ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଥାନା ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବିବାହିତ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଛି। ଏମଭି-୧୬ ଗ୍ରାମର ଉତ୍ତମ ବିଶ୍ବାସ(୩୫) ଜଣେ ଲୁଗା ବ୍ୟବସାୟୀ। ହାଟ ବଜାରକୁ ଯାଇ ବିଭିନ୍ନ ଲୁଗା ବେପାର କରନ୍ତି। ଗତକାଲି ମଧ୍ୟ ସେ କୌଣସି ଏକ ହାଟକୁ ଯାଇ ବେପାର କରି ଘରକୁ ଫେରିଥିଲେ। ପରେ ସଂଧ୍ୟା ୭ଟା ବେଳେ ସେ କୌଣସି ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉଥିବା ପରିବାର ଲୋକଙ୍କୁ କହିଥିବା ସ୍ଥାନୀୟ ଲୋକେ କହିଥିଲେ।
ପୁଲିସର ସୂଚନା ଅନୁସାରେ ରାତି ୯ଟା ହେବାରୁ ଉତ୍ତମ ବିଶ୍ବାସ ଫେରିନଥିବାରୁ ଘର ଲୋକ ତାଂକ ଫୋନକୁ ଫୋନ କରିଥିଲେ। କିନ୍ତୁ ଫୋନ ସ୍ବିଚ ଅଫ ଦେଖାଇଥିଲା। ଗ୍ରାମର କିଛି ଲୋକ ତାଂକୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ପାଇନଥିଲେ। ସକାଳୁ ପୁଣି ଖୋଜିବା ଆରମ୍ଭ କରିଥିଲେ। ତେବେ କିଛି ବ୍ୟକ୍ତି ଏମଭି-୧୬ ଗ୍ରାମରୁ ଏମଭି-୧୭ ଗ୍ରାମକୁ ଯାଉଥିବା ଜାତୀୟ ରାଜପଥ ୩୨୬ କଡରେ ଥିବା ଏକ ପତ୍ର ଗୋଦାମ ନିକକଟରେ ତାଂକ ମଟର ସାଇକେଲକୁ ଦେଖିଥିଲେ। ତୁରନ୍ତ ସମସ୍ତ ସେଠାରେ ରୁଣ୍ଡ ହୋଇ ଖୋଜାଖୋଜି କରିବା ପରେ ନିକଟସ୍ଥ ଜମିରେ ତାଂକ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏସଡିପିଓ,ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: Firing: ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ଯା କଲେ କନେଷ୍ଟବଳ
ଖବର ପାଇ ଏସ୍ପି ବିନୋଦ ପାଟିଲ ଏଚ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହି ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ତଦନ୍ତ କରାଯାଉଛି ବୋଲି କହିଥିଲେ। ଖୁବଶୀଘ୍ର ହତ୍ୟାକାରୀ ଗିରଫ ହେବ ବୋଲି ପୁଲିସ କହିଛି। ପତ୍ର ଗୋଦାମ ନିକଟରେ କିଛି ବ୍ୟକ୍ତି ରାତିରେ ମଦପିଇ ସେଠାରେ ଫିଙ୍ଗା ଫୋପଡା କରିଥିବା ଦେଖିବାକୁ ମିଳଥିଲା। ପୁଲିସ ତାକୁ ମଧ୍ୟ ଯାଞ୍ଚ ପରିସରକୁ ଆଣିଛି। କେଉଁ କାରଣରୁ ଉତ୍ତମଙ୍କୁ ହତ୍ୟା କରାଗଲା ସେ ସଂପର୍କରେ ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ତାଂକ ସହ କୌଣସି ଲୋକର ଶତ୍ରୁତା ନଥିବା ପରିବାର ଲୋକେ କହନ୍ତି। ତାଂକର ବାପା, ମାଆ, ପତ୍ନୀ ଏବଂ ଦୁଇ ପୁଅ ଓ ଝିଅ ରହିଛନ୍ତି। ସେ ଘରର ଜଣେ ମାତ୍ର ରୋଜଗାରିଆ। ତାଂକର ଏଭଳି ହତ୍ୟାକାଣ୍ଡକୁ ଗ୍ରାମବାସୀ ତଥା ଅଂଚଳବାସୀ ବିଶ୍ବାସ କରିପାରୁନଥିବା କହିଥିଲେ।
ଆହୁରି ପଢ଼ନ୍ତୁ: Wife Kills Husband: ସୋନମଙ୍କ ପରେ ଅଞ୍ଜୁ: ବିବାହର ତିନି ମାସ ପରେ ସ୍ବାମୀଙ୍କ ଗଳା କାଟିଲେ
Follow Us