇ ଜଣକୁ ଗିରଫ୍ କରାଯାଇଛି। ୧୧୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ୍ କରାଯାଇଛି।

ଜଳେଶ୍ବର ଅବକାରୀ ରେଞ୍ଜ ଓ ଜଳେଶ୍ଵର ଅବକାରୀ ଥାନା ପକ୍ଷରୁ ଚଢାଉ ପକ୍ଷରୁ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇ ଦୁଇ ଜଣକୁ ଗିରଫ୍ କରାଯାଇଛି। ୧୧୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ୍ କରାଯାଇଛି।

Jaleswar

Jaleswar brown sugar Photograph: (sambad.in)

ଜଳେଶ୍ଵର: ଜଳେଶ୍ବର ଅବକାରୀ ରେଞ୍ଜ ଓ ଜଳେଶ୍ଵର ଅବକାରୀ ଥାନା ପକ୍ଷରୁ ଚଢାଉ ପକ୍ଷରୁ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇ ଦୁଇ ଜଣକୁ ଗିରଫ୍ କରାଯାଇଛି। ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ୍ କରାଯାଇଛି। ଅବକାରୀ ରେଞ୍ଜ ଓ ଅବକାରୀ ଥାନାର ଦୁଇଟି ପୃଥକ ପୃଥକ ଟିମ ରାଜପୁତ୍ର ସ୍ଥିତ ସୁବର୍ଣ୍ଣରେଖା ନଦୀ ନଦୀବନ୍ଧ ନିକଟରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଗୋଟିଏ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ୍ କରାଯାଇଛି। ଗିରଫ ଜଣକ ଠାରୁ ୬୫ ଗ୍ରାମ ଓ ଅନ୍ୟ ଜଣକ ଠାରୁ ୪୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ୍ ବ୍ରାଉନସୁଗାରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଜଳେଶ୍ଵର ଥାନା ପୁଲିସ ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ୍ ନିକଟରେ ଚଢ଼ାଉ କରି ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଯୁବକଙ୍କ ସହ ଗୋଟିଏ କାର କୁ ମଧ୍ୟ ଜବତ କରାଯାଇଛି।ଜବତ୍ ହୋଇଥିବା ଧଳା ରଙ୍ଗର କାର୍ ର ନମ୍ବର ହେଉଛି ଓଡି୦୨ବିବି-୭୩୧୪।ଗିରଫ ଯୁବକ ମାନେ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର ପ୍ରତାପ ଚରଣ ରାଉତ (୪୧),ସୁମନ୍ତ ଦାସ (୨୮),ବିପିନ ବେହେରା (୩୦),ରାକେଶ କୁମାର ଜେନା (୨୫),ବିଶ୍ୱ ବିଜୟ ମହାପାତ୍ର (୩୦)। 

ଆହୁରି ପଢ଼ନ୍ତୁ: Indigo Flight Disruption : ବ୍ୟାପକ ଅବ୍ୟବସ୍ଥା ପାଇଁ କ୍ଷମା ମାଗିଲା ଇଣ୍ଡିଗୋ

କାର୍‌ରେ ଚାଲାଣ

ଏହି ଯୁବକ ମାନେ ଜଳେଶ୍ୱରରୁ ଭଦ୍ରକ ଅଭିମୁଖେ ବ୍ରାଉନସୁଗାର ସହ ଏକ କାର୍‌ରେ ଯାଉଥିବା ନେଇ ଜଳେଶ୍ୱର ପୁଲିସ୍‌କୁ ସୂଚନା ମିଳିଥିଲା।ସେହି ସୂଚନା ଆଧାରରେ ଜଳେଶ୍ବର ଥାନା ଏସଆଇ ଚିରଞ୍ଜୀବ ରାଉତ୍ ଙ୍କ ନେତୃତ୍ୱରେ ଏଏସଆଇ ଲମ୍ବୋଧର ମୁର୍ମୁ,ସୃଷ୍ଟିଧର ବେହେରାଙ୍କୁ ନେଇ ଏକ ଟିମ ରାଜଘାଟ ବ୍ରିଜ୍ ଉପରେ ସେହି କାରକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ପରେ କାର ଭିତରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଜବତ୍ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେମାନଙ୍କ ଠାରୁ ୫ଟି ମୋବାଇଲ ମଧ୍ୟ ଜବତ ହୋଇଛି।ଏନେଇ ଜଳେଶ୍ଵର ଥାନାରେ  ୫୭୪ ନମ୍ବ ର ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: Imran Khan Vs Pak Army : ଇମ୍ରାନ ଖାଁ ଜଣେ ପାଗଳ : ପାକ୍ ସେନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe